ଛାତ୍ରୀଙ୍କୁ ମିଛ ପ୍ରତିଶ୍ରୁତି ଦେବା ମହଙ୍ଗା ହେଲା; ବନ୍ଧା ହେଲେ ରସିକିଆ ଅଧ୍ୟାପକ

ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣା ନେଇ ଗତ ୧୨ ତାରିଖ ଠାରୁ ରାଜ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। ସମ୍ବଲପୁର ମହିଳା ପୁଲିସ ଜଣେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଗିରଫ କରିଛି।

gm

ସମ୍ୱଲପୁର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣା ନେଇ ଗତ ୧୨ ତାରିଖ ଠାରୁ ରାଜ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଜଣେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ମହିଳା ପୁଲିସ  ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଗିରଫ  କରିଛି। ଗିରଫ ଅଭିଯୁକ୍ତ ହେଲେ ଶିକ୍ଷା ବିଭାଗର ଅଧ୍ୟାପକ ଗୋପୀକାନ୍ତ ସୁନା (୩୨)। 

୪ ମାସ ତଳେ ଛାତ୍ରୀ ଜଣଙ୍କ ଅସଦାଚରଣ ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ। ଛାତ୍ରୀ ଜଣକ ତାଙ୍କର ଅଭିଯୋଗରେ ଦର୍ଶାଇଥିଲେ ଯେ, ଶ୍ରୀ ସୁନା ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ। ହେଲେ ପୁଲିସ ସେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ମାତ୍ର ଏଫଏମ୍ କଲେଜର ଛାତ୍ରୀଙ୍କ ଆତ୍ମାହୁତି ଘଟଣା ପରେ ତତ୍ପର ହୋଇଛନ୍ତି ସରକାର।

ସୂଚନା ଅନୁଯାୟୀ, ୪ ମାସ ତଳେ ଛାତ୍ରୀ ଜଣଙ୍କ ଅସଦାଚରଣ ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ। ଛାତ୍ରୀ ଜଣକ ତାଙ୍କର ଅଭିଯୋଗରେ ଦର୍ଶାଇଥିଲେ ଯେ, ଶ୍ରୀ ସୁନା ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ। ହେଲେ ପୁଲିସ ସେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ମାତ୍ର ଏଫଏମ୍ କଲେଜର ଛାତ୍ରୀଙ୍କ ଆତ୍ମାହୁତି ଘଟଣା ପରେ ତତ୍ପର ହୋଇଛନ୍ତି ସରକାର। ବରଗଡ଼ ଜିଲ୍ଲା ବୁଡେନ୍‌ ଥାନା ଅଧୀନ ଦହିତା ଗାଁର ଦୁତିଆ ସୁନାଙ୍କ ପୁଅ ତଥା ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନାଙ୍କୁ ଗୁରୁବାର ମହିଳା ଥାନା ପୁଲିସ ଗିରିଫ କରି କୋର୍ଟ ଚାଲାଣ କରିଛି। 

ଶିକ୍ଷାନୁଷ୍ଠାନ ହେଉଛି ଶିକ୍ଷକ ତଥା ଅଧ୍ୟାପକଙ୍କ ପାଇଁ ମନ୍ଦିର ସଦୃଶ। ଏଠାରେ ଛାତ୍ରଛାତ୍ରୀମାନେ ଭଗବାନ ହେଲେ ଶିକ୍ଷକ ପୂଜାରୀ। କିନ୍ତୁ କ୍ଷୋଭର ବିଷୟ ଯେ, ଶିକ୍ଷାନୁଷ୍ଠାନରେ ଆଉ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପବିତ୍ର ସଂପର୍କ ପୂର୍ବ ଭଳି ନାହିଁ। ଝିଅ ତଥା ଭଉଣୀ ସଦୃଶ ଶିଷ୍ୟାମାନଙ୍କ ଉପରେ ଅଧ୍ୟାପକମାନଙ୍କର ଖରାପ ନଜର ରହୁଛି। ଏହିଭଳି ଅଭିଯୋଗ ଅନେକ ଆସୁଛି। ଲୋକଲଜ୍ଜାରେ ଅନେକ ଛାତ୍ରୀ କାନ୍ଦିକାନ୍ଦି ଜିଉଁଛନ୍ତି। ସବୁ ଖବର ସାମ୍ନାକୁ ଆସିପାରୁ ନାହିଁ। ଆମ ବ୍ୟବସ୍ଥାରେ ସଂସ୍କାର ନଆସିବା ଯୋଗୁଁ ବହୁ ଲୋକଙ୍କର ଜୀବନ ଯନ୍ତ୍ରଣାରେ କଟୁଛି। 

 Sambalpur | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe