ଏମ୍ସ ଭୁବନେଶ୍ୱରର ସମାବର୍ତ୍ତନ ଉତ୍ସବ: ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିବେ ରାଷ୍ଟ୍ରପତି

Advertisment

୨୦୦୩ ମସିହାରେ ମହାନ ଦୂରଦୃଷ୍ଟିସମ୍ପନ୍ନ ଜନନେତା ଭାରତରତ୍ନ ସ୍ୱର୍ଗତ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ପ୍ରତିଷ୍ଠିତ, ଏମ୍ସ ଭୁବନେଶ୍ୱର ଆଜି ମେଡିକାଲ୍ ଶିକ୍ଷା, ଗବେଷଣା ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ହାସଲ କରିଛି।

୨୦୦୩ ମସିହାରେ ମହାନ ଦୂରଦୃଷ୍ଟିସମ୍ପନ୍ନ ଜନନେତା ଭାରତରତ୍ନ ସ୍ୱର୍ଗତ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ପ୍ରତିଷ୍ଠିତ, ଏମ୍ସ ଭୁବନେଶ୍ୱର ଆଜି ମେଡିକାଲ୍ ଶିକ୍ଷା, ଗବେଷଣା ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ହାସଲ କରିଛି।

fbaa5bbf-1548-4d33-a2e4-307efd42281e

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରର ୫ମ ସମାବର୍ତ୍ତନ ସମାରୋହ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଚଳିତ ମାସ ୧୪ ତାରିଖ (ସୋମବାର) ଅନୁଷ୍ଠିତ ହେବାକୁ ଥିବା ଏହି ସ୍ମରଣୀୟ ଉତ୍ସବରେ ରାଷ୍ଟ୍ରପତିଙ୍କ ଉପସ୍ଥିତି ଛାତ୍ରଛାତ୍ରୀ, ଅଭିଭାବକ ତଥା ସମସ୍ତ ଏମ୍ସ ପରିବାରକୁ ଅନୁପ୍ରେରିତ କରିବା ନେଇ ମତରଖିଛନ୍ତି ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ। ଶିକ୍ଷାଗତ ଉତ୍କର୍ଷତା, ସମର୍ପଣ ଏବଂ ଦେଶ ପ୍ରତି ସେବା ମନୋଭାବକୁ ପ୍ରତିପାଦିତ କରୁଥିବା ଏହି ସମାବର୍ତ୍ତନ ଉତ୍ସବକୁ, ଏମ୍ସ ଭୁବନେଶ୍ବର ପକ୍ଷରୁ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କୁ ସହୃଦୟତାର ସହିତ ସ୍ବାଗତ କରିଛନ୍ତି ଡ. ବିଶ୍ବାସ।

ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତିଙ୍କ ସହିତ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଯୋଗଦେବେ ବୋଲି ଡ. ବିଶ୍ୱାସ ସୂଚନା ଦେଇଛନ୍ତି।

ଚଳିତ ବର୍ଷ, ମୋଟ ୬୪୩ ଜଣ ସ୍ୱାସ୍ଥ୍ୟସେବା ବୃତ୍ତିଗତଧାରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଏହି ସୂଚୀରେ, ୧୯୬ ଜଣ ଡାକ୍ତରୀ ଛାତ୍ରଛାତ୍ରୀ, ୧୫୮ ଜଣ ବିଶେଷଜ୍ଞ(ପିଜି) ଡାକ୍ତର, ୪୯ ଜଣ ସୁପର ସ୍ପେଷିଆଲିଟି(ଡିଏମ୍/ଏମ୍ସିଏଚ୍), ୨୧ ଜଣ ପୋଷ୍ଟ-ଡକ୍ଟରାଲ୍ ଫେଲୋ (ପିଡିଏଫ୍), ୧୧୬ ଜଣ ବିଏସ୍ସି ନର୍ସିଂ, ୬୨ଜଣ ବିଏସ୍ସି ପାରାମେଡିକାଲ୍, ୪୧ ଜଣ ଏମ୍ଏସସି ନର୍ସିଂ, ଛାତ୍ରଛାତ୍ରୀ ଅନ୍ତର୍ଭୁକ୍ତ। ଅସାଧାରଣ ଶିକ୍ଷାଗତ ପ୍ରଦର୍ଶନର ସ୍ୱୀକୃତି ସ୍ୱରୂପ, ୧୭ ଜଣ ଡାକ୍ତରୀ ଛାତ୍ରଛାତ୍ରୀ, ଜଣେ ଏମ୍ଡି/ଏମ୍ଏସ, ଜଣେ ଡିଏମ୍/ଏମ୍ସିଏଚ୍, ୩ ଜଣ ବିଏସ୍ସି ନର୍ସିଂ, ୭ ଜଣ ବିଏସ୍ସି ପାରାମେଡିକାଲ୍, ଦୁଇ ଜଣ ଏମ୍ଏସସି ନର୍ସିଂ ଛାତ୍ରଛାତ୍ରୀଙ୍କ ସମେତ ୩୧ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ୫୯ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ।

ଏହି ଅବସରରେ ଡ. ପି.ଆର୍. ମହାପାତ୍ର (ଡିନ୍), ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ୍ ସରକାର (ଡିଡିଏ), ଡ. ସୁଦୀପ୍ତ ରଞ୍ଜନ ସିଂହ (କୁଳସଚିବ), ଡ. ଦିଲ୍ଲୀପ କୁମାର ପରିଡ଼ା (ମେଡିକାଲ୍ ଅଧୀକ୍ଷକ), ଏବଂ ଡ. ବିକାଶ ଭାଟିଆଙ୍କ ସମେତ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।

୨୦୦୩ ମସିହାରେ ମହାନ ଦୂରଦୃଷ୍ଟିସମ୍ପନ୍ନ ଜନନେତା ଭାରତରତ୍ନ ସ୍ୱର୍ଗତ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ପ୍ରତିଷ୍ଠିତ, ଏମ୍ସ ଭୁବନେଶ୍ୱର ଆଜି ମେଡିକାଲ୍ ଶିକ୍ଷା, ଗବେଷଣା ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ହାସଲ କରିଛି। ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ଗୁଡ଼ିକରେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ବିଶ୍ୱାସର ପ୍ରତୀକ ପାଲଟିଛି। 

sdddfdf

ଉତ୍କର୍ଷତା ପ୍ରତି ଏମ୍ସ ଭୁବନେଶ୍ୱରର ପ୍ରତିବଦ୍ଧତା ଏହାର ମାନ୍ୟତା ସ୍ପଷ୍ଟ କରିଥାଏ। ଖ୍ୟାତନାମା ଇଣ୍ଡିଆ ଟୁଡେ-ଏମଡିଆରଏ ସର୍ଭେ ୨୦୨୫ରେ ଏହି ଜାତୀୟ ପ୍ରତିଷ୍ଠାନ ଶ୍ରେଷ୍ଠ ମେଡିକାଲ କଲେଜ ମଧ୍ୟରେ ୧୨ ତମ ଏବଂ ଉଦୀୟମାନ ମେଡିକାଲ କଲେଜ ମଧ୍ୟରେ ଦେଶରେ ୨ୟ ସ୍ଥାନ ହାସଲ କରିଛି। ଏମ୍ସ ନୂଆଦିଲ୍ଲୀ ପରେ ଦେଶବ୍ୟାପୀ ନିଟ୍ ଯୋଗ୍ୟ ପ୍ରାର୍ଥୀଙ୍କ ଦ୍ୱିତୀୟ ପସନ୍ଦ ପାଲଟିଛି। ପ୍ରତିଷ୍ଠିତ ଏନ୍ଆଇଆରଏଫ୍ ୨୦୨୪ ରେ ୧୫ ତମ ସ୍ଥାନରେ ରହି ସଫଳତା ହାସଲ କରିଛି। ୨୦୨୧ରେ ଏହି କ୍ରମରେ ଏମ୍ସ ୩୧ତମ ସ୍ଥାନରୁ ସଫତଳାର ସହିତ ଉଚ୍ଚସ୍ଥାନକୁ ଉଠି ଚାଲିଛି। 

ଏମ୍ସ ଭୁବନେଶ୍ୱର ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହାର କ୍ୟାମ୍ପସକୁ ସହୃଦୟତାର ସହିତ ସ୍ୱାଗତ କରୁଛି। ରାଷ୍ଟ୍ରପତି ମହୋଦୟାଙ୍କ ଏହି ଗସ୍ତ ପ୍ରତ୍ୟେକ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ଏହି ପବିତ୍ର ମାଟିର ଜଣେ ଆଦର୍ଶ ଝିଅ, ସାମାଜିକ ନେତୃତ୍ୱର ଏକ ଆଲୋକବର୍ତ୍ତିକା ଭାବରେ, ତାଙ୍କର ଯାତ୍ରା ସେହି ମୂଲ୍ୟଗୁଡ଼ିକୁ ପ୍ରତିଫଳିତ କରେ ଯେଉଁ ମୂଲ୍ୟବୋଧ ଏମ୍ସ ଭୁବନେଶ୍ୱର ଏଠାରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଥିବା, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ୱାସ ପ୍ରକାଶ କରିଛନ୍ତି। କୃତଜ୍ଞତା ଏବଂ ସମ୍ମାନର ସହିତ, ଆମେ ଏହି ଐତିହାସିକ ସମାବର୍ତ୍ତନ ସମାରୋହ ପାଳନ କ୍ଷଣକୁ ଅପେକ୍ଷା କରୁଛୁ, ଯାହା ଏକ ସମ୍ମାନ, ଆନନ୍ଦ ଏବଂ ନୂତନ ଆରମ୍ଭର ଦିନ ବୋଲି ଡ. ବିଶ୍ୱାସ ମତବ୍ୟକ୍ତ କରିଛନ୍ତି।

Medical Students | AIIMS Bhubaneswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe