ଭୁବନେଶ୍ବର: ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ନାବାଳିକା ଦେହରେ ନିଆଁ ଲଗାଇବା ଘଟଣାକୁ ନେଇ ଏମ୍ସ ଭୁବନେଶ୍ବର ପରିସରରେ ଶନିବାର ରାତିରେ ଉତ୍ତେଜନା ଦେଖାଯାଇଛି। ଉତ୍ତେଜନା ପରେ ବର୍ଣ୍ଣ ୱାର୍ଡକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। କମିସନରେଟ୍ ପୁଲିସ ପକ୍ଷରୁ ଏଠାରେ ୧୬୩ ଧାରା ଲାଗୁ କରାଯାଇଛି। ସମ୍ପୂର୍ଣ୍ଣ ଅଞ୍ଚଳ ଖାଲି କରିବାକୁ ପୁଲିସର ନିର୍ଦ୍ଦେଶ ଦେଇଥିବା ବେଳେ ବିଜେପି, ବିଜେଡି ଓ କଂଗ୍ରେସର ନେତା-କର୍ମୀମାନେ ନାରାବାଜି ସହ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନୁ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଏମ୍ସ ଭୁବନେଶ୍ବରରେ ଭର୍ତ୍ତି ଥିବା ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ନାବାଳିକାର ଅବସ୍ଥା ଗୁରୁତର ଅଛି। ତାଙ୍କର ଶରୀର ୭୦ରୁ ୭୫ ପ୍ରତିଶତ ଜଳିଯାଇଛି। ଝିଅର ମାନସିକ ଅବସ୍ଥା ଭଲ ନାହିଁ। ତେଣୁ ତାଙ୍କରଗୁରୁତ୍ବପୂର୍ଣ୍ଣ ଚିକିତ୍ସା ଦରକାର ଅଛି। ନାବାଳିକାର ଭଲ ଚିକିତ୍ସା ପାଇଁ ଏମ୍ସ ଭୁବନେଶ୍ବରର ମେଡିକାଲ ଟିମ୍ ଉଦ୍ୟମ କରୁଛନ୍ତି। ଅଗାମୀ ୪୮ରୁ ୭୨ଘଣ୍ଟା ଗୁରୁତ୍ବପୂର୍ଣ୍ଣ। ଏମ୍ସ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଏମ୍ସ ଭୁବନେଶ୍ବର ନିର୍ଦ୍ଦେଶକ ଶ୍ରୀ ବିଶ୍ବାସ କହିଛନ୍ତି, ନାବାଳିକା ଜଣକ ଆଗାମୀ ୪୮ ଘଣ୍ଟା ଅବଜରଭେସନ୍ରେ ରହିବେ। ସେ ଏବେ ଭେଣ୍ଟିଲେଟରରେ ନାହାନ୍ତି। ଆଇସିୟୁରେ ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି। ୨୦ରୁ୨୫ ପ୍ରତିଶତ ବ୍ୟତୀତ ଶରୀର ଅନ୍ୟ ସ୍ଥାନ ପୋଡ଼ିଛି। ଏହା ହେଉଛି ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ। କିନ୍ତୁ ପୀଡ଼ିତା ଏବେ କଥାବାର୍ତ୍ତା କରୁଛନ୍ତି।
ନାବାଳିକାଙ୍କ ଚିକିତ୍ସାରେ ୧୪ ଜଣିଆ ଡାକ୍ତରୀ ଟିମ୍ ନିୟୋଜିତ ଅଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ନାବାଳିକା ଜଣକ ପ୍ରାୟ ୭୦ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କୁ ସ୍ବତନ୍ତ୍ର ଚିକିତ୍ସା ଦିଆଯାଉଛି। ବିଶେଷଜ୍ଞ ଡାକ୍ତର ସଂଜୟ ଗିରିଙ୍କ ନେତୃତ୍ବରେ ନାବାଳିକାଙ୍କ ଚିକିତ୍ସା ଜାରି ରହିଛି। ଏହି ଟମ୍ରେ ପ୍ରଫେସର ଅନୁପମ ଦେ, ପ୍ରଫେସର ମନୋଜ ପାଣିଗ୍ରାହୀ, ଡ. ଦେବାଶିଷ ଆଚାର୍ଯ୍ୟ, ଡ. ଆଲୋକ ସାହୁ, ଡ. ରିତେଶ ପଣ୍ଡା, ଡ. ସିନ୍ଧୁ ସୁଧା ସାହୁ, ଡ. ସୁବର୍ଣ୍ଣ ମିତ୍ର, ଡ. ପ୍ରୀତି ମୀନା, ଡ. ତରୁଣ କୁମାର ପାତ୍ର, ଡ. ଶ୍ୟାମସୁନ୍ଦର ବେହେରା, ଡ. ଦେବଶ୍ରୀ ଦାସ, ଡ. ମହାଲିଙ୍ଗମ୍ ଓ ପ୍ରିୟଦର୍ଶିନୀ ସାହୁ ଅଛନ୍ତି।
AIIMS Bhubaneswar
Follow Us