ବିପଦରେ ଗଜରାଜ: ପାଟଣାଗଡ଼-ଲରମ୍ଭା ସେକସନ୍‌ରୁ ଦନ୍ତାର ମୃତଦେହ ଉଦ୍ଧାର

Advertisment

ବଲାଙ୍ଗୀର ଜିଲ୍ଲାରେ ପୁଣି ହାତୀର ମୃତଦେହ ଠାବ ହୋଇଛି। ପାଟଣାଗଡ଼ ବ୍ଲକ ଲରମ୍ଭା ଫରେଷ୍ଟ ସେକସନ ଅନ୍ତର୍ଗତ ଗଡ଼ିଆଜୋର ଡ୍ୟାମ୍‌ ନିକଟରୁ ଦନ୍ତାହାତୀର ମୃତଦେହକୁ ବନ ବିଭାଗ ଠାବ କରିଛି। 

ବଲାଙ୍ଗୀର ଜିଲ୍ଲାରେ ପୁଣି ହାତୀର ମୃତଦେହ ଠାବ ହୋଇଛି। ପାଟଣାଗଡ଼ ବ୍ଲକ ଲରମ୍ଭା ଫରେଷ୍ଟ ସେକସନ ଅନ୍ତର୍ଗତ ଗଡ଼ିଆଜୋର ଡ୍ୟାମ୍‌ ନିକଟରୁ ଦନ୍ତାହାତୀର ମୃତଦେହକୁ ବନ ବିଭାଗ ଠାବ କରିଛି। 

elephant

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାରେ ପୁଣି ହାତୀର ମୃତଦେହ ଠାବ ହୋଇଛି। ପାଟଣାଗଡ଼ ବ୍ଲକ ଲରମ୍ଭା ଫରେଷ୍ଟ ସେକସନ ଅନ୍ତର୍ଗତ ଗଡ଼ିଆଜୋର ଡ୍ୟାମ୍‌ ନିକଟରୁ ଦନ୍ତାହାତୀର ମୃତଦେହକୁ ବନ ବିଭାଗ ଠାବ କରିଛି। 

ମିଳିଥିବା ସୂଚନା ଅନୁଯାୟୀ, ପାଟଣାଗଡ଼ ବ୍ଲକ ଲରମ୍ଭା ଫରେଷ୍ଟ ସେକସନ ଅନ୍ତର୍ଗତ ସୁଲିଆମାଲ ଓ ଗଡ଼ିଆଜୋର ଗ୍ରାମର ଲୋକେ ସକାଳୁ ଗଡିଆଜୋର ଡ୍ୟାମ୍‌ ପଟକୁ ଯାଇଥିଲେ। ଡ୍ୟାମ୍‌ ନିକଟରେ ଏକ ଦନ୍ତା ହାତୀର ମୃତଦେହ ପଡ଼ିଥିବା ଦେଖିଥିଲେ। ପରେ ଏନେଇ ବନ ବିଭାଗକୁ ଜଣାଇଥିଲେ। ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେମାନେ ପ୍ରାଥମିକ ତଦନ୍ତ କରିଥିବା ବେଳେ ପାଟଣାଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଥିବା ଯୋଗୁ କାର୍ଯ୍ୟକ୍ରମରେ ବନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ହାତୀର ମୃତଦେହ ସ୍ଥଳକୁ ଉଚ୍ଚ ପଦାଧିକାରୀମାନେ ବିଳମ୍ବରେ ପହଞ୍ଚିଥିବା ଜଣାପଡ଼ିଛି।

ବନ ବିଭାଗର ଅଧିକାରୀମାନେ ସଂପୃକ୍ତ ସ୍ଥାନରେ ପହଞ୍ଚି ମ୍ରୁତ ଦନ୍ତା ହାତୀକୁ ପଲିଥିନ ସାହାଯ୍ୟରେ ଘୋଡ଼ାଇ ଦେଇଛନ୍ତି। ଘଟଣା ସ୍ଥଳରେ ପ୍ରବଳ ଜନସମାଗମ ରହିଥିଲା। ତେବେ ହାତୀ ଯାଉଥିବା ସ୍ଥାନରେ ବାର୍‌ଡା ଶିକାର ପାଇଁ ବିଦ୍ୟୁତ୍‌ ତାର ଲଗା ଯାଇଥିଲା ଓ ଏହି କାରଣଣୁ ଦନ୍ତାର ମୃତ୍ୟୁ ଘଟିଥିବା ନେଇ ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ଲରମ୍ଭା ଫରେଷ୍ଟର କହିଛନ୍ତି, ହାତୀଟି ବାର୍ଦ୍ଧକ୍ୟ ଅବସ୍ଥା ଯୋଗୁଁ ମୃତ୍ୟୁ ଘଟିଥିବା ନେଇ ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ କରିବା ପରେ ଅସଲ କାରଣ ସାମ୍ନା ଆସିବ।

ଏଠାରେ ପ୍ରକାଶ ଥାଉ କି ଗଜରାଜଙ୍କ ଗତିବିଧିକୁ ନଜର ରଖିବା ପାଇଁ ଗଜ ସାଥି ନିଯୁକ୍ତ ହୋଇଛନ୍ତି। ଏହି ରାସ୍ତା ଦେଇ ହାତୀ ଚଲାପଥ ରହିଛି। ତେବେ ହଠାତ୍ ଦନ୍ତା ହାତୀର ମୃତ୍ୟୁ ଏଠାରେ ଅନେକ ସନ୍ଦେହ ସ୍ରୁଷ୍ଚି କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe