film Photograph: (Sambad )
ଭୁବନେଶ୍ବର: ଓଡ଼ିଶାର ପୁରାତନ ଚଳଚ୍ଚିତ୍ର ପତ୍ରିକା ‘ଚଳଚ୍ଚିତ୍ର ଜଗତ’ର ୪୯ତମ ବାର୍ଷିକ ଉତ୍ସବ ଓ ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ମହାଆଡ଼ମ୍ବରରେ ସଂପାଦକ ଆଦିକନ୍ଦ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ହୋଇଥିଲା।
ଉଦ୍ଘାଟନୀ ସଭାରେ ଏକାମ୍ର-ଭୁବନେଶ୍ଵର ବିଧାୟକ ବାବୁ ସିଂ, ସ୍ୱସ୍ତି ଗ୍ରୁପ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. ଜିତେନ୍ଦ୍ର କୁମାର ମହାନ୍ତି, ରୋଟାରୀ ଭୁବନେଶ୍ଵର ଜିଲ୍ଲା ଗଭର୍ଣ୍ଣର ଡ. ଯଜ୍ଞାଶିଷ ମହାପାତ୍ର, ବରିଷ୍ଠ ସିନେ ନିର୍ଦ୍ଦେଶକ ଶିଶିର ମିଶ୍ର, ପ୍ରଶାସନିକ ଅଧିକାରୀ ପ୍ରଣବଜ୍ୟୋତି ନାଥ ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ୨୦୨୪ ମସିହାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଓ ପ୍ରସାରିତ ଧାରାବାହିକଗୁଡ଼ିକ ମଧ୍ୟରୁ ୩୪ଟି ବିଭାଗରୁ କୃତୀ କଳାକାରମାନଙ୍କୁ ସମ୍ମାନିତ କରାଯିବା ସହ ନିତାଇ ପାଲିତ ପୁରସ୍କାର, ଭୀମ ସିଂ ସ୍ମାରକୀ ସମ୍ମାନ, ସତ୍ୟନାରାୟଣ ଅଗ୍ରୱାଲ ସ୍ମାରକୀ ସମ୍ମାନ, ଆଶୁତୋଷ ମହାପାତ୍ର ସ୍ମାରକୀ ପ୍ରେକ୍ଷାଳୟ ସମ୍ମାନ ସହ ଚିକିତ୍ସା, ଶିକ୍ଷା, ବିଜ୍ଞାନ, ସାହିତ୍ୟ, କୃଷି, ସଙ୍ଗୀତ, ବୈଷୟିକ ଜ୍ଞାନ କୌଶଳ, କଳା ସ୍ଥାପତ୍ୟ ପ୍ରଭୃତି ବିଭିନ୍ନ ବର୍ଗରୁ ସମାଜର ୧୧ ଜଣ ପ୍ରତିଷ୍ଠିତ ପ୍ରତିଭାଧରଙ୍କୁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଛି।
Follow Us