ସରକାରୀ କ୍ବାଟର୍ସରେ ରହୁଛନ୍ତି ଅଧିକାରୀ, ଘରଭଡ଼ା ବାବଦକୁ ନେଉଛନ୍ତି ଟଙ୍କା

ସିଏମ୍‌ସି କମିସନର ଅନାମ ଚରଣ ପାତ୍ରଙ୍କ ନାଁରେ ବଡ଼ ଅଭିଯୋଗ ଆସିଛି। ସେ ସରକାରୀ କ୍ବାଟର୍ସରେ ରହୁଥିଲେ ମଧ୍ୟ ଘରଭଡ଼ା ବାବଦକୁ ଟଙ୍କା ବି ନେଉଛନ୍ତି। ସେ ୮ ମାସରେ ୧ ଲକ୍ଷ ୮୩ ହଜାର ଟଙ୍କା ଭଡ଼ା ବାବଦକୁ ଉଠାଇ ନେଇଛନ୍ତି।

CMC

CMC Photograph: (sambad.in )

କଟକ: କଟକ ମହାନଗର ନିଗମ (ସିଏମ୍‌ସି) କମିସନର ଅନାମ ଚରଣ ପାତ୍ରଙ୍କ ନାଁରେ ବଡ଼ ଅଭିଯୋଗ ଆସିଛି।  ସେ ସରକାରୀ କ୍ବାଟର୍ସରେ ରହୁଥିଲେ ମଧ୍ୟ ଘରଭଡ଼ା ବାବଦକୁ ଟଙ୍କା ବି ନେଉଛନ୍ତି। କଟକ ମହାନଗର ନିଗମର କମିସନର ଅନାମ ଚରଣ ପାତ୍ର ୮ ମାସରେ ୧ ଲକ୍ଷ ୮୩ ହଜାର ଟଙ୍କା ଭଡ଼ା ବାବଦକୁ ଉଠାଇ ନେଇଛନ୍ତି।

କମିସନର ସରକାରୀ ବାସଭବନରେ ରହି ସରକାରଙ୍କଠାରୁ ପ୍ରତିମାସରେ ଘର ଭଡ଼ା ବାବଦକୁ ଟଙ୍କା ନେବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

କଟକ ମହାନଗର ନିଗମର କମିସନର ଭାବେ ଅନାମ ଚରଣ ପାତ୍ର ୨୦୨୪ ସେପ୍ଟେମ୍ବର ୨୫ରେ ଦାୟିତ୍ଵ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ୨୦୨୪ ଅଗଷ୍ଟ ୯ରୁ ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଭାରପ୍ରାପ୍ତ କମିସନର ଭାବେ ଦାୟିତ୍ୱରେ ଥିଲେ। କମିସନର ଭାବେ ଦାୟିତ୍ୱ ନେବା ପରଠାରୁ ବାରବାଟୀ ଦୁର୍ଗସ୍ଥିତ ପୌର ନିଗମ କମିସନରଙ୍କ ପାଇଁ ଥିବା ସରକାରୀ କ୍ବାର୍ଟର୍ସ ନମ୍ବର ଏସ୍ ଓ-୮ରେ ସେ ରହି ଆସୁଛନ୍ତି। ଗତବର୍ଷ ସେପ୍ଟେମ୍ବରରୁ କମିସନର କ୍ବାଟର୍ସରେ ରହି ଆସୁଥିବା ବେଳେ ପ୍ରତି ମାସ ଘର ଭଡ଼ା ବାବଦରେ ୨୨ ହଜାର ୯୪୪ ଟଙ୍କା ନେଉଛନ୍ତି। ଘର ଭଡ଼ା ବାବଦକୁ ଏପର୍ଯ୍ୟନ୍ତ  ୮ ମାସରେ ମୋଟ ୧ ଲକ୍ଷ ୮୩ ହଜାର ୫୫୨ ଟଙ୍କା ନେଇଛନ୍ତି। 

Cuttack

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe