ପୁଣି ଧୋକା ଦେଲା ଆଲିଆନ୍ସ ଏୟାର୍‌: ସେପ୍ଟେମ୍ବର ୧ରୁ ଉଡ଼ିବନି

ପୂର୍ଣ୍ଣକାର୍ଯ୍ୟକ୍ଷମ ରାଉରକେଲା ବିମାନବନ୍ଦର ସ୍ବପ୍ନ କେବେ ପୂରଣ ହେବ, ତାହା ଅସ୍ପଷ୍ଟ। ଏଯାଏ ବିମାନବନ୍ଦର ସଂପ୍ରସାରଣ କାର୍ଯ୍ୟ ବେଗ ଧରିପାରୁନି। ଏସବୁ ଭିତରେ ବିମାନ ପରିଚାଳନାକାରୀ ସଂସ୍ଥା ଆଲିଆନ୍ସ ଏୟାର୍‌ର କ୍ରମାଗତ ଅବହେଳା ସୀମା ଟିପିଲାଣି।

Alliance

ରାଉରକେଲା: ପୂର୍ଣ୍ଣକାର୍ଯ୍ୟକ୍ଷମ ରାଉରକେଲା ବିମାନବନ୍ଦର ସ୍ବପ୍ନ କେବେ ପୂରଣ ହେବ, ତାହା ଅସ୍ପଷ୍ଟ। ଏଯାଏ ବିମାନବନ୍ଦର ସଂପ୍ରସାରଣ କାର୍ଯ୍ୟ ବେଗ ଧରିପାରୁନି। ଏସବୁ ଭିତରେ ବିମାନ ପରିଚାଳନାକାରୀ ସଂସ୍ଥା ଆଲିଆନ୍ସ ଏୟାର୍‌ର କ୍ରମାଗତ ଅବହେଳା ସୀମା ଟିପିଲାଣି। ଜୁନ୍‌ ୧୫ ତାରିଖରୁ ରାଉରକେଲା-କୋଲକାତା ବିମାନସେବା ବନ୍ଦ ହୋଇଯାଇଛି। ଅନୁରୂପଭାବେ ଜୁଲାଇ ୧୬ ତାରିଖରୁ ରାଉରକେଲା-ଭୁବନେଶ୍ବର ବିମାନସେବା ମଧ୍ୟ ବାତିଲ ହୋଇଯାଇଛି। ନିୟମିତ ବ୍ୟବଧାନରେ ଯଥାଶୀଘ୍ର ସେବାପ୍ରଦାନ କରାଯିବା ନେଇ କହାଯାଉଛି, ଏହା କିନ୍ତୁ ବାସ୍ତବ ରୂପ ନେଇପାରୁନି।

ସେପ୍ଟେମ୍ବର ୧ ତାରିଖରୁ ରାଉରକେଲା-ଭୁବନେଶ୍ବର ରୁଟ୍‌ରେ ବିମାନ ଉଡ଼ିବା ନେଇ କୁହାଯାଉଥିଲା। କିନ୍ତୁ ଏଥର ମଧ୍ୟ ଏହା ସମ୍ଭବ ହେଉନି। ସଦ୍ୟ ପ୍ରକାଶିତ ବିମାନ ସୂଚିରୁ ସେପ୍ଟେମ୍ବର ୧୫ ତାରିଖ ଯାଏ ଏହି ରୁଟ୍‌‌ରେ କୌଣସି ବିମାନ ନାହିଁ। ଅର୍ଥାତ୍‌, ଅନ୍ୟୂନ ଆସନ୍ତା ୧୫ ତାରିଖ ଯାଏ ଏହି ସେବା ବନ୍ଦ ରହିବ। ସେପ୍ଟେମ୍ବର ୧୬ ରୁ ଚାଲିବ ନା ନାହିଁ, ତାହା ମଧ୍ୟ ଅସ୍ପଷ୍ଟ। କେବଳ ଆଲିଆନ୍ସ ଏୟାର୍‌ର ମନମାନି ଯୋଗୁ ସହରବାସୀ ବିମାନସେବା ପାଇବାରୁ ବଞ୍ଚିତ ହେଉଥିବା, ପୁଣିଥରେ ପ୍ରମାଣିତ ହୁଏ।

ଜୁନ୍‌ ୧୫ ତାରିଖରୁ ରାଉରକେଲା-କୋଲକାତା ବିମାନସେବା ବନ୍ଦ ହୋଇଯାଇଛି। ଅନୁରୂପଭାବେ ଜୁଲାଇ ୧୬ ତାରିଖରୁ ରାଉରକେଲା-ଭୁବନେଶ୍ବର ବିମାନସେବା ମଧ୍ୟ ବାତିଲ ହୋଇଯାଇଛି। ନିୟମିତ ବ୍ୟବଧାନରେ ଯଥାଶୀଘ୍ର ସେବାପ୍ରଦାନ କରାଯିବା ନେଇ କହାଯାଉଛି, ଏହା କିନ୍ତୁ ବାସ୍ତବ ରୂପ ନେଇପାରୁନି।

ଗୋଟିଏପଟେ ଆଲିଆନ୍ସ ଏୟାର୍‌ର ଏକଛତ୍ରବାଦ କାର୍ଯ୍ୟକଳାପ ବେଲଗାମ ହୋଇଥିବାବେଳେ ଏଥିପ୍ରତି ରାଜ୍ୟ ସରକାର କିମ୍ବା ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ୨୦୨୩ ଜାନୁଆରି ୭ ତାରିଖରୁ ରାଉରକେଲା-ଭୁବନେଶ୍ବର ବିମାନସେବା ଆରମ୍ଭ ହେବା ଦିନଠାରୁ ଆଲିଆନ୍ସ ଏୟାର୍‌ ଉପଯୁକ୍ତ ସେବା ଦେବାରେ ବିଫଳ ହୋଇଛି। ଅଘୋଷିତ ବାତିଲ କରିବାଠାରୁ ଆରମ୍ଭକରି ବିମାନରେ ବୈଷୟିକ ସମସ୍ୟା ଦେଖାଦେବା ପର୍ଯ୍ୟନ୍ତ, ପୁଣି ପର୍ଯ୍ୟାପ୍ତସଂଖ୍ୟା ବିମାନର ଅଭାବ ଆଦି ଭିନ୍ନ ଭିନ୍ନ କାରଣରୁ ସେବାବନ୍ଦ ରହିଥିଲା। ଏହାକୁ ନେଇ ସ୍ଥାନୀୟ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ଅନ୍ୟ ବିମାନ ପରିଚାଳନାକାରୀ ସଂସ୍ଥା ନିୟୋଜନ ପାଇଁ ଦାବି ହେଉଛି।

Rourkela

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe