୧୦୮ ଆମ୍ବୁଲାନ୍‌ସ ସେବା: ରୋଗୀ ନେବାକୁ ଯାଇ ନିଜେ ଅଚଳ

ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳରୁ ରୋଗୀଙ୍କୁ ତ୍ବରିତ ଭାବେ ଡାକ୍ତରଖାନାକୁ ପହଞ୍ଚାଉଥିବା ଆମ୍ବୁଲାନସଗୁଡ଼ିକର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି। ରୋଗୀ ନେବାକୁ ଯାଇ ରାସ୍ତାରେ ଏହି ୧୦୮ଆମ୍ବୁଲାନସ ଗୁଡ଼ିକ ଅଚଳ ହେବା ନିୟମିତ ଘଟଣା ପାଲଟିଛି।

ambulance

ନବରଙ୍ଗପୁର: ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳରୁ ରୋଗୀଙ୍କୁ ତ୍ବରିତ ଭାବେ ଡାକ୍ତରଖାନାକୁ ପହଞ୍ଚାଉଥିବା ଆମ୍ବୁଲାନସଗୁଡ଼ିକର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି। ରୋଗୀ ନେବାକୁ ଯାଇ ରାସ୍ତାରେ ଏହି ୧୦୮ଆମ୍ବୁଲାନସ ଗୁଡ଼ିକ ଅଚଳ ହେବା ନିୟମିତ ଘଟଣା ପାଲଟିଛି। ଗତ ୧୦ଦିନ ମଧ୍ୟରେ ଏଭଳି ୧୦ଥର ହୋଇସାରିଲାଣି। ଏପରିକି ୧୦୮ଆମ୍ବୁଲାନସକୁ ଡାକି ଅନ୍ୟ ଗାଡ଼ି କିମ୍ବା ଅଟୋରେ ବି ରୋଗୀ ଡାକ୍ତରଖାନାକୁ ଆସୁଥିବା ଦେଖିବାକୁ ମିଳିଛି।

ଗତ ୫ବର୍ଷ ହେବ ଗାଡ଼ିଗୁଡିକ ବୁଲିବା ସହ ପ୍ରାୟ ୪ରୁ ୫ଲକ୍ଷ ‌କିଲୋ ମିଟର ବୁଲି ସାରିଲାଣି। ବହୁ ଗାଡ଼ିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିବା ସହ ରାସ୍ତାଘାଟରେ ଆମ୍ବୁଲାନସର ଯନ୍ତ୍ରପାତି ଗୁଡ଼ିକ ତଳକୁ ଖସି ପଡ଼ିବା ସହ ଗାଡ଼ି ଗୁଡ଼ିକ ଆଉ ଆଗକୁ ନ ଗଡ଼ି ସେଭଳି ରହିଯାଉଥିବା ଦେଖିବାକୁ ମିଳିଛି।

ଆଜି ଏକ ୧୦୮ଆମ୍ବୁଲାନସ ଜିଲ୍ଲାର ମୈଦଳପୁର ଅଂଚଳର ଜଣେ ରୋଗୀଙ୍କୁ ନେବାକୁ ଯାଉଥିବା ବେଳେ ବାଟରେ ଅଚାନକ ଭାବେ ଏହାର ଷ୍ଟାର୍ଟ ବନ୍ଦ ହେବା ସହ ଯନ୍ତ୍ରାଂଶ ଅଚଳ ହୋଇପଡ଼ିଥିଲା। ପରେ ଚାଳକ ଜଣକ ଆଉ ଗୋଟିଏ ୧୦୮ଆମ୍ବୁଲାନସ୍ ଡକାଇ ରୋଗୀଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

ସେହିପରି ଗତ ଦୁଇ ଦିନ ତଳେ ଆଉ ଗୋଟିଏ ଆମ୍ବୁଲାନସ୍ ରୋଗୀ ଧରି ଆସୁଥିବା ବେଳେ ଚିକିଲି ନିକଟରେ ଖରାଫ ହୋଇ ଯାଇଥିଲା। ଚାଳକ ଓ ପାର୍ମସିଷ୍ଟ ଅନ୍ୟ ଆମ୍ବୁଲାନସକୁ ତୁରନ୍ତ ଡକାଇ ରୋଗୀଙ୍କୁ ସ୍ଥାନାନ୍ତର କରିଥିଲେ। ଆଉ ଜଣେ ରୋଗୀଙ୍କୁ ନେଇ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରୁ ଯାଉଥିବା ବେଳେ ଗାଡ଼ିଟି ଇନ୍ଦ୍ରାବତୀ ବ୍ରିଜ୍ ନିକଟରେ ଖରାଫ ହୋଇଥିଲା। ରୋଗୀଙ୍କ ସମ୍ପର୍କୀୟ ମାନେ ଆଉ ଗୋଟିଏ ଭଡା ଗାଡ଼ି କରି କୋରାପୁଟ ଏସଏଲଏନ୍ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇକି ଯାଇଥିଲେ।

ଅଧିକାଂଶ ସମୟରେ ଆମ୍ବୁଲାନସ ଗୁଡିକ ଖରାଫ ହେଉଥିବାରୁ ମଝିରେ କିଛି ପୁରୁଣାକୁ ହଟାଇ ନୂଆ ଆସିଥିଲା। ତେବେ ସମ୍ପୂର୍ଣ୍ଣ ରୁପେ ହଟାଯାଇନଥିବାରୁ ପୁରୁଣା ଗୁଡିକ ଖରାଫ ହେଉଛି। ନବରଙ୍ଗପୁର ଜିଲ୍ଲାରେ ୧୬ଟି ଆମ୍ବୁଲାନସ୍ ରହିଛି। ଅଧିକା ଚାପ ଓ କିଲୋ ମିଟର ବୁଲିବା ଏବଂ ବହୁ ଦୁର୍ଗମ ଗାଁ ସହ ପାପାଡାହାଣ୍ଡିରୁ ଉମରକୋଟ ରାସ୍ତା ଠିକ ନଥିବାରୁ ଗାଡି ଗୁଡିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।

ସେହିପରି ଚନ୍ଦାହାଣ୍ଡି ଘାଟି ରାସ୍ତା ଅବସ୍ଥା ନକହିବା ଭଲ। ଏହି ସ୍ଥିତିରେ ରୋଗୀଙ୍କୁ ଧରି ଯାଉଥିବା ବେଳେ ରାସ୍ତା ଅଧାରେ ଅଟକି ରହୁଥିବା କିଛି ଆମ୍ବୁଲାନସ ଡ୍ରାଇଭର ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉକି ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ଦୁର୍ଘଟଣାରେ ସମ୍ମୁଖୀନ ହେଉଥିବା ରୋଗୀ ଏବଂ ଜରୁରୀକାଳୀନ ସ୍ଥିତିରେ ଆମ୍ବୁଲାନ୍‌ସ ଗୁଡିକ ନିୟୋଜିତ ହୋଇଥାନ୍ତି। ଗ୍ରାମାଞ୍ଚଳରୁ ଡାକ୍ତରଖାନାକୁ ଆଣିବା ଏବଂ ସଙ୍କଟାପନ୍ନ ଅବସ୍ଥାରେ ଥିବା ରୋଗୀଙ୍କୁ ଡିଏଚଏଚ ଓ ପରେ କୋରାପୁଟ ମେଡିକାଲ କଲେଜ ଓ ବ୍ରହ୍ମପୁର ମେଡିକାଲ କଲେଜ‌କୁ  ଆମ୍ବୁଲାନ୍‌ସ ଜରିଆରେ ସ୍ଥାନାନ୍ତର କରାଯାଉଛି। ଏତେ ଦୁରକୁ ଯାଇ ଆସିବା ପରେ ଆମ୍ବୁଲାନସ ଗୁଡିକର ଅବସ୍ଥା କିଭଳି ଥିବ ତାହା ସହଜେ ଅନୁମେୟ ବୋଲି ଜଣେ ଚାଳକ କହିଛନ୍ତି।

Health | ambulance

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe