ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ ଯୁବକ, ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ପୂର୍ବ ଶତ୍ରୁତାରୁ ଗୋଡ଼େଇ ଗୋଡ଼େଇ ହାଣିଲେ।ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ ଯୁବକ, ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ। ସର୍ଜିକାଲ ବ୍ଲେଡରେ ଖଣ୍ଡିଆଖାବରା ବି କରିଦେଲେ। ଘଟଣା ଘଟିଛି ରାଜଧାନୀର ବଡ଼ଗଡ଼ ଅଞ୍ଚଳରେ। ଆହତଜଣଙ୍କ ହେଉଛନ୍ତି ବଡ଼ଗଡ଼ ଗାଁର ଦୀପକ ପ୍ରଧାନ।

ହୈ

ଭୁବନେଶ୍ବର: ପୂର୍ବ ଶତ୍ରୁତାରୁ ଗୋଡ଼େଇ ଗୋଡ଼େଇ ହାଣିଲେ। ସର୍ଜିକାଲ ବ୍ଲେଡରେ ଖଣ୍ଡିଆଖାବରା ବି କରିଦେଲେ। ଘଟଣା ଘଟିଛି ରାଜଧାନୀର ବଡ଼ଗଡ଼ ଅଞ୍ଚଳରେ। ଆହତଜଣଙ୍କ ହେଉଛନ୍ତି ବଡ଼ଗଡ଼ ଗାଁର ଦୀପକ ପ୍ରଧାନ। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଦୀପକ ନିଜ ଘରକୁ ଫେରୁଥିବା ବେଳେ କିଛି ମୁଖାପିନ୍ଧା ଦୁର୍ବୃତ୍ତ ଏକ ପଲସର ବାଇକରେ ଆସିବା ସହ ତାଙ୍କୁ ଗୋଇଠା ମାରିଥିଲେ। ଭାରସାମ୍ୟ ହରାଇ ପଡିଯିବା ପରେ ଛୁରୀ ଓ ସର୍ଜିକାଲ ବ୍ଲେଡ଼ ସାହାଯ୍ୟରେ ପିଠି, ହାତ, ମୁହଁ କାଟି ପକାଇଥିଲେ ।

ରାତି ପ୍ରାୟ ୧୧ଟା ବେଳେ ଦୀପକ ନିଜ ଘରକୁ ଫେରୁଥିବା ବେଳେ କିଛି ମୁଖାପିନ୍ଧା ଦୁର୍ବୃତ୍ତ ଏକ ପଲସର ବାଇକରେ ଆସିବା ସହ ତାଙ୍କୁ ଗୋଇଠା ମାରିଥିଲେ। ଭାରସାମ୍ୟ ହରାଇ ପଡିଯିବା ପରେ ଛୁରୀ ଓ ସର୍ଜିକାଲ ବ୍ଲେଡ଼ ସାହାଯ୍ୟରେ ପିଠି, ହାତ, ମୁହଁ କାଟି ପକାଇଥିଲେ ।

ପୁଲିସରେ ଏ ନେଇ ଏତଲା ପରେ ଆଖପାଖ ସିସିଟିଭି ଚେକ ଚାଲିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ ଆରମ୍ଭ ହୋଇଛି । ବଡ଼କଥା ହେଉଛି ପଲାସପଲ୍ଲୀରେ ଶିବ ଶ୍ରୀଚନ୍ଦନଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପଲିସର ହାତ ଖାଲି ଥିବା ବେଳେ ପୁଣି ଏଭଳି ଘଟଣା କମିଶନରେଟ ପୋଲିସ ପାଇଁ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe