ରାଉରକେଲା: ଆଉ ମାତ୍ର ୫ ଦିନପରେ ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍। ତାରିଖ ଯେମିତି ପାଖେଇ ଆସୁଛି, ହକିପ୍ରେମୀଙ୍କ ଉତ୍କଣ୍ଠା ସେଭଳି ବଢ଼ିଚାଲିଛି। ଏଥିରେ ଦେଶ ଓ ବିଦେଶର ନାମୀଦାମି ଖେଳାଳି ଖେଳିବେ। ଏହି ବିଶ୍ବସ୍ତରର କ୍ରୀଡ଼ା ଉପଭୋଗ କରିବାକୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି। ଖାସ୍ ଏହି କାରଣରୁ, ମାତ୍ର ୩ ଦିନ ଭିତରେ ଫାଇନାଲ ମ୍ୟାଚ୍ର ଟିକଟ୍ ସଂରକ୍ଷଣ ଶେଷ ହୋଇଗଲାଣି।
ଟିକଟ୍ ଉପଲବ୍ଧ ହେଉଥିବା ୱେବ୍ସାଇଟ୍ ‘ଟିକଟ୍ଜିନି’ରେ ଫାଇନାଲ ମ୍ୟାଚ୍, ଅର୍ଥାତ୍ ଫେବ୍ରୁଆରି ୧ ତାରିଖର ସମସ୍ତ ଟିକଟ୍ ସଂରକ୍ଷିତ ହୋଇସାରିଥିବା ଦର୍ଶାଉଛି। ମ୍ୟାଚ୍ ପାଇଁ ଟିକଟ୍ ସଂପୂର୍ଣ୍ଣ ମାଗଣା କରାଯାଇଛି। ତେବେ ଷ୍ଟାଡିୟମ ଭିତରକୁ ପଶିବାକୁ ହେଲେ ଟିକଟ୍ ସଂରକ୍ଷଣ ବାଧ୍ୟତାମୂଳକ କରାଯାଇଛି। ଏହି ଟିକଟ୍ ମାଧ୍ୟମରେ ଦର୍ଶକ ଷ୍ଟାଡିୟମ ପ୍ରବେଶ କରିବାର ସୁଯୋଗ ପାଇବେ। ଉଲ୍ଲେଖଯୋଗ୍ୟ, ଦିନକ ଭିତରେ ଉଦ୍ଘାଟନୀ ଦିବସର ଟିକଟ୍ ସଂରକ୍ଷଣ ଶେଷ ହୋଇଯାଇଥିଲା।

ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ରେ ଏହି ଖେଳପ୍ରତି ଆବାଳବୃଦ୍ଧବନିତାଙ୍କ ଆଗ୍ରହ ଦେଖିବାକୁ ମିଳିଥାଏ। ଜିଲ୍ଲାରେ ଏମିତି ଗୋଟିଏ ଗାଁ ନାହିଁ, ଯେଉଁଠାରେ ଛୋଟଛୋଟ ପିଲା ହକି ଖେଳୁନାହାନ୍ତି। ବାସ୍ତବରେ ସୁନ୍ଦରଗଡ଼ ପାଣିପବନଠାରୁ ଆରମ୍ଭକରି ପ୍ରତ୍ୟେକ ଜନଜୀବନରେ ହକି ଭରିରହିଛି। ସମ୍ଭବତଃ ଏହି କାରଣ ପାଇଁ ୨୦୨୩ ଜାନୁଆରିରେ ଅନୁଷ୍ଠିତ ପୁରୁଷ ହକି ବିଶ୍ବକପ୍, ୨୦୨୩ ମାର୍ଚ୍ଚରେ ଅନୁଷ୍ଠିତ ପୁରୁଷ ହକି ପ୍ରୋ-ଲିଗ୍, ୨୦୨୪ ଫେବ୍ରୁଆରିରେ ଅନୁଷ୍ଠିତ ହକି ପ୍ରୋ-ଲିଗ୍ରେ ଅଭୂତପୂର୍ବ ସଫଳ ହୋଇଥିଲା। ଏତଦ୍ବ୍ୟତୀତ ସୁନ୍ଦରଗଡ଼ ମାଟିରେ ଜନ୍ମିତ ଖେଳାଳି ବିଭିନ୍ନ ଦଳରେ ସ୍ଥାନ ପାଇଛନ୍ତି। ଏହି ସ୍ଥାନୀୟ ତାରକାଙ୍କୁ ଦେଖିବାକୁ ଜିଲ୍ଲାର ହକିପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେବାବ ସ୍ବାଭାବିକ।
Follow Us