ଟଙ୍କା ମାଗିବାକୁ କେନ୍ଦ୍ରକରି ହଣାକଟା: ୪ ମହିଳାଙ୍କ ସମେତ ୧୧ ଗୁରୁତର

ଆଠ ହଜାର ବକେୟା ଟଙ୍କାରୁ ମହାଭାରତ ଉଭୟ ଗୋଷ୍ଠୀ ମଧ୍ୟରେ ତୁମୁଳ କାଣ୍ଡ ହଣାକଟା ହୋଇ ଚାରି ମହିଳାଙ୍କ ସମେତ ଏଗାର ଜଣ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

11 persons injured in Basta

11 persons injured in Basta Photograph: (sambad.in)

ବସ୍ତା୨: ଆଠ ହଜାର ବକେୟା ଟଙ୍କାରୁ ମହାଭାରତ ଉଭୟ ଗୋଷ୍ଠୀ ମଧ୍ୟରେ ତୁମୁଳ କାଣ୍ଡ ହଣାକଟା ହୋଇ ଚାରି ମହିଳାଙ୍କ ସମେତ ଏଗାର ଜଣ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି। ସମସ୍ତ ଗୁରୁତରଙ୍କୁ ପ୍ରଥମେ ବସ୍ତା ପରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାତରିତ କରାଯାଇଥିବା ଜଣାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବସ୍ତା ଥାନା ବହର୍ଦ୍ଦା ବସ୍ତିରେ।

ସୂଚନା ଅନୁସାରେ ବହାର୍ବ୍ଦା ବସ୍ତିର ସେକ ରମଜାନ ଓ ସେକ ସୁରାଜଙ୍କ ମଧ୍ୟରେ ଆଜି ସନ୍ଧ୍ୟା ସମୟରେ ଗାନ୍ଧିଛକ ଠାରେ  ମଧ୍ୟରେ ବକେୟା ଆଠ ହଜାର ଟଙ୍କାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଭୟଙ୍କ ମଧ୍ୟରେ ଉପୁଜିଥିବା ଗୋଣ୍ଡଗଳକୁ ସମାଧାନ କରି ସମସ୍ତଙ୍କୁ ଘରକୁ ପଠାଇଥିଲା। ମାତ୍ର ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମରେ ପୁଣି ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ପରେ ଏହା ଉଗ୍ରରୂପ ଧାରଣ କରି ମାରପିଟ୍ ଓ ହଣାକଟା ହୋଇଥିଲା।

ବହାର୍ବ୍ଦା ବସ୍ତିର ସେକ ରମଜାନ ଓ ସେକ ସୁରାଜଙ୍କ ମଧ୍ୟରେ ଆଜି ସନ୍ଧ୍ୟା ସମୟରେ ଗାନ୍ଧିଛକ ଠାରେ ମଧ୍ୟରେ ବକେୟା ଆଠ ହଜାର ଟଙ୍କାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଭୟଙ୍କ ମଧ୍ୟରେ ଉପୁଜିଥିବା ଗୋଣ୍ଡଗଳକୁ ସମାଧାନ କରି ସମସ୍ତଙ୍କୁ ଘରକୁ ପଠାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମରେ ପୁଣି ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ପରେ ଏହା ଉଗ୍ରରୂପ ଧାରଣ କରି ମାରପିଟ୍ ଓ ହଣାକଟା ହୋଇଥିଲା।

ଏହି ହଣାକଟାରେ ଉଭୟ ପକ୍ଷରୁ ସେକ କବିର, ସେକ ସୁରାଜ, ସେକ ରମଜାନ, ସେକ ନୌସାଦ, ସେକ ଜାଫିର, ସେକ ଐଶୁଦ୍ଦିନ, ସେକ ନଜୀମୁଦ୍ଦିଁନ, ସେକ ଫିରୋଜ, ସେକ ଆଇସାନଙ୍କ ସହିତ ଚାରି ମହିଳା ଗୁରୁତର ଆହତ ହୋଇଥିଲେ। ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ବସ୍ତା ଡାକ୍ତରଖାନାକୁ ନେଇଥିବା ବେଳେ ଗୁରୁତରଙ୍କ ମଧ୍ୟରୁ ନଅ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନତରିତ କରାଯାଇଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି।

Baleswar | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe