ଖଣି ଏନଫୋର୍ସମେଣ୍ଟ ଟିମ୍‌କୁ ଦୁର୍ବ୍ୟବହାର ଓ ଗାଡ଼ି ଭଙ୍ଗାରୁଜ୍ଜା, ଥାନାରେ ଅଭିଯୋଗ କଲେ କନିଷ୍ଠ ଖଣି ଅଧିକାରୀ

Advertisment

ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅଧୀନସ୍ଥ ଚାଳନ୍ତି ଗ୍ରାମରେ ବାଲି ଚୋରି ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଖଣି ଏନଫୋର୍ସମେଣ୍ଟ ଟିମ୍‌କୁ ଦୁର୍ବ୍ୟବହାର ପ୍ରଦର୍ଶନ କରା ଯାଇଥିବା ନେଇ ଜଳେଶ୍ଵର ଥାନାରେ ଅଭିଯୋଗ ହୋଇଛି।

Updated On

ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅଧୀନସ୍ଥ ଚାଳନ୍ତି ଗ୍ରାମରେ ବାଲି ଚୋରି ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଖଣି ଏନଫୋର୍ସମେଣ୍ଟ ଟିମ୍‌କୁ ଦୁର୍ବ୍ୟବହାର ପ୍ରଦର୍ଶନ କରା ଯାଇଥିବା ନେଇ ଜଳେଶ୍ଵର ଥାନାରେ ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
ଗଜ

ଜଳେଶ୍ୱର:ଗତକାଲି ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅଧୀନସ୍ଥ ଚାଳନ୍ତି ଗ୍ରାମରେ ବାଲି ଚୋରି ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଖଣି ଏନଫୋର୍ସମେଣ୍ଟ ଟିମ୍‌କୁ ଦୁର୍ବ୍ୟବହାର ପ୍ରଦର୍ଶନ କରା ଯାଇଥିବା ନେଇ ଜଳେଶ୍ଵର ଥାନାରେ ଅଭିଯୋଗ ହୋଇଛି। ଜଳେଶ୍ୱର ପୁଲିସ ଅଭିଯୋଗ ପାଇବା ପରେ କେଉଁମାନେ ଏହି ଦୁର୍ବବ୍ୟବହାର ପ୍ରଦର୍ଶନ କରିଛନ୍ତି ସେନେଇ ତଦନ୍ତ ଆରମ୍ଭ କରିଛି।

ବିବରଣୀରୁ ପ୍ରକାଶ ଯେ ମହମ୍ମଦ ନଗର ପାଟଣା ଓ ଚାଳନ୍ତି ଗାଁ ସନ୍ନିକଟ ସୁବର୍ଣ୍ଣରେଖା ନଦୀ ଗର୍ଭରୁ ବେଆଇନ୍ ବାଲି ଉତ୍ତୋଳନ କରା ଯାଉଥିବା ନେଇ ଗତକାଲି ରାତିରେ ଖଣି ବିଭାଗକୁ ଖବର ମିଳିଥିଲା। ଫଳରେ ବାଲେଶ୍ଵର ଜିଲ୍ଲା ଖଣି ଅଧିକାରୀ ସନ୍ତୋଷୀ ପ୍ରଭା ସେଠୀଙ୍କ ନିର୍ଦ୍ଦେଶରେ ଜଳେଶ୍ଵର କନିଷ୍ଠ ଖଣି ଅଧିକାରୀ ଜିତେନ୍ଦ୍ର କୁମାର ଦାସ ଓ ବସ୍ତା କନିଷ୍ଠ ଖଣି ଅଧିକାରୀ ସତ୍ୟ ଚିନ୍ମୟ ଜେନା ଏନଫୋର୍ସମେଣ୍ଟ ଟିମ୍ ସହ ଚାଳନ୍ତି ଗାଁ ରେ ବେଆଇନ ଭାବେ ଚାଲିଥିବା ବାଲି ଉତ୍ତୋଳନ ଉପରେ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ବାଲି ମାଫିଆମାନେ ବାଲି ଉତ୍ତୋଳନ କାମରେ ଲାଗିଥିବା ଯନ୍ତ୍ରାଂଶ ନେଇ ଚମ୍ପଟ ମାରିଥିଲେ। ଏନଫୋର୍ସମେଣ୍ଟ ଟିମ ନଦୀପଠାରୁ ଫେରୁଥିବା ବେଳେ ରାସ୍ତାରେ ଟିମ୍ ର ଗାଡ଼ି ଆଗରେ ବାଇକ ରଖି ୧୦/୧୫ ଜଣ  ଯୁବକ ଘେରି ଯାଇଥିଲେ। ଦୁଇ ଖଣି ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରି ଗାଡ଼ି ଭାଙ୍ଗି ଦେଇଥିଲେ। ଏପରିକି ଏନଫୋର୍ସମେଣ୍ଟ ଟିମ୍ ଭିଡିଓ ଓ ଫଟୋ ମଧ୍ୟ ଉତ୍ତୋଳନ କରିଥିଲେ। ଦୀର୍ଘ ସମୟଧରି ଏହି ଅସାମାଜିକ ଯୁବକଙ୍କ କାର୍ଯ୍ୟକଳାପ ପରେ ଏନଫୋର୍ସମେଣ୍ଟ ଟିମ୍ ଜଳେଶ୍ଵର ପୁଲିସ୍ ର ସହାୟତା ନେଇଥିଲା। ଜଳେଶ୍ୱର ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଯୁବକମାନେ ଚମ୍ପଟ ମାରିଥିଲେ। ଏନେଇ ଖଣି ଅଧିକାରୀ ଶ୍ରୀ ଦାସ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ମହମ୍ମଦ ନଗର ପାଟଣା ଓ ଚାଳନ୍ତି ଗାଁ ସନ୍ନିକଟ ସୁବର୍ଣ୍ଣରେଖା ନଦୀ ଗର୍ଭରୁ ବେଆଇନ୍ ବାଲି ଉତ୍ତୋଳନ କରା ଯାଉଥିବା ନେଇ ଗତକାଲି ରାତିରେ ଖଣି ବିଭାଗକୁ ଖବର ମିଳିଥିଲା। ଫଳରେ ବାଲେଶ୍ଵର ଜିଲ୍ଲା ଖଣି ଅଧିକାରୀ ସନ୍ତୋଷୀ ପ୍ରଭା ସେଠୀଙ୍କ ନିର୍ଦ୍ଦେଶରେ ଜଳେଶ୍ଵର କନିଷ୍ଠ ଖଣି ଅଧିକାରୀ ଜିତେନ୍ଦ୍ର କୁମାର ଦାସ ଓ ବସ୍ତା କନିଷ୍ଠ ଖଣି ଅଧିକାରୀ ସତ୍ୟ ଚିନ୍ମୟ ଜେନା ଏନଫୋର୍ସମେଣ୍ଟ ଟିମ୍ ସହ ଚାଳନ୍ତି ଗାଁ ରେ ବେଆଇନ ଭାବେ ଚାଲିଥିବା ବାଲି ଉତ୍ତୋଳନ ଉପରେ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ବାଲି ମାଫିଆମାନେ ବାଲି ଉତ୍ତୋଳନ କାମରେ ଲାଗିଥିବା ଯନ୍ତ୍ରାଂଶ ନେଇ ଚମ୍ପଟ ମାରିଥିଲେ। ଏନଫୋର୍ସମେଣ୍ଟ ଟିମ ନଦୀପଠାରୁ ଫେରୁଥିବା ବେଳେ ରାସ୍ତାରେ ଟିମ୍ ର ଗାଡ଼ି ଆଗରେ ବାଇକ ରଖି ୧୦/୧୫ ଜଣ  ଯୁବକ ଘେରି ଯାଇଥିଲେ। ଦୁଇ ଖଣି ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରି ଗାଡ଼ି ଭାଙ୍ଗି ଦେଇଥିଲେ। ଏପରିକି ଏନଫୋର୍ସମେଣ୍ଟ ଟିମ୍ ଭିଡିଓ ଓ ଫଟୋ ମଧ୍ୟ ଉତ୍ତୋଳନ କରିଥିଲେ। ଦୀର୍ଘ ସମୟଧରି ଏହି ଅସାମାଜିକ ଯୁବକଙ୍କ କାର୍ଯ୍ୟକଳାପ ପରେ ଏନଫୋର୍ସମେଣ୍ଟ ଟିମ୍ ଜଳେଶ୍ଵର ପୁଲିସ୍ ର ସହାୟତା ନେଇଥିଲା। ଜଳେଶ୍ୱର ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଯୁବକମାନେ ଚମ୍ପଟ ମାରିଥିଲେ। ଏନେଇ ଖଣି ଅଧିକାରୀ ଶ୍ରୀ ଦାସ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଏନଫୋର୍ସମେଣ୍ଟ କରୁଥିବା ଟିମ ଉପରେ ବାଲି ମାଫିଆମାନେ ସତର୍କ ଦୃଷ୍ଟି ରଖୁଛନ୍ତି।

ଏନଫୋର୍ସମେଣ୍ଟ ଟିମ୍ ଚଢାଉ ପାଇଁ ଆସିଲେ ଖବର ପାଇ ବାଲି ଉତ୍ତୋଳନ ବନ୍ଦ ଓ ପୁଣି ଚାଲିଗଲେ ବାଲି ଉତ୍ତୋଳନ ଆରମ୍ଭ ହୋଇ ଯାଉଛି ବୋଲି ଖଣି ଅଧିକାରୀ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe