ଅଳ୍ପକେ ବର୍ତ୍ତିଗଲା ୧୫୬ଜଣ ଏୟାର ଇଣ୍ଡିଆ ବିମାନ ଯାତ୍ରୀଙ୍କ ଜୀବନ

ଥାଇଲ୍ୟାଣ୍ଡର ଫୁକେଟରେ ଏୟାର ଇଣ୍ଡିଆର ବିମାନ ଏଆଇ ୩୭୯ ବିମାନ ଆଣ୍ଡାମାନ ସାଗର ଚାରିପାଖରେ କିଛି ସମୟ  ଘୂରି ବୁଲିବା ପରେ ଜରୁରୀକାଳୀନ ଅବତରଣ କରିଛି। ଅଳ୍ପକେ ବର୍ତ୍ତିଗଲା ୧୫୬ଜଣ ଏୟାର ଇଣ୍ଡିଆ ବିମାନ ଯାତ୍ରୀଙ୍କ ଜୀବନ

ିସୀସ

ନୂଆଦିଲ୍ଲୀ: ଜୁନ ୧୨ ତାରିଖ ଅପରାହ୍ନରେ  ଅହମଦାବାଦରେ ଏୟାର ଇଣ୍ଡିଆର ଏଆଇ ବିମାନ ୧୭୧ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବାର ଦୁଃଖର ଖବର ସାମ୍ନାକୁ ଆସିଥିବା ବେଳେ ଶୁକ୍ରବାର  ୧୫୬ଜଣ ଏୟାର ଇଣ୍ଡିଆ ବିମାନ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।

ଥାଇଲ୍ୟାଣ୍ଡର ଫୁକେଟରେ ଏୟାର ଇଣ୍ଡିଆର ବିମାନ ଏଆଇ ୩୭୯ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଛି। ଜୁନ ୧୩ ତାରିଖରେ ଏହି ବିମାନଟି ଫୁକେଟରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଏଥିରେ ବୋମା ଧମକ ମିଳିଥିଲା।  ତେଣୁ ପାଇଲଟ କିଛି ଦୁର୍ଘଟଣାର ସାମ୍ନା କରିବା ପୂର୍ବରୁ ହିଁ ଏହାକୁ ଜରୁରୀକାଳୀନ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। 

ଏଆଇ ୩୭୯ ବିମାନ ଆଣ୍ଡାମାନ ସାଗର ଚାରିପାଖରେ କିଛି ସମୟ  ଘୂରି ବୁଲିବା ପରେ ବିମାନଟି ଫେରି ଆସି ଜରୁରୀକାଳୀନ ଅବତରଣ କରିଥିଲା। ବୋମା ଧମକକୁ ଏପର୍ଯ୍ୟନ୍ତ ଏଓଟି ଦ୍ୱାରା ନିଶ୍ଚିତ କରାଯାଇ ନାହିଁ।

ଫୁକେଟ ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି ଯେ ଜରୁରୀକାଳୀନ ଅବତରଣ ପରେ, ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯାଉଛି ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି। ଯାତ୍ରାରେ ବିଳମ୍ବ ହେତୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe