ପେସା ଆକ୍ଟ ସମ୍ପର୍କରେ ଆନ୍ଧ୍ର କର୍ମଚାରୀ ସୃଷ୍ଟି କଲେ ସଚେତନତା

Advertisment

ଓଡ଼ିଶାର କଡ଼ା ପ୍ରତିବାଦ ପରେ କିଛି ଦିନ ଧରି କୋଟିଆରେ ଅନୁପ୍ରବେଶ ବନ୍ଦ କରିଥିଲା ଆନ୍ଧ୍ର। କିନ୍ତୁ ଆଜି ଚୁପ୍‌ଚାପ୍‌ ପୁଣି କୋଟିଆରେ ପଶିଛି। ପାଟୁସିନେରୀ ସହ ଏହାର ଆଖ ପାଖ ଗାଁରେ ସରକାରୀ କାର୍ଯ୍ୟକ୍ରମର ଆୟୋଜନ କରିଥିଲା।

ଓଡ଼ିଶାର କଡ଼ା ପ୍ରତିବାଦ ପରେ କିଛି ଦିନ ଧରି କୋଟିଆରେ ଅନୁପ୍ରବେଶ ବନ୍ଦ କରିଥିଲା ଆନ୍ଧ୍ର। କିନ୍ତୁ ଆଜି ଚୁପ୍‌ଚାପ୍‌ ପୁଣି କୋଟିଆରେ ପଶିଛି। ପାଟୁସିନେରୀ ସହ ଏହାର ଆଖ ପାଖ ଗାଁରେ ସରକାରୀ କାର୍ଯ୍ୟକ୍ରମର ଆୟୋଜନ କରିଥିଲା।

Kotia

Kotia Photograph: (sambad.in)

କୋରାପୁଟ/ପଟାଙ୍ଗୀ: ଓଡ଼ିଶାର କଡ଼ା ପ୍ରତିବାଦ ପରେ କିଛି ଦିନ ଧରି କୋଟିଆରେ ଅନୁପ୍ରବେଶ ବନ୍ଦ କରିଥିଲା ଆନ୍ଧ୍ର। କିନ୍ତୁ ଆଜି ଚୁପ୍‌ଚାପ୍‌ ପୁଣି କୋଟିଆରେ ପଶିଛି। ପାଟୁସିନେରୀ ସହ ଏହାର ଆଖ ପାଖ ଗାଁରେ ସରକାରୀ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଲୋକଙ୍କୁ ପ୍ରଲୋଭିତ କରିବା ଉଦ୍ଦେଶ୍ୟରେ ‘ପେସା ଆକ୍ଟ’ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିରେ ଆନ୍ଧ୍ରପ୍ରଦେଶ ପଂଚାୟତିରାଜ ବିଭାଗର କିଛି କର୍ମଚାରୀ ରମେଶ କୁମାର, ସୀମାଂଚଳମ, ମହେଶ ପ୍ରମୁଖ ଭାଗ ନେଇଥିଲେ।  

କ୍ଷୁଦ୍ର ଜଙ୍ଗଲଜାତ ଦ୍ରବ୍ୟ ଗୁଡିକୁ ପେସା ଆକ୍ଟ ଜରିଆରେ ଉଚିତ ଦର ମିଳିପାରିବ ବୋଲି ଏମାନେ କହିଥିଲେ। ମଧ୍ୟସ୍ଥି କିମ୍ବା ଦଲାଲଙ୍କୁ ଏସବୁ ବିକ୍ରୀ ନ କରି ଆନ୍ଦ୍ର ସରକାରଙ୍କୁ ବିକ୍ରୀ କରିବାକୁ ପରାମର୍ଶ ଦେଇଥିଲେ। ଏପରିକି  ଆନ୍ଧ୍ରରେ ଧାର୍ଯ୍ୟକରିଥିବା କ୍ଷୁଦ୍ର ଜଙ୍ଗଲଜାତ ଦ୍ରବ୍ୟ ଗୁଡିକର ଦର ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ। ଆନ୍ଧ୍ର ଦ୍ବାରା ନିୟୋଜିତ ଏଜେଣ୍ଟ ମାନେ ମିଳିତ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

ଅନ୍ୟପକ୍ଷରେ ଆଜି ସକାଳ ସାଢ଼େ୧୧ଟା ବଳେ  ଏହି କାର୍ଯ୍ୟକ୍ରମ ‌ଆୟୋଜିତ ହୋଇଥିଲେ ସୁଦ୍ଧା କୋଟିଆ ପୁଲିସ କିମ୍ବା ପ୍ରଶାସନ ନିକଟରେ କୌଣସି ସୂଚନା ନଥିଲା। ନିଜ ରାଜ୍ୟ ସୀମା ଅତିକ୍ରମ କରି ଆନ୍ଧ୍ର ଅଧିକାରୀ ପଶିଥିବା ବେଳେ ଓଡ଼ିଶାର ଗୁଇନ୍ଦା ବିଫଳତା ଯୋଗୁ କୌଣସି ସୂଚନା ମିଳିଲା ନାହିଁ ବୋଲି ମତପ୍ରକାଶ ପାଇଛି।

ବାରମ୍ବାର କୋଟିଆ ଗ୍ରାମପୁଂଜରେ ଆନ୍ଧ୍ରର ବିଭିନ୍ନ ସରକାରୀ ବିଭାଗ, ବ୍ୟାଙ୍କ, ସ୍ବେଚ୍ଛାସେବୀ ସଂସ୍ଥା ଆଦି ଅନୁପ୍ରବେଶ କରି ନିଜ ଅଧିନରେ ଏହି ଅଂଚଳ ରହିଥିବା ପ୍ରମାଣ ସୃଷ୍ଟି କରୁଛି। ତେବେ ରାଜ୍ୟ ଓକେନ୍ଦ୍ରରେ ଡବଲଇଂଜିନ ସରକାର ଏବେ ଚାଳିଛି। ସେହିପରି ଆନ୍ଧ୍ରରେ ବିଜେପି ସମର୍ଥିତ ତେଲୁଗୁଦେଶମ, ଜନସେନା ପାର୍ଟି ସରକାର ଚାଳିଛି। ଦୀର୍ଘ ବହୁ ବର୍ଷ ଧରି ସୁପ୍ରିମ କୋର୍ଟରେ ଲାଗି ରହିଥିବା ଏହି ଗ୍ରାମପୁଂଜ ମାମଲାରେ ସ୍ଥିତାବସ୍ଥା ରହିଛି। ଏହି ସ୍ଥିତିରେ କେନ୍ଦ୍ର ସରକାର ଚାହିଁଲେ ଉଭୟ  ରାଜ୍ୟ ସରକାରଙ୍କୁ ନେଇ  ସମାଧାନର ବାଟ କାଡ଼ି ପାରିବା ପ୍ରକୃଷ୍ଟ ସମୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe