ନାରୀ ସୁରକ୍ଷା ପ୍ରସଙ୍ଗରେ ହୁଇସିଲ୍ ଫୁଙ୍କି ପ୍ରତିବାଦ କଲେ କଂଗ୍ରେସ ବିଧାୟକ, ୧୨ଟା ଯାଏ ଗୃହ ମୁଲତବୀ

ଆଜି ବିଧାନସଭାରେ ରାଜ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ବିଧାୟକମାନେ ହୁଇସିଲ୍ ଫୁଙ୍କି ପ୍ରତିବାଦ କରିଛନ୍ତି। ପ୍ରବଳ ହଟ୍ଟଗୋଳ ବାଚସ୍ପତି ସୁରମା ପାଢ଼ୀ ଦିନ ୧୨ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
zx

ଭୁବନେଶ୍ବର: ଆଜି ବିଧାନସଭାରେ ରାଜ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ବିଧାୟକମାନେ ହୁଇସିଲ୍ ଫୁଙ୍କି ପ୍ରତିବାଦ କରିଛନ୍ତି। ପ୍ରବଳ ହଟ୍ଟଗୋଳ ବାଚସ୍ପତି ସୁରମା ପାଢ଼ୀ ଦିନ ୧୨ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

ଆଜି ବିଧାନସଭାରେ ପ୍ରଥମେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦିବଙ୍ଗତ ବିଧାୟକ ଦେବରାଜ ସେଠୀଙ୍କ ବିୟୋଗରେ ‌ଶୋକ ପ୍ରସ୍ତାବ ଆଣିଥିଲେ। ଏହାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ସମର୍ଥନ ଜଣାଇଥିଲେ। ଏହାପରେ ବିଧାନସଭାରେ କଂଗ୍ରେସ ଉଠାଇଛି ମହିଳା ସୁରକ୍ଷା ପ୍ରସଙ୍ଗ। ଗୃହରେ  ନାରୀ ସୁରକ୍ଷା ଦାବି କରି କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିବା ସହ ପୋଡିୟମ ତଳେ ନାରାବାଜି କରିଥିଲେ। ବିଧାନସଭା ଭିତରେ ହୁଇସିଲ୍ ବଜାଇ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ। ବାଚସ୍ପତି ବାରମ୍ବାର ହୁଇସିଲ୍ ବଜାଇବା ବନ୍ଦ କରିବାକୁ ମନା କରିଥିଲେ ବି, ବିଧାୟକମାନେ ତାଙ୍କ କଥା ପ୍ରତି କର୍ଣ୍ଣପାତ କରିନଥିଲେ। ଯାହାପରେ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ।

ଆଜି ବିଧାନସଭାରେ ପ୍ରଥମେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦିବଙ୍ଗତ ବିଧାୟକ ଦେବରାଜ ସେଠଙ୍କ ବିୟୋଗରେ ‌ଶୋକ ପ୍ରସ୍ତାବ ଆଣିଥିଲେ। ଏହାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ସମର୍ଥନ ଜଣାଇଥିଲେ। ଏହାପରେ ବିଧାନସଭାରେ କଂଗ୍ରେସ ଉଠାଇଛି ମହିଳା ସୁରକ୍ଷା ପ୍ରସଙ୍ଗ। ଗୃହରେ  ନାରୀ ସୁରକ୍ଷା ଦାବି କରି କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିବା ସହ ପୋଡିୟମ ତଳେ ନାରାବାଜି କରିଥିଲେ। ବିଧାନସଭା ଭିତରେ ହୁଇସିଲ୍ ବଜାଇ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ। ବାଚସ୍ପତି ବାରମ୍ବାର ହୁଇସିଲ୍ ବଜାଇବା ବନ୍ଦ କରିବାକୁ ମନା କରିଥିଲେ ବି, ବିଧାୟକମାନେ ତାଙ୍କ କଥା ପ୍ରତି କର୍ଣ୍ଣପାତ କରିନଥିଲେ। ଯାହାପରେ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ, ଦୀର୍ଘ ଦିନ ହେଲା ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଚାଲିପାରୁନି ବିଧାନସଭା। ବାଚସ୍ପତି ବାରମ୍ବାର ଗୃହକୁ ସୁରୁଖୁରୁରେ ଚଳାଇବାକୁ ଚାହୁଁଥିଲେ ବି ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଚାଲିପାରୁନି ବିଧାନସଭା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe