ସୌରଶକ୍ତିରେ ପରିଚାଳିତ ହେବ ସରକାରୀ କାର୍ଯ୍ୟାଳୟ: ଉପମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାର ବୈଦ୍ୟୁତିକ ଯାନବାହନ ଚଳାଚଳ ବୃଦ୍ଧି ପାଇଁ ନୂତନ ପଲିସି ଆଣିବାକୁ ଯାଉଛନ୍ତି। ବୈଦ୍ୟୁତିକ ଯାନର ବ୍ୟବହାର ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ପଲିସି ପ୍ରଣୟନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
KV Singhdeo

KV Singhdeo Photograph: (sambad.in)

ଭୁବନେଶ୍ବର: ରାଜ୍ୟ ସରକାର ବୈଦ୍ୟୁତିକ ଯାନବାହନ ଚଳାଚଳ ବୃଦ୍ଧି ପାଇଁ ନୂତନ ପଲିସି ଆଣିବାକୁ ଯାଉଛନ୍ତି। ବୈଦ୍ୟୁତିକ ଯାନର ବ୍ୟବହାର ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ପଲିସି ପ୍ରଣୟନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅଧିକ ପରିମାଣରେ ଇଲେକ୍ଟ୍ରିକ ଯାନ ବ୍ୟବହାର ପାଇଁ ନୂତନ ଇଭି ପଲିସି ଆସିବ। 

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ସରକାରୀସ୍ତରରେ ଏହି ବ୍ୟବସ୍ଥାକୁ ଆଗୁଆ କାର୍ଯ୍ୟକାରୀ କରାଯିବ। ଏଥି ପାଇଁ ସରକାରୀ ବାସଭବନରେ ସୌର ପ୍ୟାନେଲ ବାଧ୍ୟତାମୂଳକ କରାଯିବ। ସରକାରୀ କର୍ମଚାରୀମାନେ ଇଭି ଗାଡ଼ି ବ୍ୟବହାର କରିବା ଉଚିତ୍‌। ଆଗାମୀ ୫ ବର୍ଷ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ସୌର ପ୍ୟାନେଲ ଲଗାଯିବ। ବର୍ତ୍ତମାନ ଟ୍ୱିନ୍‌ ସିଟିର ବିଭିନ୍ନ କାର୍ଯ୍ୟାଳୟରେ ସୌର ପ୍ୟାନେଲ ଲଗାଯାଇଛି। ଆଗାମୀ କିଛି ଦିନ ମଧ୍ୟରେ ସମସ୍ତ ସରକାରୀ ଅଫିସକୁ ସୌରଶକ୍ତିରେ ପରିଚାଳନା କରାଯିବ। 

ପେଟ୍ରୋଲ ଡିଜେଲ ଦର ଦିନକୁଦିନ ବୃଦ୍ଧି ପାଉଛି। ଏହି କାରଣରୁ ଲୋକେ ବୈଦ୍ୟୁତିକ ଯାନ କିଣିବାକୁ ଚାହୁଁଛନ୍ତି। ବିଭିନ୍ନ କମ୍ପାନି ପକ୍ଷରୁ ବଜାରରେ ବୈଦ୍ୟୁତିକ ଯାନ ଉପଲବ୍ଧ ହୋଇଛି। 

ପୂର୍ବରୁ ଇଲେକ୍ଟ୍ରିକ୍‌ ଗାଡ଼ି କିଣିବାକୁ ସରକାର ଆଡଭାନ୍ସ ଦେଉଥିଲେ। ସରକାରୀ ଚାକିରିଆଙ୍କୁ ଇଲେକ୍ଟ୍ରିକ୍‌ ଗାଡ଼ି କିଣିବାକୁ ନେଇ ଆଡଭାନ୍ସ ମଧ୍ୟ ମିଳୁଥିଲା। ଗ୍ରୁପ୍-ଏ ବା ବି’ କର୍ମଚାରୀଙ୍କୁ ଇଲେକ୍ଟ୍ରି କାର୍ ପାଇଁ ଆଡଭାନ୍ସ ମିଳିବ। ସରକାର ଗ୍ରୁପ୍ ସି’ ଓ ଡି’ କର୍ମଚାରୀଙ୍କୁ ଦୁଇ ଚକିଆ ଯାନ କିଣିବାକୁ ଅଗ୍ରୀମ ଟଙ୍କା ଦେଉଛନ୍ତି। ଗ୍ରୁପ୍-ଏର କର୍ମଚାରୀମାନେ କିଣିବାକୁ ଥିବା କାର୍‌ ଦାମ୍‌ର ୭୫% ଆଡଭାନ୍ସ ଆକାରରେ ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଡଭାନ୍ସ ବାବଦକୁ କର୍ମଚାରୀମାନଙ୍କୁ ସର୍ବାଧିକ ୧୫ଲକ୍ଷ ଟଙ୍କା ମିଳିବ। ଗ୍ରୁପ୍ ସି’ ଓ ଡି’ କର୍ମଚାରୀଙ୍କୁ ଦୁଇ ଚକିଆ କିଣିବାକୁ ଆଡଭାନ୍ସ ଆକାରରେ ଗାଡି ମୂଲ୍ୟର ୭୫% ବା ସର୍ବାଧିକ ୨ ଲକ୍ଷ ପର୍ଯ୍ୟନ୍ତ ଆଡଭାନ୍ସ ଦିଆଯିବ। ଏହି ଟଙ୍କା ସର୍ବାଧିକ ୧୦୦ଟି ମାସିକିଆ କିସ୍ତିରେ ଦରମାରୁ ଭରଣା କରାଯିବ। ଇଭି ଆଡଭାନ୍ସ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।

KV SInghdeo | EV policy 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe