କଳା ପୋଷାକ ପିନ୍ଧି ଘଣ୍ଟ ଓ ମହୁରୀ ବଜାଇ ପ୍ରତିବାଦ କଲେ କଂଗ୍ରେସ ସଦସ୍ୟ, ସାଢେ ୧୧ଟା ଯାଏ ଗୃହ ମୁଲତବୀ

ପ୍ରବଳ ହଟ୍ଟଗୋଳ ଯୋଗୁ ବାଚସ୍ପତି ସୁରମା ପାଢ଼ୀ ଦିନ ସାଢେ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ନାରୀ ସୁରକ୍ଷା ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ସଦସ୍ୟମାନେ କଳା ପୋଷାକ ପିନ୍ଧି ଘଣ୍ଟ ଓ ମହୁରୀ ବଜାଇ ପ୍ରତିବାଦ କରିଛନ୍ତି।

zx

ଭୁବନେଶ୍ବର:  ପ୍ରବଳ ହଟ୍ଟଗୋଳ ଯୋଗୁ ବାଚସ୍ପତି ସୁରମା ପାଢ଼ୀ ଦିନ ସାଢେ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଆଜି ବିଧାନସଭାରେ ବିରୋଧୀ କଂଗ୍ରେସ ଓ ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଏଭଳି କରାଯାଇଛି। ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖୁଥିବା ବେଳେ ରାଜ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ସଦସ୍ୟମାନେ ଘଣ୍ଟା ବଜାଇ ପ୍ରତିବାଦ କରିଛନ୍ତି। କଂଗ୍ରେସ ସଦସ୍ୟମାନେ କଳା ପୋଷାକ ପିନ୍ଧି ଘଣ୍ଟ ଓ ମହୁରୀ ବଜାଇ ପ୍ରତିବାଦ କରିଛନ୍ତି। ୭ ଦିନ ପରେ ଆଜି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହକୁ ଆସିଛନ୍ତି। ଠିକ୍ ସେହିପରି ବିଜେଡି ସଦସ୍ୟମାନେ ବିରୋଧୀଙ୍କୁ ଅଣଦେଖା କରାଯାଉଥିବାରୁ ହଟ୍ଟଗୋଳ କରିଛନ୍ତି। ବାଚସ୍ପତି ଗୃହକୁ ମଧ୍ୟାହ୍ନ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖୁଥିବା ବେଳେ ରାଜ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ସଦସ୍ୟମାନେ ଘଣ୍ଟ ବଜାଇ ପ୍ରତିବାଦ କରିଛନ୍ତି। କଂଗ୍ରେସ ସଦସ୍ୟମାନେ କଳା ପୋଷାକ ପିନ୍ଧି ଘଣ୍ଟ ଓ ମହୁରୀ ବଜାଇ ପ୍ରତିବାଦ କରିଛନ୍ତି। ୭ ଦିନ ପରେ ଆଜି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହକୁ ଆସିଛନ୍ତି। ଠିକ୍ ସେହିପରି ବିଜେଡି ସଦସ୍ୟମାନେ ବିରୋଧୀଙ୍କୁ ଅଣଦେଖା କରାଯାଉଥିବାରୁ ହଟ୍ଟଗୋଳ କରିଛନ୍ତି। ବାଚସ୍ପତି ଗୃହକୁ ମଧ୍ୟାହ୍ନ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଦୀର୍ଘ ଦିନ ହେଲା ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଚାଲିପାରୁନି ବିଧାନସଭା। ବାଚସ୍ପତି ବାରମ୍ବାର ଗୃହକୁ ସୁରୁଖୁରୁରେ ଚଳାଇବାକୁ ଚାହୁଁଥିଲେ ବି ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଚାଲିପାରୁନି ବିଧାନସଭା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe