ଜେଲ ଗଲେ ସହକାରୀ ଯନ୍ତ୍ରୀ: ଚିହ୍ନଟ ହୋଇପାରିନି କିଛି ସମ୍ପତ୍ତି

କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ ଗତକାଲି ଭିଜିଲାନ୍ସ ଜାଲରେ ପଡିଥିଲେ। ସେ ଜଣେ ହିତାଧିକାରୀଙ୍କ ଠାରୁ ଗାଈ ଗୁହାଳ ନିର୍ମାଣ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଜୟପୁର ଭିଜିଲାନ୍ସ ହାତରେ ଧରାପଡ଼ିବା ସହ ଗିରଫ ହୋଇଥିଲେ।

tudu

କୋରାପୁଟ: ଗତକାଲି ଭିଜିଲାନ୍ସ ଜାଲରେ ପଡିଥିଲେ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ। କୁନ୍ଦୁରା ବ୍ଲକର ଘୁମର ଗାଁର ହିତାଧିକାରୀ ଦୁର୍ଯ୍ୟୋଧନ ହରିଜନଙ୍କ ଠାରୁ ଗାଈ ଗୁହାଳ ନିର୍ମାଣ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଜୟପୁର ଭିଜିଲାନ୍ସ ହାତରେ ଧରାପଡ଼ିବା ସହ ଗିରଫ ହୋଇଥିଲେ। ଆଜି ତାଙ୍କୁ ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ କୋର୍ଟକୁ ଚାଳାଣ କରାଯାଇଥିଲା। ତାଙ୍କୁ ଆସନ୍ତା ଅକ୍ଟୋବର ୮ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିବା କହିଛନ୍ତି ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଶଶିଧର ପଟ୍ଟନାୟକ ଓ ଜୟପୁର ଭିଜିଲାନସ୍ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ। 

ସେହିପରି ଗତ କାଲି ଠାରୁ ତାଙ୍କର ସହକାରୀ ଯନ୍ତ୍ରୀଙ୍କ ସରକାରୀ କାର୍ଯ୍ୟାଳୟ ସମେତ ସୁନାବେଡାସ୍ଥିତ ତାଙ୍କ ଘର ଓ ଭୁବନେଶ୍ବରରେ ଥିବା ତାଙ୍କ ବାପାଙ୍କ ଘର ଉପରେ ଭିଜିଲାନସ୍ ଚଢ଼ାଉ କରି ଯାଂଚ କରିଥିଲେ। ଏହି ତିନୋଟି ସ୍ଥାନରୁ ୨ଟି କାର, ସ୍କୁଟି ଓ ୨ଟି ଜମି ପ୍ଲଟ, ବ୍ୟାଙ୍କ ପାସବୁକ, ଏଲଆଇସି ଆଦି ବୀମା କାଗଜପତ୍ର ମିଳିଥିବା କହିଛନ୍ତି ଏସପି। ପ୍ଲଟ ଦୁଇଟଇ ମଧ୍ୟରୁ ଗୋଟିଏ ସେମିଳିଗୁଡା ଓ ଅନ୍ୟଟି ଭୁବନେଶ୍ବର ନିକଟସ୍ଥ ଜଟଣୀର ବୋଲି କହିଛନ୍ତି ଏସପି। ସୋମବାର ଦିନ ବ୍ୟାଙ୍କ, ଜୀବନବୀମା ଆଦିର ଯାଂଚ କରିବା ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସପି। 

ଅଭିଯୁକ୍ତା ସହକାରୀ ଭାନୁମତୀ ଏମଜି ନଗରେଗାରେ ଗାଇଗୁହାଳ ସଂପୁର୍ଣ୍ଣ କରିଥିବା  ହିତାଧିକାରୀ ଦୁର୍ଯ୍ୟୋଧନଙ୍କୁ ଲାଞ୍ଚ ମାଗିବା ପରେ  ଏନେଇ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଏହା ପରେ ଭିଜିଲାନ୍ସ ବିଭାଗ ଭାନୁମତିଙ୍କୁ ପାନେ ଦେବା ପାଇଁ ଯୋଜନା କରିଥିଲା। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଆଜି ଭାନୁମତୀ ବ୍ଲକ କାର୍ଯ୍ୟାଳୟରେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜୟପୁର ଭିଜିଲାନ୍ସ ଇନିସପେକ୍ଟର ଅନୁଭା ଦାସ ଅତର୍କିତ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିଥିଲେ। 

ରଙ୍ଗବୋଳା ଟଙ୍କା ଜବତ ହେବା ପରେ ତାଙ୍କ ଅଫିସ ଚାମ୍ବର, ସୁନାବେଡ଼ା ହାଲସ୍ଥିତ ନିଜ ଘର  ସମେତ, ଭୁବନେଶ୍ବରରେ ରହୁଥିବା ତାଙ୍କ ବାପାଙ୍କ ଘର ଠିକଣାରେ ତନାଘନା ଚାଳିଥିଲା। ମାମଲାର ତଦନ୍ତ ଜାରୀ ରହିଥିବା ବେଳେ ଅଧିକା ତଥ୍ୟ ଆସିଲେ ଜଣାଇବେ ବୋଲି କହିଛନ୍ତି ଭିଜିଲାନସ୍ ଏସପି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe