ବର୍ଷା ପରେ ଚାଷୀଙ୍କୁ ଶ୍ରମିକ ଅଭାବ ଚିନ୍ତା

Advertisment

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଗତ କିଛି ଦିନ ହେବ ବର୍ଷା ଉଭାନ ହୋଇ ଯାଇଥିବା ଯୋଗୁଁ ଚାଷ କାମ ଆଗେଇ ପାରୁନଥିଲା। ଫଳରେ ସ୍ଥାନୀୟ ଚାଷୀ ଚିନ୍ତାରେ ପଡ଼ିଥିଲେ। ଏବେ ବର୍ଷା ଯୋଗୁଁ ଚାଷକାମ ଆଗେଇଥିବା ବେଳେ ଶ୍ରମିକ ଅଭାବ ଦେଖାଯାଇଛି।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଗତ କିଛି ଦିନ ହେବ ବର୍ଷା ଉଭାନ ହୋଇ ଯାଇଥିବା ଯୋଗୁଁ ଚାଷ କାମ ଆଗେଇ ପାରୁନଥିଲା। ଫଳରେ ସ୍ଥାନୀୟ ଚାଷୀ ଚିନ୍ତାରେ ପଡ଼ିଥିଲେ। ଏବେ ବର୍ଷା ଯୋଗୁଁ ଚାଷକାମ ଆଗେଇଥିବା ବେଳେ ଶ୍ରମିକ ଅଭାବ ଦେଖାଯାଇଛି।

2df794c9-72e9-4254-833b-84898b338250

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଗତ କିଛି ଦିନ ହେବ ବର୍ଷା ଉଭାନ ହୋଇ ଯାଇଥିବା ଯୋଗୁଁ ଚାଷ କାମ ଆଗେଇ ପାରୁନଥିଲା। ଫଳରେ ସ୍ଥାନୀୟ ଚାଷୀ ଚିନ୍ତାରେ ପଡ଼ିଥିଲେ। ବର୍ତ୍ତମାନ ବର୍ଷା ହେବା ପରେ ମଧ୍ୟ ଚାଷୀମାନଙ୍କ ଚିନ୍ତା ଦୂର ହୋଇ ନାହିଁ। ଏହାର କାରଣ ପାଲଟିଛି ଶ୍ରମିକ ଅଭାବ। ଚାଷ କାମ ପାଇଁ ଶ୍ରମିକ ମିଳୁ ନଥିବାରୁ ଚିନ୍ତାରେ ପଡ଼ିଛନ୍ତି।

ଝରିଗାଁ ବ୍ଲକରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଢେଫ ଧାନ ଜମି ଗୁଡ଼ିକ ପାଣି ଅଭାବ ହେତୁ ଫାଟି ଆଁ ହୋଇ ଯାଇଥିଲା।ସେହିପରି ଧାନ ଚାଷ ପାଇଁ ପକାଇଥିବା ଧାନ ତଳି ଗୁଡ଼ିକ ପାକଳ ହୋଇ ଯିବା ସହ ଚାଷୀ ରୁଆ ଓ ବେଉଷଣ କାମ କରି ପାରୁନଥିଲେ। ଏବେ ବର୍ଷା ହେବା ପରେ ଚାଷ କାମ କିଛି ମାତ୍ରାରେ ଆଗେଇ ଚାଲିଛି। ବର୍ଷା ଅଭାବ ଯୋଗୁଁ ପ୍ରାୟ ଧାନ ଜମି ପଡ଼ିଆ ପଡିଥିବା ବେଳେ ବର୍ଷା ପରେ ସମସ୍ତ ଚାଷୀ ଖୁସି ହୋଇ ଚାଷ କାମ ଆରମ୍ଭ କରିଥିବା ବେଳେ ଝରିଗାଁ ବ୍ଲକରେ ଆବଶ୍ୟକ ଅନୁଯାୟୀ ଶ୍ରମିକ ମିଳୁନାହିଁ। ଫଳରେ ଚାଷୀ ବିନା ଶ୍ରମିକରେ ଚାଷ କରିବା ସମ୍ଭବ ହେଉନାହିଁ। କିଛି ଚାଷୀ ଶ୍ରମିକମାନଙ୍କୁ ଆଗୁଆ ଟଙ୍କା ଦେଇଥିବା ବେଳେ ସେମାନେ ଚାଷ କାମ କରିପାରୁଛନ୍ତି।

ଶ୍ରମିକ ଅଭାବ ଯୋଗୁଁ ଶ୍ରମିକମାନେ ପାରିଶ୍ରମିକ ଟଙ୍କା ମଧ୍ୟ ବୃଦ୍ଧି କରି ଦେଉଥିବା ଅଭିଯୋଗ ହୋଇଛି।ତଥାପି ସ୍ଥାନୀୟ ଚାଷୀ ଅଳ୍ପ ଶ୍ରମିକମାନଙ୍କୁ ନେଇ ଚାଷ କାମ ଆଗେଇ ନେଉଛନ୍ତି। ବିଶେଷ କରି ଝରିଗାଁ ବ୍ଲକରେ ମହିଳା ଶ୍ରମିକ ଅଭାବ ଦେଖାଦେଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।

ଝରିଗାଁ ବ୍ଳକରେ ୮୩୬୧ ହେକ୍ଟର ଜମିରେ ଧାନ ଚାଷ ହେବାକୁ ଥିବା ବେଳେ ୧୭୬୨ ହେକ୍ଟର ଜମିରେ ଧାନ ବୁଣା ହେଉଥିବା ବେଳେ ୬୫୯୯ ହେକ୍ଟର ଜମିରେ ଧାନ ରୁଆ ହେବ ବୋଲି ସୂଚନା ମିଳିଛି। ୪୯୦୦ ହେକ୍ଟର ଖାଲ ଜମିରେ ଧାନ ଚାଷ ହୋଇ ଥିବା ବେଳେ ୩୪୬୧ ହେକ୍ଟର ଢେପଜମିରେ ଧାନ ଚାଷ ହୋଇଥିବା ସୂଚନା ମିଳିଛି।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe