ବିଜେଡି କର୍ପୋରେଟରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଯୁବତୀ

ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ନେଇ ରାଜଧାନୀ ଭୁବନେଶ୍ବରର ଜଣେ ବିଜେଡି କର୍ପୋରେଟରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଛି। ୨୦୨୩ରୁ ସମ୍ପର୍କ ରଖିଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ହୋଇଛି।

Rape12345

ଭୁବନେଶ୍ବର: ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ନେଇ ରାଜଧାନୀ ଭୁବନେଶ୍ବରର ଜଣେ ବିଜେଡି କର୍ପୋରେଟରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଛି। ୨୦୨୩ରୁ ସମ୍ପର୍କ ରଖିଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ହୋଇଛି। ପୀଡିତା ତାଙ୍କର ଅଭିଯୋଗ‌ରେ ଦର୍ଶାଇଛନ୍ତି ଯେ, ସେତେବେଳେ ମୁଁ ନାବାଳିକା ଥିଲି। କାର୍ଯ୍ୟାନୁଷ୍ଠାନ ନ ହେଲେ ଆତ୍ମାହୁତି ଦେବି। ମାମଲା ରୁଜୁ କରି ପୀଡ଼ିତାଙ୍କ ବୟାନ ରେକର୍ଡ କଲା ପୁଲିସ। ଡାକ୍ତରୀ ମାଇନା ପାଇଁ ପୀଡ଼ିତା କ୍ୟାପିଟାଲ ହସ୍‌ପିଟାଲ ଯାଇଛନ୍ତି। ଅନ୍ୟପଟରେ ପୀଡ଼ିତାଙ୍କ ଅଭିଯୋଗ ନେଇ ଅମରେଶ ଜେନାଙ୍କ ମିଳିନି ପ୍ରତିକ୍ରିୟା ମିଳିନାହିଁ।  

ଅଭିଯୋଗରେ ପୀଡ଼ିତା କହିଛନ୍ତି, ୨୦୨୩ ମସିହାରେ ‘ରଜ ମହୋତ୍ସବ’ରେ ଅମରେଶ ଜେନାଙ୍କ ଦେଖା  ହୋଇଥିଲା। ସେ ଏକ ମୋବାଇଲ ଉପହାର କରିଥିଲେ। ବିବାହର ପ୍ରଲୋଭନ ଦେଖାଇ ପୁରୀ ନେଇ ଥିଲେ। ସେଠାରେ ସେ ଶାରିରୀକ ସଂପର୍କ ରଖିଥିଲେ।

ଯୁବତୀଙ୍କୁ ପ୍ରତାରଣା ଦେବା ସହ ଭୃଣ ହତ୍ୟା ଓ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସକ୍ରିୟ। ଅଭିଯୋଗ ପରେ ଲକ୍ଷ୍ମୀ ସାଗର ଥାନା ପୁଲିସ ମାମଲା ରୁଜ୍ଜୁ କରିଛି। ମାମଲା ରୁଜ୍ଜୁ ପରେ ଧାରା ୧୮୩ରେ ବୟାନ ରେକର୍ଡ କରାଯାଇଛି। ବୟାନ ରେକର୍ଡ ସହ ଡାକ୍ତରୀ ମାଇନା କରିବାକୁ ମେଡିକାଲ ପଠାଇଛି। 

Bhubaneswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe