ମେଲ୍‌ବର୍ଣ୍ଣ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍‌ ଓପନ୍‌ ରବିବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବ୍ରିଟିସ୍‌ କ୍ବାଲିଫାୟର୍‌ ଅର୍ଥର ଫେରି ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରି ନିଜର ମେଲ୍‌ବର୍ଣ୍ଣ ପାର୍କ ପଦାର୍ପଣକୁ ସ୍ମରଣୀୟ କରିଛନ୍ତି। ପୁରୁଷ ଏକକ ପ୍ରଥମ ରାଉଣ୍ଡରେ ସେ ବିଶ୍ବର ୨୦ ନମ୍ବର ଇଟାଲିର ଫ୍ଲାବିଓ କୋବୋଲିଙ୍କୁ ୭-୬, ୬-୪, ୬-୧ ସେଟ୍‌ରେ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ତେବେ ବିଶ୍ବର ୩ ନମ୍ବର ଖେଳାଳି ଆଲେକ୍‌ଜାଣ୍ଡର ଭେରେଭ, ଦୁଇଥରର ଗ୍ରାଣ୍ଡ ସ୍ଲାମ୍‌ ଫାଇନାଲିଷ୍ଟ ଯସ୍ମିନ ପାଓଲିନ ଓ ଗ୍ରିକ୍‌ର ମାରିଆ ସାକାରି ନିଜ ନିଜ ମ୍ୟାଚ୍‌ ଜିତି ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

Advertisment

ପୁରୁଷ ଏକକ ମୁକାବିଲାରେ ଗତଥରର ଫାଇନାଲିଷ୍ଟ୍‌ ଭେରେଭ ପ୍ରଥମ ସେଟ୍‌ରେ କାନାଡାର ଗାବ୍ରିଏଲ ଡିଆଲୋଙ୍କଠୁ ୬-୭ରେ ହାରିଯାଇଥିଲେ। ହେଲେ ଏହାପରେ ଏହି ଜର୍ମାନୀ ତାରକା ସଫଳ ପ୍ରତ୍ୟାବର୍ତ୍ତନ କରିବା ସହ ପରବର୍ତ୍ତୀ ୩ ସେଟ୍‌କୁ ୬-୧, ୬-୪, ୬-୨ ସେଟ୍‌ରେ ଜିତି ଦଶମ ଥର ଲାଗି ମେଲ୍‌ବର୍ଣ୍ଣ ପାର୍କରେ ଦ୍ବିତୀୟ ରାଉଣ୍ଡରେ ସ୍ଥାନ ପକ୍କା କରିଥିଲେ। 

ଆହୁରି ପଢ଼ନ୍ତୁ:2 Brothers Death Accident ଚାଲିଚାଲି ଆସୁଥିବା ବେଳେ ଧକ୍କା ଦେଲା ବୋଲେରୋ, ଆଖି ବୁଜିଲେ ଦୁଇ ଭାଇ

ଦ୍ବିତୀୟ ରାଉଣ୍ଡରେ ୟୁକ୍ରେନ୍‌ର ଏଲିନା ସ୍ବିତୋଲିନା

ମହିଳା ଏକକରେ ସପ୍ତମ ମାନ୍ୟତାପ୍ରାପ୍ତ ଇଟାଲିର ପାଓଲିନ୍‌ ୬-୧, ୬-୨ ସେଟ୍‌ରେ‌ ବେଲାରୁଷର ଆଲିକ୍‌ଜାଣ୍ଡ୍ରା ସାସ୍‌ନୋଭିକ୍‌ଙ୍କୁ ଏବଂ ଗ୍ରିକ୍‌ର ମାରିଆ ସାକାରି ୬-୪, ୬-୨ ସେଟ୍‌ରେ ଫ୍ରାନ୍ସର ଲିଓଲିଆ ଜିନ୍‌ଜିନ୍‌ଙ୍କୁ ପରାସ୍ତ କରିଥିଲେ। ଦ୍ବାଦଶ ମାନ୍ୟତାପ୍ରାପ୍ତ ୟୁକ୍ରେନ୍‌ର ଏଲିନା ସ୍ବିତୋଲିନା ୬-୪, ୬-୧ ସେଟ୍‌ରେ ସ୍ପେନ୍‌ର କ୍ରିଷ୍ଟିନା ବୁକାଙ୍କୁ ମାତ୍‌ ଦେଇ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି।

ଆହୁରି ପଢ଼ନ୍ତୁ: Sriyanka Returns Twenty20 Team ଅଷ୍ଟ୍ରେଲିଆ ଗସ୍ତ ଲାଗି ଭାରତୀୟ ମହିଳା ଦଳ ଘୋଷିତ: ଟ୍ବେଣ୍ଟି-୨୦ ଦଳକୁ ଫେରିଲେ ଶ୍ରୀୟଙ୍କା