ରାଇରଙ୍ଗପୁରରେ ଏମ୍‌ସ ସାଟେଲାଇଟ୍‌ ସେଣ୍ଟରର ଓପିଡି; ନିରୀକ୍ଷଣ କଲେ ଟିମ୍

Advertisment

ରାଇରଂଗପୁର ଉପଖଣ୍ଡରୁ ଜିଲ୍ଲା ମୁଖ ଚିକିତ୍ସାଳୟ ତଥା ମେଡ଼ିକାଲ କଲେଜର ଦୂରତା ୧୦୦ କି.ମି ରୁ ଅଧିକ ଥିବାରୁ ଉପଖଣ୍ଡବାସୀ ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେଉଥିବା ବେଳେ ଆଗାମୀ ଦିନରେ ସେମାନଙ୍କର ଅସୁବିଧା ଦୂର ହେବାକୁ ଯାଉଛି।

ରାଇରଂଗପୁର ଉପଖଣ୍ଡରୁ ଜିଲ୍ଲା ମୁଖ ଚିକିତ୍ସାଳୟ ତଥା ମେଡ଼ିକାଲ କଲେଜର ଦୂରତା ୧୦୦ କି.ମି ରୁ ଅଧିକ ଥିବାରୁ ଉପଖଣ୍ଡବାସୀ ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେଉଥିବା ବେଳେ ଆଗାମୀ ଦିନରେ ସେମାନଙ୍କର ଅସୁବିଧା ଦୂର ହେବାକୁ ଯାଉଛି।

AIIMS satelite centre

AIIMS satelite centre Photograph: (sambad.in )

ରାଇରଙ୍ଗପୁର: ବଣଜଙ୍ଗଲ ଖେରା ଆଦିବାସୀ ଅଧ୍ୟୁଷିତ ଓ ଗରିବ ଶ୍ରେଣୀ ବିଶିଷ୍ଟ ଅଞ୍ଚଳ ଭାବେ ଜଣାଶୁଣା ମୟୂରଭଞ୍ଜ ଜିଲ୍ଲାର ବାମନଘାଟିର ଜନତା ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇବେ। ଉପଖଣ୍ଡରୁ ଜିଲ୍ଲା ମୁଖ ଚିକିତ୍ସାଳୟ ତଥା ମେଡ଼ିକାଲ କଲେଜର ଦୂରତା ୧୦୦ କି.ମି ରୁ ଅଧିକ ଥିବାରୁ ଉପଖଣ୍ଡବାସୀ ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେଉଥିବା ବେଳେ ଆଗାମୀ ଦିନରେ ସେମାନଙ୍କର ଅସୁବିଧା ଦୂର ହେବାକୁ ଯାଉଛି। ଚିକିତ୍ସାରେ ସୁଧାର ପାଇଁ ଉପଖଣ୍ଡବାସୀ ବହୁ ଦିନରୁ ଦାବି କରିଆସୁଛନ୍ତି। ତାହାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ରାଇରଙ୍ଗପୁରରେ ଏମ୍‌ସ ସାଟେଲାଇଟ୍‌ ସେଣ୍ଟରର ଓପିଡି ପାଇଁ ଏମ୍ସର ଏକ ସତନ୍ତ୍ର ଟିମ୍ ନିରୀକ୍ଷଣ ପାଇଁ ରାଇରଙ୍ଗପୁର ଗସ୍ତରେ ଆସି ନିରୀକ୍ଷଣ କରିଛନ୍ତି।

ରାଇରଙ୍ଗପୁରରେ ଏମ୍ସ ସ୍ଥାପିତ ପାଇଁ ବିଜେପିର ବରିଷ୍ଠ ନେତା ତଥା ବିଜେପି ରାଜ୍ଯ ସମ୍ପାଦକ ନବୀନ ରାମ ଉପଖଣ୍ଡବାସୀଙ୍କ ଉଦ୍ୟେଶରେ ଦୁଇ ବର୍ଷ ପୂର୍ବରୁ ମହାମହିମ୍ ରାଷ୍ଟ୍ରପତିଙ୍କୁ ଦାବି କରିଥିଲେ।

ଏଠାରେ ଏମ୍‌ସ ସାଟେଲାଇଟ୍‌ ସେଣ୍ଟରର ଓପିଡି ସ୍ଥାପିତ ହେଲେ ଭଲ ବିଶେଷଜ୍ଞ ସମେତ କିଛି ବିଭାଗର ପରୀକ୍ଷାଗାର କାର୍ଯ୍ୟକ୍ଷମ ହେବ। ଏଥିପାଇଁ ଆଜି ଭୁବନେଶ୍ୱର ଏମ୍ସ ସୁପରିଟେଡେଣ୍ଟ ଡାକ୍ତର ଦିଲିପ କୁମାର ପରିଡ଼ାଙ୍କ ସମେତ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଉଚ୍ଚ ସ୍ତରୀୟ ଡାକ୍ତର ଟିମ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନିରିକ୍ଷଣ କରିବାକୁ ଆସିଥିଲେ। ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଇଛା ଓ ଆଶା ଅନୁସାରେ ରାଇରଙ୍ଗପୁର ଚିକିତ୍ସାଳୟଠାରେ ଆଗାମୀ ଦିନରେ ସୁପର ହସ୍ପିଟାଲ ସହ ଏମ୍ସ ସାଟେଲାଇଟ ସେଣ୍ଟରର ଓପିଡି ହେବ ବୋଲି ଗ୍ରାଉଣ୍ଡ ରିପୋର୍ଟ ପ୍ରସ୍ତୁତ କରିବାକୁ ଆସିଛନ୍ତି ଡାକ୍ତରୀ ଟିମ।

ଏନେଇ ଅଞ୍ଚଳବାସୀ ନିଜକୁ ସୌଭାଗ୍ୟ ମଣି କହିଥିବା ବେଳେ କେତେ ଶୀଘ୍ର ଏହି ସାଟେଲାଇଟ ହସ୍ପିଟାଲ ହେବ ବୋଲି ଆଶା ବାନ୍ଧିଛନ୍ତି। ନିରୀକ୍ଷଣ ସମୟରେ ଭୁବନେଶ୍ୱର ଏମ୍ସ ଟିମ ସହିତ ବାମନଘାଟୀ ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ, ଉପଖଣ୍ଡ ଚିକିତ୍ସା ଅଧିକାରୀ ରବୀନ୍ଦ୍ର ନାଥ ମାର୍ଣ୍ଡି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯଦୁନାଥ ଜେନା,ବରିଷ୍ଠ ଆଇନଜୀବୀ ସଂଜୀବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe