ଲାଞ୍ଚ ନେଉଥିଲେ ୨୦ ହଜାର ଟଙ୍କା, ମାଡ଼ିବସିଲା ଭିଜିଲାନ୍ସ

ଭିଜିଲାନ୍‌ସ ଜାଲରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କୃଷି ବିଭାଗ ଗ୍ରାମ୍ୟ କୃଷି କର୍ମଚାରୀ ବିଶ୍ୱନାଥ ଦାସ। ସେ ଏକ ଏନଜିଓ ସଂସ୍ଥାର କୋର୍ଡିନେଟର‌୍ ରଞ୍ଜନ ପ୍ରଧାନଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ବିଭାଗ ତାଙ୍କୁ କାବୁ କରିଥିଲା।

kishornagar

ଅନୁଗୁଳ: ଭିଜିଲାନ୍‌ସ ଜାଲରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କୃଷି ବିଭାଗ ଗ୍ରାମ୍ୟ କୃଷି କର୍ମଚାରୀ ବିଶ୍ୱନାଥ ଦାସ। ସେ ଏକ ଏନଜିଓ ସଂସ୍ଥାର କୋର୍ଡିନେଟର‌୍ ରଞ୍ଜନ ପ୍ରଧାନଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ବିଭାଗ ତାଙ୍କୁ କାବୁ କରିଥିଲା।

ସୂଚନା ଅନୁସାରେ କିଶୋରନଗର ବ୍ଲକର ଏକ ଏନଜିଓ ସ୍ଥାନୀୟ ଅଞ୍ଚଳରେ ବିରି, ମୁଗ, ରାଶି ଏବଂ ଔଷଧ ବିତରଣ କରିଛି। ଏହି କୃଷି କର୍ମଚାରୀ ସେହି ଅଞ୍ଚଳରେ ଏହି ସବୁ ବିହନ ଓ ଔଷଧ ବିତରଣର ୟୁଟିଲାଇଜେସନ୍‌ ସାର୍ଟିଫିକେଟ ଏନଜିଓକୁ ଦେବା କଥା।

ଏଥିପାଇଁ ଏନଜିଓର କୋର୍ଡିନେଟର୍‌ ରଞ୍ଜନ ପ୍ରଧାନ କୃଷି କର୍ମଚାରୀଙ୍କ ପାଖକୁ ବାରମ୍ବାର ଦୌଡ଼ିଲେ ମଧ୍ୟ ଦେଉ ନଥିଲେ। ଏଥି ପାଇଁ ସେ ଟଙ୍କା ଲାଞ୍ଚ ମାଗୁଥିଲେ। ଏ ନେଇ ରଞ୍ଜନ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଆଜି ରଞ୍ଜନ ୨୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ବିଶ୍ୱନାଥ ଦାସଙ୍କୁ ଭିଜିଲାନ୍ସ କାବୁ କରିଥିଲା।

angul

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe