ଆସିକା: ମାମୁଁଙ୍କ ଅନୁପସ୍ଥିତିର ସୁଯୋଗ ନେଇ ମାଇଁଙ୍କୁ ଅସଦାଚରଣ କରିଥିବା ଭଣଜାକୁ ଗଂଜାମ ଜିଲ୍ଲା ଆସିକା ଆଦର୍ଶ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ଭଣଜା ହେଲେ ରବୀନ୍ଦ୍ର ବେହେରା। ମାଇଁଙ୍କ ଆକ୍ରମଣରେ ରବୀନ୍ଦ୍ରଙ୍କ ମୁଣ୍ଡରେ ଆଘାତ ଲାଗିଛି।
ଅଭିଯୋଗ ଅନୁସାରେ ଆସିକା ଆଦର୍ଶ ଥାନା ଇଲାକାରେ ମାମୁଁ ନଥିବା ସୁଯୋଗ ନେଇ ସେହି ଗ୍ରାମର ରବୀନ୍ଦ୍ର ବେହେରା ମନ୍ଦ ପାଞ୍ଚି ଥିଲେ। ସେ ମାମୁଁ ଘରେ ପଶି ନିଜ ମାଇଁଙ୍କୁ ଅସଦାଚରଣ କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଭଣଜାର ଏହି ଆଶାକୁ ସଫଳ ହେବାକୁ ସୁଯୋଗ ଦେଇ ନଥିଲେ ମାଇଁ। ପରିସ୍ଥିତିର ମୁକାବିଲା କରିବା ପାଇଁ ମନରେ ସାହାସ ଜୁଟାଇଥିଲେ। ନିଜକୁ ବଞ୍ଚାଇବା ପାଇଁ ରବୀନ୍ଦ୍ରଙ୍କୁ ଛାଡ଼ି ନଥିଲେ। ବରଂ ପାନେ ଦେଇଥିଲେ।
ମାଈଙ୍କ ଆକ୍ରମଣରେ ରସିକିଆ ଭଣଜା ରବୀନ୍ଦ୍ର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ଡାକ୍ତରୀ ଚିକତ୍ସା କରାଯାଇଛି।
ଅଭିଯୁକ୍ତ ରବୀନ୍ଦ୍ରର ମୁଣ୍ଡରେ ଆଘାତ ଲାଗିଛି। ଏଥି ନେଇ ଆସିକା ଥାନାରେ ଅଭିଯୋଗ ପରେ ମହିଳା ଏସ୍ଆଇ ଅମ୍ବିକା ବେଣିଆ ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତ ଭଣଜାକୁ ଥାନା ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
Follow Us