ସବ୍‌ସିଡି ରିଲିଜ୍‌ ପାଇଁ ୩୦ ହଜାର ଲାଞ୍ଚ ନେଲେ ମତ୍ସ୍ୟ ଅଧିକାରୀ, ମାଡ଼ି ବସିଲା ଭିଜିଲାନ୍ସ

ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଡବ୍ଲ୍ୟୁଏସ୍‌ଏଚ୍‌ଜି)ର ସବ୍‌ସିଡି ରିଲିଜ କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ସହକାରୀ ମତ୍ସ୍ୟ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଅଦ୍ୟତନ ହୋଇଛି
Bibhuti Bhusan Pradhan, Asst. Fisheries Officer

Bibhuti Bhusan Pradhan, Asst. Fisheries Officer Photograph: (sambad.in)

ସୋନପୁର/ବୀରମହାରାଜପୁର: ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଡବ୍ଲ୍ୟୁଏସ୍‌ଏଚ୍‌ଜି)ର ସବ୍‌ସିଡି ରିଲିଜ କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ସହକାରୀ ମତ୍ସ୍ୟ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଅଧିକାରୀ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହାୟକ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ। ଭିଜିଲାନ୍ସ ବିଭାଗ ଏହି ମାମଲାରେ ସଂପୃକ୍ତି ରଖିଥିବା ଜଣେ ଅଭିଯୁକ୍ତ ବାବୁଲାଲ ବାରିକଙ୍କୁ ମଧ୍ୟ ଧରାପଡ଼ିଛନ୍ତି। 

ଦ୍ୱିତୀୟ କିସ୍ତି ଟଙ୍କା ମଂଜୁର ପାଇଁ ସହକାରୀ ମତ୍ସ୍ୟ ଅଧିକାରୀ ୪୫ ହଜାର ଟଙ୍କା ଲାଂଚ ଦାବି କରିଥିଲେ। ଏତେ ଟଙ୍କା ଦେବାପାଇଁ ସମ୍ପୃକ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜର ଅସମର୍ଥତା ପ୍ରକାଶ କରିବା ପରେ ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରଧାନ ୩୦ ହଜାର ଟଙ୍କା ଦେବାକୁ କହିଥିଲେ।

ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶଯେ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବଡଖମାର ପଂଚାୟତର ରାଧାପୁର ଗାଁର ମାଁ ମେଟାକାନୀ ସ୍ୱୟଂ ସହାୟକ ଗୋଷ୍ଠୀ ମାଛ ଜାଆଁଳ ଚାଷ କରିଥିଲେ। ଏଥିପାଇଁ  ପୁର୍ବରୁ ଏହି ସ୍ୱୟଂ ହାୟକ ଗୋଷ୍ଠୀର ପ୍ରଥମ କିସ୍ତି ଟଙ୍କା ମଂଜୁର ହୋଇସାରିଥିବାବେଳେ ଦ୍ୱିତୀୟ କିସ୍ତି ଟଙ୍କା ମଂଜୁର ପାଇଁ ସହକାରୀ ମତ୍ସ୍ୟ ଅଧିକାରୀ ୪୫ ହଜାର ଟଙ୍କା ଲାଂଚ ଦାବି କରିଥିଲେ। ଏତେ ଟଙ୍କା ଦେବାପାଇଁ ସମ୍ପୃକ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜର ଅସମର୍ଥତା ପ୍ରକାଶ କରିବା ପରେ ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରଧାନ ୩୦ ହଜାର ଟଙ୍କା ଦେବାକୁ କହିଥିଲେ। ଫଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଭିଜିଲାନ୍ସର ଦ୍ୱାରାସ୍ଥ ହୋଇଥିଲେ।

ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନା କେଶ ନଂ ୧୦/ତା ୩୦/୪/୨୦୨୫ ଅନୁଯାଇ ଏକ ମାମଲା ରୁଜୁ କରାଯାଥିଲା। ପୁର୍ବ ଯୋଜନା ମୁତାବକ ଆଜି ସ୍ୱୟଂ ସହାୟକ ଗୋଷ୍ଠୀଠାରୁ ୩୦ ହଜାର ଟଙ୍କା ଲାଂଚ ନେଉଥିବାବେଳେ ସହକାରୀ ମତ୍ସ୍ୟ ଅଧିକାରୀ ବିଭୁତି ଭୂଷଣ ପଧାନ ଏବଂ ଜଣେ ସହଯୋଗୀ ବାବୁଲାଲ ବାରିକଙ୍କୁ ଭିଜିଲନ୍ସ ବିଭାଗ ମାଡି ବସିଥିଲା। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି।

Odisha Vigilance

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe