ବାଲି ବେପାରକୁ ନେଇ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Advertisment

ବାଲି ବେପାରକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ୬୦ ନମ୍ବର ଜାତୀୟ ରାଜପଥ ସନ୍ନିକଟ ଧାରାଷ୍ଟକ ଅଞ୍ଚଳରେ ଥିବା ଏକ ହୋଟେଲ ଭିତରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ବାଲି ବେପାରକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ୬୦ ନମ୍ବର ଜାତୀୟ ରାଜପଥ ସନ୍ନିକଟ ଧାରାଷ୍ଟକ ଅଞ୍ଚଳରେ ଥିବା ଏକ ହୋଟେଲ ଭିତରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

bhj

ଜଳେଶ୍ୱର: ବାଲି ବେପାରକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ୬୦ ନମ୍ବର ଜାତୀୟ ରାଜପଥ ସନ୍ନିକଟ ଧାରାଷ୍ଟକ ଅଞ୍ଚଳରେ ଥିବା ଏକ ହୋଟେଲ ଭିତରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଯୁବକଙ୍କୁ କାଚ ବିଅର ବୋତଲରେ ଆକ୍ରମଣ କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି।ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ଜଳେଶ୍ଵର ଥାନା ଚାଳନ୍ତି ଗ୍ରାମର ସୁବାସ ପ୍ରମାଣିକ।

ଜଳେଶ୍ଵର ଥାନା ଚାଳନ୍ତି ଗ୍ରାମର ସୁବାସ ପ୍ରମାଣିକ ବସ୍ତା ତହସିଲ ଅଧୀନସ୍ଥ ଏକ ବାଲିଘାଟକୁ ଲିଜ ନେଇଥିବା ବେଳେ ସେହି ଘାଟରେ ସେୟାର ଅଥବା ମାସିକ ୫ ଲକ୍ଷ ଟଙ୍କାର ଚାନ୍ଦା ଗୋଟିଏ ଗୋଷ୍ଠୀ ଦାବି କରି ଆସୁଥିଲେ। ଗତକାଲି ରାତିରେ ଆଲୋଚନା ପାଇଁ ଉକ୍ତ ହୋଟେଲକୁ ସୁବାସଙ୍କୁ କେତେକ ଯୁବକ ଡାକି ଆଣିଥିଲେ। ଆଉ ସେୟାର କିମ୍ବା ଚାନ୍ଦା ଦେଇ ପାରିବେନି ବୋଲି ସୁବାସ ରୋକଠୋକ ଜଣାଇବା ପରେ ସେହି ଯୁବକମାନେ ତାଙ୍କୁ ଏହି ଆକ୍ରମଣ କରିଥିଲେ। ଆକ୍ରମଣରେ ସୁବାସଙ୍କ ମୁଣ୍ଡ ଫାଟି ସେ ଗୁରୁତର ହୋଇଥିବା ବେଳେ ତାଙ୍କୁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ସୁବାସ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୁବାସ ବସ୍ତା ତହସିଲ ଅଧୀନସ୍ଥ ଏକ ବାଲିଘାଟକୁ ଲିଜ ନେଇଥିବା ବେଳେ ସେହି ଘାଟରେ ସେୟାର ଅଥବା ମାସିକ ୫ ଲକ୍ଷ ଟଙ୍କାର ଚାନ୍ଦା ଗୋଟିଏ ଗୋଷ୍ଠୀ ଦାବି କରି ଆସୁଥିଲେ। ଗତକାଲି ରାତିରେ ଆଲୋଚନା ପାଇଁ ଉକ୍ତ ହୋଟେଲକୁ ସୁବାସଙ୍କୁ କେତେକ ଯୁବକ ଡାକି ଆଣିଥିଲେ। ଆଉ ସେୟାର କିମ୍ବା ଚାନ୍ଦା ଦେଇ ପାରିବେନି ବୋଲି ସୁବାସ ରୋକଠୋକ ଜଣାଇବା ପରେ ସେହି ଯୁବକମାନେ ତାଙ୍କୁ ଏହି ଆକ୍ରମଣ କରିଥିଲେ। ଆକ୍ରମଣରେ ସୁବାସଙ୍କ ମୁଣ୍ଡ ଫାଟି ସେ ଗୁରୁତର ହୋଇଥିବା ବେଳେ ତାଙ୍କୁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ସୁବାସ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe