ଶିକ୍ଷାମନ୍ତ୍ରୀଙ୍କ ଜିଲ୍ଲାରେ ଆଦିବାସୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅଶ୍ଳୀଳ ଇଙ୍ଗିତ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବୋରିଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଜଣେ ସହକାରୀ ଶିକ୍ଷକ ଦଶମ ଶ୍ରେଣୀର ଆଦିବାସୀ ଛାତ୍ରୀମାନଙ୍କୁ ଶ୍ରେଣୀ ଗୃହରେ ଅଶ୍ଳିଳ ଇଙ୍ଗିତ ସହ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

New Project (1)

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବୋରିଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଜଣେ ସହକାରୀ ଶିକ୍ଷକ ଦଶମ ଶ୍ରେଣୀର ଆଦିବାସୀ ଛାତ୍ରୀମାନଙ୍କୁ ଶ୍ରେଣୀ ଗୃହରେ ଅଶ୍ଳୀଳ ଇଙ୍ଗିତ ସହ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଗୋଟିଏ ଶ୍ରେଣୀ ଗୃହରେ ରହି ପାଠ ପଢୁଥିବା ବେଳେ ଶିକ୍ଷକଙ୍କ ଏଭଳି ଅଶ୍ଳୀଳ ବ୍ୟବହାର ଛାତ୍ରୀମାନଙ୍କୁ ଲଜ୍ଜିତ କରିବା ପରେ ସମସ୍ତ ଛାତ୍ରୀ ଶିକ୍ଷକ ବିରୁଦ୍ଧରେ ପ୍ରଧାନଶିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ପ୍ରଧାନଶିକ୍ଷକ ଏହାକୁ ଗୁରୁତର ସହ ନେଇ ଆଜି ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଏଭଳି ଶୂନ ସହନଶୀଳତା ଉପରେ ଗୁରୁତ୍ବ ଦେବାକୁ କହିବା ସହ ତଦନ୍ତ ପରେ ସଂପୃକ୍ତ ଶିକ୍ଷକ ବିରୁଦ୍ଧରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବାକୁ କହିଥିଲେ। ବୋରିଗାଁ ବିଦ୍ୟାଳୟର ସହକାରୀ ଶିକ୍ଷକ ମଥୁରା ନନ୍ଦ ରାଉତ ବୋଲି ଜଣାପଡ଼ିଛି।

ଖୋଦ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଜିଲ୍ଲାରେ ଆଦିବାସୀ ଛାତ୍ରୀମାନଙ୍କୁ ଏଭଳି ଅଶୋଭନୀୟ ଆଚରଣ କରିଥିବା ଶିକ୍ଷକ ବିରୁଦ୍ଧରେ କିଭଳି କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି ତାହା ଦେଖିବାକୁ ବାକି ରହିଲା।

ସୂଚନା ଅନୁଯାଇ ବୋରିଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଇଂରାଜି ଶିକ୍ଷକ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାନ୍ତି। ତେବେ ଶ୍ରେଣୀ ଗୃହରେ ପାଠ ପଢ଼ାଇବା ସମୟରେ ସେ ଛାତ୍ରୀମାନଙ୍କୁ ଉଠାଇ ସ୍ଥାନୀୟ ଭାଷାରେ ଅଶ୍ଳୀଳ ଭାଷା ବ୍ୟବହାର କରିଥାନ୍ତି। ଛାତ୍ରୀଙ୍କୁ ଇଙ୍ଗିତ କରି ଖରାପ ଭାଷା ପ୍ରୟୋଗ କରିଥାନ୍ତି। ବିଭିନ୍ନ ପ୍ରକାର ଅଶ୍ରଭ୍ୟ ଭାଷା କହି ଆଦିବାସୀ ଛାତ୍ରୀମାନଙ୍କୁ ଛାତ୍ରମାନଙ୍କ ସମ୍ମୁଖରେ ଲଜ୍ଜିତ କରିଥାନ୍ତି। ଏହା ଦୀର୍ଘଦିନ ଧରି ଚାଲି ଆସୁଥିଲେ ସୁଦ୍ଧା ଶିକ୍ଷକ ମଥୁରା ନନ୍ଦ ରାଉତଙ୍କ ଭୟରେ କାହା ଆଗରେ ପ୍ରକାଶ କରୁ ନ ଥିଲେ।

936f442d-e89d-4294-8871-cc141b8b04b9

ତେବେ ସହିବାର ସୀମା ଟପିବା ପରେ ଗତକାଲି ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ପ୍ରଧାନଶିକ୍ଷକ କେଶବ ଗୌଡ଼ଙ୍କୁ ଲିଖିତ ଭାବେ ଶିକ୍ଷକ ମଥୁରା ରାଉତଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ବର୍ତମାନ ରାଜ୍ୟରେ ବାଲେଶ୍ଵର ଏଫ୍‌ଏମ୍‌ କଲେଜ ଛାତ୍ରୀ ନିର୍ଯାତନା ଶିକାର ହୋଇ ମାନସିକ ଆଘାତ ପରେ ଆତ୍ମହତ୍ୟା କରିବା ଘଟଣା ପରେ ବିଜେପି ନେତୃତ୍ଵାଧୀନ ରାଜ୍ୟ ସରକାର ସମସ୍ତ ସରକାରୀ କଲେଜର ମହିଳା ଓ ଛାତ୍ରୀଙ୍କ ସୁରକ୍ଷା ନେଇ କମିଟି ଗଠନ କରୁଛନ୍ତି।

Education | Tribal | Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe