Advertisment

ଓସିଏସ୍‌-୨୦୨୩: ପୁଣି ଆନ୍ଥ୍ରୋପୋଲୋଜି ପରୀକ୍ଷା ଦେବେ ପରୀକ୍ଷାର୍ଥୀ

Advertisment

ଓପିଏସ୍‌ସି ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍ ସେବା ମେନ୍-୨୦୨୩ର ଆନ୍ଥ୍ରୋପୋଲୋଜି ପରୀକ୍ଷା ପୁଣି ଥରେ ଆୟୋଜନ ହେବ। ଏହି ପରୀକ୍ଷା ଆସନ୍ତା ୧୪ ତାରିଖରେ କରାଯିବ ବୋଲି ଓପିଏସ୍‌ସି କର୍ତ୍ତୃପକ୍ଷ ତରଫରୁ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

ଓପିଏସ୍‌ସି ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍ ସେବା ମେନ୍-୨୦୨୩ର ଆନ୍ଥ୍ରୋପୋଲୋଜି ପରୀକ୍ଷା ପୁଣି ଥରେ ଆୟୋଜନ ହେବ। ଏହି ପରୀକ୍ଷା ଆସନ୍ତା ୧୪ ତାରିଖରେ କରାଯିବ ବୋଲି ଓପିଏସ୍‌ସି କର୍ତ୍ତୃପକ୍ଷ ତରଫରୁ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍ ସେବା ମେନ୍-୨୦୨୩ର ଆନ୍ଥ୍ରୋପୋଲୋଜି ପରୀକ୍ଷା ପୁଣି ଥରେ ଆୟୋଜନ ହେବ। ଏହି ପରୀକ୍ଷା ଆସନ୍ତା ୧୪ ତାରିଖରେ କରାଯିବ ବୋଲି ଓପିଏସ୍‌ସି କର୍ତ୍ତୃପକ୍ଷ ତରଫରୁ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ଓପିଏସ୍‌ସି ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୧୪ ତାରିଖ ଦିନ ଆନ୍ଥ୍ରୋପୋଲୋଜି ପାଇଁ ୨ଟି ପେପର ହେବ। ପ୍ରଥମ ପେପର ପୂର୍ବାହ୍ଣ ୯ଟାରୁ ମଧ୍ୟାହ୍ଣ ୧୨ଟା ଏବଂ ଦ୍ବିତୀୟ ପେପର ଅପରାହ୍ଣ ୨ଟାରୁ ୫ଟା ଯାଏଁ ହେବ ବୋଲି ସୂଚନା ଦିଆଯାଇଛି। 

ସୂଚନାଯୋଗ୍ୟ, ଗତ ୨୭ ତାରିଖ ଦିନ ସିଭିଲ ସର୍ଭିସ୍ ସେବା ମେନ୍-୨୦୨୩ର ଆନ୍ଥ୍ରୋପୋଲୋଜିର ୨ଟି ପେପର ଥିଲା। ପୂର୍ବାହ୍ନ ୯ରୁ ୧୨ଟା ଆନ୍ଥ୍ରୋପୋଲୋଜି ପ୍ରଥମ ପେପର ପରୀକ୍ଷା ଥିଲା। ଅପରାହ୍ନ ୨ଟାରୁ ୫ଟା ଆନ୍ଥ୍ରୋପୋଲୋଜି ଦ୍ବିତୀୟ ପେପର୍ ପରୀକ୍ଷା ଥିଲା। ମାତ୍ର ପ୍ରଥମ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଦ୍ବିତୀୟ ପେପରରୁ ଆସିଥିଲା। ଦ୍ବିତୀୟ ପେପର ପରୀକ୍ଷାରେ ପ୍ରଥମ ପେପର କିଛି ପ୍ରଶ୍ନ ଆସିଥିବା ନେଇ ପରୀକ୍ଷାର୍ଥୀ ଅଭିଯୋଗ କରିଥିଲେ। ପ୍ରଥମ  ସିଟିଂ ପରୀକ୍ଷା ପରେ ପରୀକ୍ଷାର୍ଥୀ ଅସନ୍ତୋଷ ଝାଡ଼ିଥିଲେ। ଏନେଇ ଓପିଏସ୍ସି କର୍ତ୍ତୃପକ୍ଷ ନୋଟିସ୍ ଜାରିଆରେ ତ୍ରୁଟି ସ୍ବୀକାର କରିଥିଲେ। 

ଗତ ୨୭ ତାରିଖ ଦିନ ରାଜ୍ୟ ଲୋକସେବା ଆୟୋଗ (ଓପିଏସ୍ସି) ଏବଂ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍ଏସ୍‌ସି)  ୨ଟି ବଡ଼ ପରୀକ୍ଷାରେ ତ୍ରୁଟି ସାମ୍ନାକୁ ଆସିଥିଲା। 

ସେହିପରି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ପରୀକ୍ଷାରେ ମଧ୍ୟ ଗତ ୨୭ ତାରିଖ ଦିନ ବଡ଼ ତ୍ରୁଟି ଦେଖାଯାଇଥିଲା।  ଏକ୍ସାଇଜ୍ ଓ ଟ୍ରାଫିକ୍ ଏସ୍ଆଇ ପରୀକ୍ଷା ଥିଲା। ମାତ୍ର ସିଜିଏଲ୍ରୁ ପ୍ରଶ୍ନ ଆସିଥିବା ପରୀକ୍ଷାର୍ଥୀଙ୍କ ଅଭିଯୋଗ କରିଥିଲେ। ଏତେବଡ଼ ପରୀକ୍ଷାରେ ତ୍ରୁଟିକୁ ନେଇ ପରୀକ୍ଷାର୍ଥୀ ହତାଶ ଦେଖାଯାଇଥିଲେ। ଏନେଇ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ କର୍ତ୍ତୃପକ୍ଷ ତ୍ରୁଟି ସ୍ବୀକାର କରିଥିଲେ। ଆୟୋଗ ତ୍ରୁଟିକୁ ସ୍ବୀକାର କରି ଦୁଃଖ ପ୍ରକାଶ କରିଥିଲେ। ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ଜଣାଇଥିଲେ।   

ସୂଚନାଯୋଗ୍ୟ, ଗତ ମାସ ୩୦ ତାରିଖ ଦିନ ଓପିଏସ୍‌ସି ଦ୍ବାରା ପରିଚାଳିତ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ (ଏସ୍‌ଡିଆଇପିଆରଓ) ପରୀକ୍ଷା ଥିଲା। ସାମ୍ବାଦିକତା ଓ ଜନସଂଚାର ପରୀକ୍ଷା ଅପରାହ୍ଣ ୧ଟା ୩୦ରୁ ୩ଟା ୩୦ ଭିତରେ ଥିଲେ। ସେହି ପରୀକ୍ଷାରେ ୧୦୦ ନମ୍ବର ପ୍ରଶ୍ନ ବଦଳରେ ୯୪ ନମ୍ବର ଥିଲା।

OPSC

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe