ରାଉରକେଲା/ସାରନଗରୀ:ସୁସ୍ଥ ହେଲେ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ପାଇଲଟ। ରାଉରକେଲା କଂସର ଗ୍ରାମରେ ଗତ ୧୦ ତାରିଖ ଦିନ ହୋଇଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ନିଜର ବୁଦ୍ଧି ବଳରେ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବିମାନରୁ ଲ୍ୟାଣ୍ଡିଂ କରିଥିଲେ ସାହସୀ ପାଇଲଟ ନବୀନ କଡଙ୍ଗା। ଆଜି ଦୀର୍ଘ ଦଶ ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପାଇଲଟ।

Advertisment

ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ପାଇଲଟ

ଆଜି ସୁସ୍ଥ ହୋଇ ଘରକୁ ଫେରିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ବିଦାୟୀ ଦେଇଛନ୍ତି। କେକ କାଟି ଫୁଲ ଦେଇ ତାଙ୍କୁ ସମ୍ମାନ ଦେଇ ଘରକୁ ଫେରିଛନ୍ତି। ତେବେ ଗ୍ରାମବାସୀ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ପାଇଲଟ। ପାଇଲଟଙ୍କ ମୁଣ୍ଡ ସହ ପିଠି ଏବଂ ମୁହଁରେ ଲାଗିଥିଲା ପ୍ରବଳ ଆଘାତ। ବିଭିନ୍ନ ସର୍ଜରୀ ପରେ ଆଜି ସୁସ୍ଥ ହୋଇଛନ୍ତି ପାଇଲଟ ନବୀନ କଡଙ୍ଗା।

ଆହୁରି ପଢ଼ନ୍ତୁ: Tamil Nadu Governor walkout from Assembly: ଜାତୀୟ ସଙ୍ଗୀତକୁ ଅସମ୍ମାନ: ବିଧାନସଭାରୁ ବାହାରି ଗଲେ ତାମିଲନାଡୁ ରାଜ୍ୟପାଳ

ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଭୁବନେଶ୍ୱରରୁ ରାଉରକେଲାକୁ ଆସୁଥିବା ବେଳେ ଜଲଦା କାଏଁସର ଗ୍ରାମର ପଡ଼ିଆ ନିକଟରେ ଟେକ୍ନିକାଲ ତ୍ରୁଟି ଯୋଗୁଁ ଏକ ୯ ସିଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ପଡିଯାଇଥିଲା| ଏହାଫଳରେ ୨ ପାଇଲଟଙ୍କ ସମେତ ୬ ଆହତ ହୋଇଥିଲେ। ଘଟଣା ସ୍ଥଳରେ ଗାଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ଜଲଦା, ରଘୁନାଥ ପାଲି ପୁଲିସ, ଲାଠିକଟା ପୁଲିସ ପହଞ୍ଚି ଘଟଣା ସ୍ଥଳରୁ ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇ ଥିଲେ |  ପାଇଲଟ୍ ନବୀନ ନବୀନ କଡଙ୍ଗା ଗୁରୁତର ଥିବା ସୂଚନା ରହିଥିଲା। ଅନ୍ୟ ଆହତମାନେ ସହ ପାଇଲଟ୍ ତରୁଣ ଶ୍ରୀବାସ୍ତବ, ଯାତ୍ରୀ ଅନିତା ସାହୁ, ସବିତା ଅଗ୍ରୱାଲ୍ ଓ ସୁନିଲ ଅଗ୍ରୱାଲ୍।

ଆହୁରି ପଢ଼ନ୍ତୁ: Raid Crime Branch ସାଇବର୍ ଠକ ଘରେ କଟକ କ୍ରାଇମବ୍ରାଞ୍ଚ ଟିମ ଓ ଧର୍ମଶାଳା ପୁଲିସର ମିଳିତ ଚଢ଼ାଉ, ଅଭିଯୁକ୍ତ ଫେରାର

ତଦନ୍ତ ଲାଗି ନିର୍ଦ୍ଦେଶ

ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଥିଲେ, ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ହେତୁ ଏଭଳି ଅଘଟଣ ଘଟିଥିବା ଜଣାଯାଇଛି। ଭଗବାନଙ୍କ ଆଶୀର୍ବାଦରୁ କାହାରି କିଛି କ୍ଷତି ହୋଇନାହିଁ। ଯାତ୍ରୀମାନଙ୍କ ଅବସ୍ଥା ଭଲ ଅଛି। ମୁଁ  ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛି। ଘଟଣାସ୍ଥଳରେ ରାଉରକେଲା ଏସପି ପହଞ୍ଚିଛନ୍ତି।