ହଟ୍ଟଗୋଳ ଯୋଗୁ ଚାଲିପାରିଲାନି ଗୃହ, ୧୨ଟା ବିଧାନସଭା ମୁଲତବୀ

ଆଜି ବି ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଗର୍ଜିଥିଲେ ବିରୋଧୀ ବିଜେଡିର ସଦସ୍ୟ। ଏହାପରେ ବାଚସ୍ପତି ମଧ୍ୟାହ୍ନ ୧୨ଟା ଯାଏ ଗୃକୁ ମୁଲତବୀ ରଖିଛନ୍ତିି।

Odisha assembly

Odisha assembly Photograph: (Sambad )

ଭୁବନେଶ୍ବର: ଆଜି ବି ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଗର୍ଜିଥିଲେ କଂଗ୍ରେସ ବିଧାୟକ। ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିଥିଲେ ବିଜେଡି ସଭ୍ୟ। ଉଭୟ ଦଳର ବିଧାୟକଙ୍କ ହୋହଲ୍ଲା, ନାରାବାଜିରେ କମ୍ପିଥିଲା ବିଧାନସଭା ଗୃହ। ଫଳରେ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ହୋଇପାରି ନଥିଲା। ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ବୋଲି ଅଭିଯୋଗ କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ।

 ଏହି ସମୟରେ ବିଜେଡି ସଭ୍ୟମାନେ ମଧ୍ୟ ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦାବି କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। କଟ୍‌ନି ଛଟ୍‌ନି ବନ୍ଦ କରିବା ଆମର ଦାବି, ସରକାର-ମିଲର ମଧୁଚନ୍ଦ୍ରିକା ଚଳିବ ନାହିଁ ବୋଲି ନାରାବାଜି କଲେ। ବାଚସ୍ପତି ସଭ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିବାକୁ ଅନୁରୋଧ କରିଥିଲେ ବି ସେମାନେ ଶୁଣି ନଥିଲେ। ଗୃହରେ ସ୍ଥିତି ସ୍ବାଭାବିକ ନହେବାରୁ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe