Advertisment

ଏମ୍ସ  ଭୁବନେଶ୍ୱର ହେଲା ଭାରତର ଦ୍ୱିତୀୟ ଶ୍ରେଷ୍ଠ ଉଦୀୟମାନ ମେଡିକାଲ କଲେଜ

Advertisment

ଉତ୍କର୍ଷତାର ଉଲ୍ଲେଖନୀୟ ଯାତ୍ରା ଜାରି ରଖିବା ସହିତ, ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ବର, ପ୍ରତିଷ୍ଠିତ ଇଣ୍ଡିଆ ଟୁଡେ-ଏମଡିଆରଏ ମେଡିକାଲ କଲେଜ ସର୍ଭେ ୨୦୨୫ରେ ସମଗ୍ର ଦେଶରେ ଦ୍ୱାଦଶ ଶ୍ରେଷ୍ଠ ମେଡିକାଲ କଲେଜ ଭାବେ ସ୍ଥାନ ପାଇଛି।

ଉତ୍କର୍ଷତାର ଉଲ୍ଲେଖନୀୟ ଯାତ୍ରା ଜାରି ରଖିବା ସହିତ, ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ବର, ପ୍ରତିଷ୍ଠିତ ଇଣ୍ଡିଆ ଟୁଡେ-ଏମଡିଆରଏ ମେଡିକାଲ କଲେଜ ସର୍ଭେ ୨୦୨୫ରେ ସମଗ୍ର ଦେଶରେ ଦ୍ୱାଦଶ ଶ୍ରେଷ୍ଠ ମେଡିକାଲ କଲେଜ ଭାବେ ସ୍ଥାନ ପାଇଛି।

AIIMS Bhubaneswar

ଭୁବନେଶ୍ୱର: ଉତ୍କର୍ଷତାର ଉଲ୍ଲେଖନୀୟ ଯାତ୍ରା ଜାରି ରଖିବା ସହିତ, ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ବର, ପ୍ରତିଷ୍ଠିତ ଇଣ୍ଡିଆ ଟୁଡେ-ଏମଡିଆରଏ ମେଡିକାଲ କଲେଜ ସର୍ଭେ ୨୦୨୫ରେ ସମଗ୍ର ଦେଶରେ ଦ୍ୱାଦଶ ଶ୍ରେଷ୍ଠ ମେଡିକାଲ କଲେଜ ଭାବେ ସ୍ଥାନ ପାଇଛି। ଏଥିସହିତ ଏହି ପ୍ରତିଷ୍ଠାନ ଦେଶର ଶ୍ରେଷ୍ଠ ୧୦ ଉଦୀୟମାନ ମେଡିକାଲ କଲେଜ ବର୍ଗରେ ମଧ୍ୟ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଯାହାକି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ମେଡିକାଲ୍ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠତାର ଦ୍ରୁତ ବର୍ଦ୍ଧିତ ପ୍ରତିଷ୍ଠାର ପ୍ରମାଣ ଦେଇଛି। 

ଏହି ମାଇଲଖୁଣ୍ଟ ଶିକ୍ଷାଗତ ଉତ୍କର୍ଷତା, ଅତ୍ୟାଧୁନିକ ଗବେଷଣା ଏବଂ ସମର୍ପିତ ରୋଗୀ ସେବା ପ୍ରତି ଏମ୍ସ ଭୁବନେଶ୍ୱରର ଅଟଳ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।  'ଇଣ୍ଟେକ୍ କ୍ୱାଲିଟି ଆଣ୍ଡ ଗଭର୍ନାନ୍ସ', 'ଏକାଡେମୀକ ଉତ୍କର୍ଷତା', 'ଭିତ୍ତିଭୂମି ଏବଂ ଅଭିଜ୍ଞତା', 'ବ୍ୟକ୍ତିତ୍ୱ ଏବଂ ନେତୃତ୍ୱ ବିକାଶ', 'ବୃତ୍ତିଗତ ଉନ୍ନତି ଏବଂ ପ୍ଲେସମେଣ୍ଟ ଆଦି ଭଳି ପାଞ୍ଚଟି ବ୍ୟାପକ ପାରାମିଟରକୁ ନେଇ ଗଠିତ ମାପଦଣ୍ଡ ଆଧାରରେ ସାରା ଦେଶରେ ଥିବା ମେଡିକାଲ କଲେଜଗୁଡିକୁ ନେଇ ଏହି ସର୍ଭେ କରାଯାଇଥିଲା। ଇଣ୍ଡିଆ ଟୁଡେ ପକ୍ଷରୁ ଏହି ସମ୍ମାନଜନକ ସର୍ଭେ ଖ୍ୟାତନାମା ଅନୁସନ୍ଧାନ ଏଜେନ୍ସି ମାର୍କେଟିଂ ଆଣ୍ଡ ଡେଭଲପମେଣ୍ଟ ରିସର୍ଚ୍ଚ ଆସୋସିଏଟ୍ସ (ଏମଡିଆରଏ) ସହିତ ମିଳିତ ଭାବରେ କରାଯାଇଛି ।

ଏହି ଅବସରରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ ଏହି ମାନ୍ୟତା ଉତ୍କର୍ଷତା ପାଇଁ ଆମର ନିରନ୍ତର ପ୍ରୟାସର ପ୍ରତିଫଳନ। ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ବିଜ୍ଞାନରେ ବିଶ୍ୱାସ, ନବସୃଜନ ଏବଂ ଅଖଣ୍ଡତାର ପ୍ରତୀକ ଭାବରେ ଉଭା ହୋଇଛି। ଏହିପରି ଜାତୀୟ ରାଙ୍କିଂରେ ଆମର ନିରନ୍ତର ବୃଦ୍ଧି ଭବିଷ୍ୟତର ଚିକିତ୍ସକଙ୍କୁ ପ୍ରସ୍ତୁତ କରିବା ସହିତ ସର୍ବୋତ୍ତମ ରୋଗୀ ଫଳାଫଳ ସୁନିଶ୍ଚିତ କରିବା ପ୍ରତି ଆମର ସାମଗ୍ରିକ ଆଭିମୁଖ୍ୟକୁ ପ୍ରଦର୍ଶନ କରେ।"

2b1621ac-cf33-4fe1-8f10-2163bc6af814

୨୦୨୧ରେ ଏହି ସର୍ଭେରେ ଏମ୍ସ ଭୁବନେଶ୍ବର ୨୫ତମ ସ୍ଥାନ ପାଇଥିଲା। ୨୦୨୫ ରେ ଏହି ସୂଚୀରେ ୧୨ତମ ସ୍ଥାନକୁ ଉନ୍ନୀତ ହେବା ଏମ୍ସର ଦଳଗତ କାର୍ଯ୍ୟ ଏବଂ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱର ପରାକାଷ୍ଠାର ନିଦର୍ଶନ ବୋଲି ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ ଏଭଳି ସଫଳତାରେ ଖୁସି ବ୍ୟକ୍ତ କରିବା ସହିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଡିନ୍ (ପରୀକ୍ଷା) ଡ. ସୌଭାଗ୍ୟ କୁମାର ଜେନା, ମେଡିକାଲ୍ ଅଧିକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର, କୁଳସଚିବ ଡ. ସୁଦୀପ୍ତ ରଂଜନ ସିଂହ, ଡ. ଗୌରବ ଛାବ୍ରା, ଡ. ପଙ୍କଜ କୁମାର, ଡ. ଦେବପ୍ରିୟ ବନ୍ଦୋପାଧ୍ୟାୟ, ଡ. ସିପ୍ରା ରାଉତ ଏବଂ ଡ. ମାଙ୍ଗାନି ମଙ୍ଗଳାବଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ।

AIIMS Bhubaneswar | Health

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe