ମହିଳା ମହାବିଦ୍ୟାଳୟରେ ବଜ୍ରପାତ ସଚେତନତା ଅଭିଯାନ କାର୍ଯ୍ୟକ୍ରମ

Advertisment

ରାଇରଙ୍ଗପୁରସ୍ଥ ମହିଳା ମହାବିଦ୍ୟାଳୟରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ପକ୍ଷରୁ ବଜ୍ରପାତ ସଚେତନତା ସମର୍କିୟ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ରାଇରଙ୍ଗପୁରସ୍ଥ ମହିଳା ମହାବିଦ୍ୟାଳୟରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ପକ୍ଷରୁ ବଜ୍ରପାତ ସଚେତନତା ସମର୍କିୟ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Rairangpur

ରାଇରଙ୍ଗପୁର: ରାଇରଙ୍ଗପୁରସ୍ଥ ମହିଳା ମହାବିଦ୍ୟାଳୟରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ପକ୍ଷରୁ ବଜ୍ରପାତ ସଚେତନତା ସମର୍କିୟ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଏନଏସଏସ ସଂଯୋଜକ ଡକ୍ଟର ବସନ୍ତ କୁମାର ମହାନ୍ତଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତିନି ବିଭିନ୍ନ କଲେଜ ରୁ ତିନି ଶହ ରୁ ଅଧିକ ଏନଏସଏସ ସ୍ବେଚ୍ଛାସେବୀ ସହ ତାଙ୍କର ଗାଇଡ ଶିକ୍ଷକ ଓ ଅଫିସର ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ଯମଣ୍ଡିତ କରିଥିଲେ। ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ରବିଶଙ୍କର ଶତପଥୀ ସଭାପତିତ୍ବ କରି ସ୍ବେଚ୍ଛାସେବୀମାନଙ୍କୁ ବଜ୍ରପାତ ସଚେତନତା ବାର୍ତା ପ୍ରଦାନ କରିଥିଲେ।

ମୁଖ୍ଯଅତିଥି ଭାବେ ରାଇରଙ୍ଗପୁର ଏସଡିପିଓ  ଗୋକୁଳାନନ୍ଦ ସାହୁ ଯୋଗଦେଇ ବଜ୍ରପାତ ବିରୋଧରେ ଜୀବନ ରକ୍ଷା ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ। ଏଫଏମ ବିଶ୍ବବିଦ୍ୟାଳୟର ଭୁଗୋଳ ପ୍ରଫେସର ମନୋରଞ୍ଜନ ମିଶ୍ର ମୁଖ୍ଯବକ୍ତା ଭାବେ ଯୋଗଦେଇ" ବଜ୍ରପାତ ଓ ଆମ୍ଭର ଦାୟୀତ୍ବ" ବିଷୟରେ ସୁନ୍ଦର ବକ୍ତବ୍ଯ ପ୍ରସ୍ତୁତ କରିଥିଲେ। ତାଙ୍କ ଦ୍ବାରା ପ୍ରୋଜେକ୍ଟ ପ୍ରେଜେନ୍ଟେଶନ ଉଚ୍ଚ ପ୍ରଶଂସିତ ହୋଇଥିଲା।

ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନରଂଜନ ହେମ୍ବ୍ରମ, ମହିଳା କଲେଜ ପରିଚାଳନା କମିଟିର ପୁରାତନ ସଭାପତି ମାଳତୀ ପରିଡା, ଡକ୍ଟର ଦେବେନ୍ଦ୍ର ନାଥ ଟୁଡୁ, ପରିବେଶବିତ୍ ଲଲିତ ମହାନ୍ତ,କନିକା ବୋଷ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଡି ପିଓ ଅନାମ ଚରଣ ରାଉଳ,ଅଧ୍ୟାପକ ବବଲୁ କୁମ୍ଭକାର ସମ୍ମାନିତ ଅତିଥି ରୁପେ ମଞ୍ଚାସୀନ ହୋଇ ବଜ୍ରପାତର କାରଣ ଓ ନିରାକରଣ ଉପରେ ପ୍ରଶିକ୍ଷଣ ଦେଇଥିଲେ। ସର୍ବ ପ୍ରଥମେ କାର୍ଯ୍ୟକ୍ରମ ସଂଯୋଜକ ବିଜୟ କୁମାର ରାମ ସ୍ବାଗତ ଭାଷଣ ଦେଇ ସଭା ପରିଚାଳନା କରିଥିଲେ। ଡକ୍ଟର ରାଜେନ୍ଦ୍ର ମଣ୍ଡଳ ତାଙ୍କର ବକ୍ତବ୍ଯ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏକ ସଚେତନତା ରଥ ବୁଲି ଜନ ସାଧାରଣଙ୍କୁ ସଚେତନତା କରାଯାଉଛି।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe