କୋରାପୁଟ: କୋଟିଆ ଗ୍ରାମପୁଂଜର ବହୁ ମହିଳା ଦୁଇଟି ଆଧାରକାର୍ଡ ପାଇଁ ସୁଭଦ୍ରା ଯୋଜନାରୁ ବଂଚିତ ରହିଥିବାକୁ ନେଇ ଏକ ରିପୋର୍ଟ ସମ୍ବାଦରେ ପ୍ରକାଶ ପାଇଥିଲା। ଏହା ପରେ ଜିଲ୍ଲାପାଳ ଭି.କୀର୍ତ୍ତି ୱାସନ୍ ନିଜେ କୋବଟିଆ ଗ୍ରାମପୁଂଜକୁ ଗସ୍ତ କରି ସୁଭଦ୍ରା ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ଏହା ସହ ଯୋଜନାରେ ଆବେଦନକରିଥିବା, ଅନୁମୋଦନ ହୋଇଥିବା ଏବଂ ସହାାୟତା ପାଇଥିବା ଏବଂ ଆଧାରକାର୍ଡ ସମସ୍ୟାରୁ ସାମିଲ ହୋଇ ପାରିନଥିବା ମହିଳାଙ୍କ ସହ ବ୍ୟକ୍ତିଗତ ଭାବେ ଭେଟିଥିଲେ।
ତେବେ ସବୁ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରାରେ ସାମିଲ କରାଯିବ କେହି ବି ବଂଚିତ ରହିବେ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ। ଏହି ପଂଚାୟତର ୨୨୫୧ଜଣ ମହିଳାଙ୍କ ମଧ୍ୟରୁ ୧୬୦୦ମହିଳା ଆବେଦନ କରିଥିଲେ। ସେଥିରୁ ୧୨ଶହ ମହିଳା ସୁଭୁଦ୍ରା ଯୋଜନାରେ ସହାୟତା ପାଇଛନ୍ତି। ବଳକା ୪୦୦ ମହିଳାଙ୍କ ଅନୁମୋଦନ ଅପେକ୍ଷାରେ ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ।
ସେହିପରି ବଳକା ୬୫୧ଜଣ ମହିଳାଙ୍କ ଆଧାରକାର୍ଡରେ ସମସ୍ୟା ରହିଥିଲା। ସେଥି ପାଇଁ ସ୍ବତନ୍ତ୍ର ଆଧାରକାର୍ଡ ସଂଶୋଧନ କ୍ୟାମ୍ପ ଗାଁକୁ ଗାଁ ବୁଲି କରାଯାଉଛି। ଏବଂ ସମସ୍ତଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ୬୦ପ୍ରତିଶତ ମହିଳା ଏହି ଯୋଜନାରେ ସାମିଲ ହୋଇଛନ୍ତି। ବଳକା ୪୦ପ୍ରତିଶତକୁ ବି ସାମିଲ କରାଯିବା ଜିଲ୍ଲାପ୍ରଶାସନର ପ୍ରାଥମିକ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ।
Follow Us