ଲଳିତାଙ୍କ ପାଇଁ ଆବାସ ଯୋଜନା ସାତସପନ

Advertisment

କନ୍ଧମାଳ ଜିଲ୍ଲାରେ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ମିଳିବା ସାତସପନ ପାଲଟିଛି। କ ନୂଆଗାଁ ବ୍ଳକ ବଣ୍ଡଗୁଡା ପଞ୍ଚାୟତ ମଗଡ଼ିଙ୍ଗିଆ ଗାଁରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଆବାସ ଘର ଖଣ୍ଡିଏ ପାଇବା ପାଇଁ ପଞ୍ଚାୟତରେ ବାରମ୍ବାର ଲିଖିତ ଆବେଦନ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।

କନ୍ଧମାଳ ଜିଲ୍ଲାରେ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ମିଳିବା ସାତସପନ ପାଲଟିଛି। କ ନୂଆଗାଁ ବ୍ଳକ ବଣ୍ଡଗୁଡା ପଞ୍ଚାୟତ ମଗଡ଼ିଙ୍ଗିଆ ଗାଁରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଆବାସ ଘର ଖଣ୍ଡିଏ ପାଇବା ପାଇଁ ପଞ୍ଚାୟତରେ ବାରମ୍ବାର ଲିଖିତ ଆବେଦନ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।

lalita

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ଯୋଗ୍ୟ ହିତାଧିକାରୀଙ୍କୁ ବର୍ଷବର୍ଷ ଧରି ଆବାସ ଯୋଜନାରେ ଗୃହ ମିଳିବା ସାତସପନ ପାଲଟିଛି। କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ବଣ୍ଡଗୁଡା ପଞ୍ଚାୟତ ମଗଡ଼ିଙ୍ଗିଆ ଗାଁରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଆବାସ ଘର ଖଣ୍ଡିଏ ପାଇବା ପାଇଁ ପଞ୍ଚାୟତରେ ବାରମ୍ବାର ଲିଖିତ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।

ହତାଶ୍ ହିତାଧିକାରୀ ଏବେ ସହଯୋଗ ପାଇଁ କ ନୂଆଗାଁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗାଁର ଲଳିତା ବଗର୍ତ୍ତୀ ଜଣେ ଗରିବ ଶ୍ରେଣୀର ଅଟନ୍ତି। ମଜୁରୀ କରି ଯାହା କିଛି ମିଳୁଛି ସେଥିରେ ତାଙ୍କ ପରିବାର ଚଳିଥାଏ। କିନ୍ତୁ ଘରଟିଏ ନଥିବା ଯୋଗୁଁ ଉକ୍ତ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଯେଉଁ ଘରେ ରହୁଛନ୍ତି ତାହା ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡ଼ିଲାଣି। ଗରିବୀ କାରଣ ଯୋଗୁଁ ସେ ଘର ମରାମତି କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ଦର୍ଶାଇଛନ୍ତି।

ଘରଟିଏ ନଥିବା ଯୋଗୁଁ ଲଳିତାଙ୍କ ପପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଯେଉଁ ଘରେ ରହୁଛନ୍ତି ତାହା ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡ଼ିଲାଣି। ଗରିବୀ କାରଣ ଯୋଗୁଁ ସେ ଘର ମରାମତି କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ଦର୍ଶାଇଛନ୍ତି।

ତେବେ ୨୦୧୮ ମସିହାରେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ଯୋଗ୍ୟ ହିତାଧିକାରୀ ତାଲିକାରେ ନାମ ପଞ୍ଜୀକରଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବାସ ଗୃହ ମିଳି ନାହିଁ ବୋଲି ଲଳିତା ବଗର୍ତ୍ତୀ କହିବା ସହ ପୁନର୍ବାର ଦରଖାସ୍ତ ପ୍ରଦାନ କରିଛନ୍ତି। ଇତି ମଧ୍ୟରେ ଅନେକ ଥର ପଞ୍ଚାୟତ ପକ୍ଷରୁ ହିତାଧିକାରୀ ତାଲିକା କରାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଯୋଗ୍ୟ ହୋଇ ପାରୁନଥିବାରୁ ସେ ଚିନ୍ତିତ ହୋଇ  ପଡ଼ିବା ବେଳେ ଏଦିଗରେ ଦୃଷ୍ଟି ଦେଲେ ତାଙ୍କ ପରିବାର ସ୍ୱପ୍ନର ପକ୍କା ଘରେ ଶାନ୍ତିରେ  ରହିପାରନ୍ତେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe