ଓସ୍‍ଜା ଏଜିଏମ୍‍ ଅନୁଷ୍ଠିତ; ଜୁନ୍‌ରେ ଭୁବନେଶ୍ୱରରେ ଏସ୍‌ଜେଏଫ୍‍ଆଇ ବୈଠକ

ଓସ୍‌ଜାର ଏଜିଏମ୍‌ରେ ୨୦୨୪-୨୫ ଆର୍ଥିକ ବର୍ଷରେ ସଂଗଠନର କାର୍ଯ୍ୟଧାରା ଓ ଉତ୍ସବର ସମୀକ୍ଷା ସାଙ୍ଗକୁ ୨୦୨୫-୨୬ ଆର୍ଥିକ ବର୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। 

OSJA AGM

OSJA AGM Photograph: (sambad.in)

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ(ଓସ୍‌ଜା)ର ବାର୍ଷିକ ସାଧାରଣ ବରିଷଦ ବୈଠକ ସଂଘର ପ୍ରତିଷ୍ଠା ଦିବସରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସହିଦ ସ୍ପୋର୍ଟିଂ କ୍ଳବ୍‍ ପରିସରରେ ଥିବା ଦିଲୀପ ତିର୍କୀ ହଲରେ ଅନୁଷ୍ଠିତ ଏଜିଏମ୍‌ରେ ୨୦୨୪-୨୫ ଆର୍ଥିକ ବର୍ଷରେ ସଂଗଠନର କାର୍ଯ୍ୟଧାରା ଓ ଉତ୍ସବର ସମୀକ୍ଷା ସାଙ୍ଗକୁ ୨୦୨୫-୨୬ ଆର୍ଥିକ ବର୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। 

ବୈଠକରେ ଆସନ୍ତା ଜୁଲାଇ ୨ ତାରିଖରେ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ସମାରୋହ ଆଡମ୍ବର ସହ ପାଳନ କରାଯିବା ଏବଂ ସେହି ଅବସରରେ ସ୍ମରଣିକା ପ୍ରକାଶର ନିଷ୍ପତ୍ତି ହୋଇଥିଲା। ଆସନ୍ତା ଅଗଷ୍ଟ ୧୮ ତାରିଖରେ ସ୍ୱର୍ଗତ ଅଶୋକ ପଟ୍ଟାନୟକ ଶ୍ରାଦ୍ଧ ଦିବସ ସମାରୋହ ମଧ୍ୟ ଆୟୋଜନ ବାବଦରେ କରାଯାଇଥିଲା ଚର୍ଚ୍ଚା।

ରାଜ୍ୟ ସରକାରଙ୍କୁ ନିକଟ ଅତୀତରେ ପ୍ରଦାନ କରାଯାଇଥିବା ସ୍ମାରକପତ୍ରର ସ୍ଥିତିକୁ ନେଇ ଏଜିଏମ୍‌ର ସଦସ୍ୟମାନଙ୍କୁ ଅବଗତ କରାଇଥିଲେ ସଭାପତି ସନ୍ଦୀପ ମିଶ୍ର। ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍‌ଜେଏଫ୍‍ଆଇ)ର ଏଜିଏମ୍‍ ଆସନ୍ତା ଜୁନ ମାସରେ ଭୁବନେଶ୍ୱରରେ ଆୟୋଜନ ପାଇଁ ଓସ୍‍ଜାକୁ ଦାୟିତ୍ୱ ମିଳିଥିବାରୁ ତା’ର ସଫଳ ଆୟୋଜନ ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା।  

OSJA | Sports

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe