ଘରୋଇ ଯାତ୍ରୀବାହୀ ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ

Advertisment

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ପଣପଣା ନିକଟରେ ଆଜି ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍‌ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଧକ୍କା ଦେଇଛି। ଏଥିରେ ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ ଘଟିଛି।

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ପଣପଣା ନିକଟରେ ଆଜି ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍‌ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଧକ୍କା ଦେଇଛି। ଏଥିରେ ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ ଘଟିଛି।

Bus bike

ଖନ୍ତାପଡ଼ା: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ପଣପଣା ନିକଟରେ ଆଜି ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍‌ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଧକ୍କା ଦେଇଛି। ଏଥିରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ କୁନ୍ତଳା ପ୍ରଧାନ। 

ଘଟଣା ଅନୁଯାୟୀ ଔପଦା ବ୍ଲକ ଅଘିରାପଦା ଗ୍ରାମର କୁନ୍ତଳା ପ୍ରଧାନ ପେଶାରେ ଜଣେ ଅଙ୍ଗନବାଡି କର୍ମୀ। ସେ ଆଜି ନୀଳଗିରିକୁ କୌଣସି କାମରେ ଯାଇଥିଲେ। ସେଠାରୁ ସେ କାର୍ଯ୍ୟସାରି ଏକ ବାଇକ୍‌ (ଓଆର-୦୧ଜେ-୨୯୬୮) ଯୋଗେ ଘରକୁ ଫେରୁଥିଲେ।  ପଣପଣା ବଜାର ନିକଟରେ ବାଇକ୍‌କୁ ପଛପଟୁ ଏକ ଘରୋଇ ବସ୍‌ (ଧର), ଯାହାର ନମ୍ବର ଓଆର-୦୧ଟି-୩୨୧୫) ଧକ୍କା ଦେଇଥିଲା। ଫଳରେ ମହିଳା ଜଣକ ତଳେ ପଡ଼ି ଯିବାରୁ ବସ୍‌ର ପଛ ଚକା ତାଙ୍କ ମୁଣ୍ଡରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଥିରେ ନେଇ ଆସିଥିବା ଶିକ୍ଷକ ଅର୍ଜୁନ ପାତ୍ର ସାମନ୍ୟ ଆହତ ହୋଇଥିଲେ।

କୁନ୍ତଳା ପ୍ରଧାନ ଆଜି ନୀଳଗିରିକୁ ଯାଇଥିଲେ। ସେଠାରୁ ସେ କାର୍ଯ୍ୟସାରି ଏକ ବାଇକ୍‌ (ଓଆର-୦୧ଜେ-୨୯୬୮) ଯୋଗେ ଅନ୍ୟ ଜଣଙ୍କ ସହିତ ଘରକୁ ଫେରୁଥିଲେ।  ପଣପଣା ବଜାର ନିକଟରେ ତାଙ୍କର ବାଇକ୍‌କୁ ପଛପଟୁ ଏକ ଘରୋଇ ବସ୍‌ ଧକ୍କା ଦେଇଥିଲା।

ଦୁର୍ଘଟଣା ପରେ ବସ୍‌ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ଜାତୀୟ ରାଜପଥ ପୁଲିସ ଓ ଖନ୍ତାପଡ଼ା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଖବର ଲେଖା ହେବା ବେଳକୁ ସ୍ଥାନୀୟ ଲୋକେ ଜାତୀୟ ରାଜପଥକୁ ଅଟକ ରଖିବା ସହିତ ମୃତକ ପରିବାରକୁ କ୍ଷତି ପୂରଣ ଦାବିରେ ଉଭୟ ପାର୍ଶ୍ଵ ଜାତୀୟ ରାଜପଥ ଅବରୋଧ କରିଥିଲେ।

Accident | Balasore

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe