କମିବ ମନମାନି, ସୁଧୁରିବ ସ୍ଥିତି: ଆଲିଆନ୍ସ ଏୟାର ପରିବର୍ତ୍ତନ ପାଇଁ ପଦକ୍ଷେପ

ଆଲିଆନ୍ସ ଏୟାର୍‌ର ମନମାନି ଯୋଗୁ ଯାତ୍ରୀ ଅସନ୍ତୋଷ ଦ୍ବିଗୁଣିତ ହେଲାଣି। ବାରମ୍ବାର ଅଘୋଷିତ ବାତିଲ ହେଉ ଅବା ବିମାନରେ ଯାବତୀୟ ତ୍ରୁଟିବିଚ୍ୟୁତି, ସୁଧୁରିବାର ନାଁ ନେଉନି। ଏଣୁ ରାଉରକେଲା-ଭୁବନେଶ୍ବର ପାଇଁ ନୂଆ ବାଣିଜ୍ୟିକ ବିମାନସେବା ପ୍ରଦାନକାରୀ ସଂସ୍ଥା ନିୟୋଜନ ଏକମାତ୍ର ବିକଳ୍ପ ପାଲଟିଛି।

01a4e7ce-8572-45fa-b8b0-e5c31757fa3d
ରାଉରକେଲା: ଆଲିଆନ୍ସ ଏୟାର୍‌ର ମନମାନି ଯୋଗୁ ଯାତ୍ରୀ ଅସନ୍ତୋଷ ଦ୍ବିଗୁଣିତ ହେଲାଣି। ବାରମ୍ବାର ଅଘୋଷିତ ବାତିଲ ହେଉ ଅବା ବିମାନରେ ଯାବତୀୟ ତ୍ରୁଟିବିଚ୍ୟୁତି, ସୁଧୁରିବାର ନାଁ ନେଉନି। ଏଣୁ ରାଉରକେଲା-ଭୁବନେଶ୍ବର ପାଇଁ ନୂଆ ବାଣିଜ୍ୟିକ ବିମାନସେବା ପ୍ରଦାନକାରୀ ସଂସ୍ଥା ନିୟୋଜନ ଏକମାତ୍ର ବିକଳ୍ପ ପାଲଟିଛି। ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଥିବା ଜଣାପଡ଼ିଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଥିବା ବିଶ୍ବସ୍ତସୂତ୍ରରୁ ପ୍ରକାଶ। ପୂର୍ବରୁ ମଧ୍ୟ ଏନେଇ କେନ୍ଦ୍ରକୁ ପତ୍ର ଲେଖାଯାଇଥିବାବେଳେ କିଛିଦିନ ପୁନର୍ବାର ଚିଠି ଲେଖିଛନ୍ତି। ଚିଠିରେ ଆଲିଆନ୍ସ ଏୟାର୍‌କୁ ବାତିଲ କରି ଅନ୍ୟ ସଂସ୍ଥାକୁ ନିୟୋଜନ ପାଇଁ ଉଲ୍ଲେଖ କରାଯାଇଥିବା ସୂଚନା ମିଳିଛି।
୨୦୨୩ ଜାନୁଆରି ୭ ତାରିଖରେ ରାଉରକେଲାକୁ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ କରିଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ରାଉରକେଲା-ଭୁବନେଶ୍ୱର ରୁଟ୍ ପାଇଁ ଆଞ୍ଚଳିକ ସଂଯୋଗ ଯୋଜନା ‘ଉଡ଼ାନ୍‌’ ଅଧୀନରେ ଆଲିଆନ୍ସ ଏୟାରକୁ ବିମାନ ପରିଚାଳନାକାରୀ ସଂସ୍ଥା ଭାବେ ନିଯୁକ୍ତ କରିଥିଲା। ସେବେଠାରୁ ଏଟିଆର୍‌-୭୨ ଏଠାରେ ସେବା ପ୍ରଦାନ କରୁଛି। କିନ୍ତୁ ବିମାନସେବା ବହୁ ସମୟରେ ବନ୍ଦ ରହୁଥିବାରୁ ଉଦ୍ଦେଶ୍ୟ ପୂରଣ ହୋଇପାରୁନି। ଏହା ପୂର୍ବରୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଗତ ମାର୍ଚ୍ଚ ୧୩ ତାରିଖରେ ରାଉରକେଲା-କୋଲକାତା ଓ ଭୁବନେଶ୍ୱର-ଝାରସୁଗୁଡ଼ା ରୁଟ୍‌ରେ କାର୍ଯ୍ୟ କରିବାକୁ ଅନ୍ୟ ବିମାନ କମ୍ପାନିଗୁଡ଼ିକୁ ଆମନ୍ତ୍ରଣ କରିଥିଲା। ଆଗ୍ରହୀ ବାଣିଜ୍ୟିକ ବିମାନ କମ୍ପାନିଗୁଡ଼ିକୁ ଉନ୍ନତ ବିମାନ ସଂଯୋଗ ପାଇଁ ନିର୍ଦ୍ଦିଷ୍ଟ ପୂର୍ବ ଘରୋଇ ରାଉଣ୍ଡ୍‌ ଟ୍ରିପ୍‌ ରୁଟ୍‌ରେ ସୂଚୀବଦ୍ଧ ବିମାନ ପରିଚାଳନା କରିବାକୁ ବିଭାଗ ବିଜ୍ଞାପନ ନୋଟିସ ପ୍ରକାଶିତ କରିଥିଲା। ଏମିତିକି ବିମାନ କମ୍ପାନିକୁ ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍‌)/ପ୍ରୋତ୍ସାହନ ପ୍ରଦାନ କରିବାକୁ ଘୋଷଣା କରିଥିଲା।

ଆଲିଆନ୍ସ ଏୟାର୍‌ ପାଖରେ ପର୍ଯ୍ୟାପ୍ତସଂଖ୍ୟକ ବିମାନର ଅଭାବ ରହିଛି। ରାଉରକେଲାରେ ସେବା ପ୍ରଦାନ କରୁଥିବା ଏଟିଆର୍‌-୭୨କୁ ଉତ୍ତର-ପୂର୍ବ ରାଜ୍ୟରେ ମଧ୍ୟ ନିୟୋଜନ କରାଯାଉଛି। ଅବଶ୍ୟ, ରାଉରକେଲାରେ ଆଇଏଲ୍‌ଏସ୍‌/ଏନ୍‌ଏଲ୍‌ଏସ୍‌ ବ୍ୟବସ୍ଥାର ଅଭାବ ରହିଛି। ଫଳରେ ପ୍ରତିକୂଳ ପାଣିପାଗ, ସନ୍ଧ୍ୟା ସମୟରେ ବିମାନ ଅବତରଣ କରିପାରୁନି। 

ତେବେ ବର୍ତ୍ତମାନ ରାଉରକେଲା ବିମାନବନ୍ଦର ସଂପ୍ରସାରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଠାକାର ରନ୍‌ୱେର ଲମ୍ବକୁ ୨.୭ କିଲୋମିଟର ଓ ପ୍ରସ୍ଥ ୪୫ ମିଟରକୁ ବୃଦ୍ଧି କରାଯିବ। ବିମାନବନ୍ଦରକୁ ୪ସି ମାନ୍ୟତା ପ୍ରଦାନ ସମେତ ଆଇଏଲ୍‌ଏସ୍‌/ଏନ୍‌ଏଲ୍‌ଏସ୍‌ ବ୍ୟବସ୍ଥା ଏବଂ ଭିତ୍ତିଭୂମି ନିର୍ମାଣ କରାଯିବ। ଏନେଇ ଗତ ଏପ୍ରିଲ ୧୫ରୁ ସପ୍ତାହବ୍ୟାପୀ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର ତିନିଜଣିଆ ପ୍ରତିନିଧି ଓଏଲ୍‌ଏସ୍‌ ସର୍ଭେ କରିଥିଲେ। ସେହିଭଳି ମାର୍ଚ୍ଚ ୨୫ ତାରିଖରେ ଏଏଆଇର ୭ ଜଣିଆ ପ୍ରତିନିଧି ଦଳ ବିମାନବନ୍ଦରର ସ୍ଥିତି ସମୀକ୍ଷା କରିଥିଲେ।
Rourkela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe