ଗୃହରେ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ୧୨ଟା ୯ ମିନିଟ୍ ଯାଏ ମୁଲତବୀ

ଆଜି ବିଧାନସଭାରେ ପୁଣି ବିରୋଧୀ ଦଳର ସଦସ୍ୟମାନେ ଗୃହରେ ଘଣ୍ଟ ବଜାଇ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଛନ୍ତି। ଏହାପରେ  ଗୃହକୁ ଦିନ ୧୨ଟା ୯ ମିନିଟ୍ ଯାଏ  ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ। 

as

ଭୁବନେଶ୍ବର:  ଆଜି ବିଧାନସଭାରେ ପୁଣି ବିରୋଧୀ ଦଳର ସଦସ୍ୟମାନେ ଗୃହରେ ଘଣ୍ଟ ଓ ଝାଞ୍ଜ ବଜାଇ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଛନ୍ତି। ଏହାପରେ  ଗୃହକୁ ଦିନ ୧୨ଟା ୯ ମିନିଟ୍ ଯାଏ  ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ। 

ଆଜି ବିଧାନସଭା ଆରମ୍ଭରେ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାକୁ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ସମର୍ଥନ କରିଥିଲେ। ଏହାପରେ ଗୃହରେ ଦିବଙ୍ଗତ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। 

ସୂଚନାଯୋଗ୍ୟ, ଗତ ୧୧ ଦିନ ‌ହେଲା ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି।  ମହିଳାଙ୍କ ସୁରକ୍ଷା, ନ୍ୟାୟ ଦାବିରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରୁଛନ୍ତି। ଏହି ପ୍ରସଙ୍ଗରେ ବିଧାନସଭା ଗୃହ କମିଟି ଗଠନ କରିବାକୁ କଂଗ୍ରେସ ଅଡ଼ି ବସିଛି। ହେଲେ ବାଚସ୍ପତି ଏହାକୁ ଗ୍ରହଣ କରୁନାହାନ୍ତି। ସର୍ବଦଳୀୟ ବୈଠକ ଡାକି ସମାଧାନ ରାସ୍ତା ବାହାର କରାଯାଉନାହିଁ। ସଂସଦୀୟ ବ୍ୟାପାର ମନ୍ତ୍ରୀ ମଧ୍ୟ ଗୃହ କିପରି ସୁରୁଖୁରୁରେ ଚାଲିବ ସେନେଇ ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି। ‌ତେଣୁ ବାରମ୍ବାର ଗୃହ ମୁଲତବୀ ହେଉଛି। 

assembly

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe