ବଡଯାତ୍ରାର ଶୁଭାରମ୍ଭ: ମା’ମୁତ୍ୟଲମାଙ୍କୁ ନିମନ୍ତ୍ରଣ ପାଇଁ ପୋଲୁର ଯାତ୍ରା

ମାଲକାନଗିରିର ବଡଯାତ୍ରାର ଶୁଭାରମ୍ଭ ହୋଇଛି। ମଙ୍ଗଳବାର ରାତିରେ ସମସ୍ତ ଦେବାଦେବୀଙ୍କ ନିର୍ଦେଶ଼କ୍ରମେ ପାଟ ପୂଜକ ଏବଂ ଯାତ୍ରା ପୂଜକମାନେ ନମନ୍ତ୍ରଣ ନେଇ ପୋଲୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

Bada jatra start

Bada jatra start Photograph: (Sambad )

ମାଲକାନଗିରି: ମାଲକାନଗିରିର ବଡଯାତ୍ରାର ଶୁଭାରମ୍ଭ ହୋଇଛି। ମଙ୍ଗଳବାର ରାତିରେ ସମସ୍ତ ଦେବାଦେବୀଙ୍କ ନିର୍ଦେଶ଼କ୍ରମେ ପାଟ ପୂଜକ ଏବଂ ଯାତ୍ରା ପୂଜକମାନେ ନମନ୍ତ୍ରଣ ନେଇ ପୋଲୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ପୋଲୁର ପହଞ୍ଚିବା ପରେ କାନମରାଜୁ,ବାଲରାଜୁ ଏବଂ ପୋତରାଜୁ ସହ ମା‘ମୁତ୍ୟଲମାଙ୍କୁ ପୂଜାର୍ଚ୍ଚନା କରାଯାଇ ନିମନ୍ତ୍ରଣ କରାଯିବ। ପ୍ରତି ଦୁଇ ବର୍ଷରେ ଏହି ବଡଯାତ୍ରା ପାଳନ କରାଯାଇଥାଏ। 

ବୁଧବାର ଠାରୁ ପ୍ରାୟ୍ ଏକ ମାସ ଧରି ଏହି ଯାତ୍ରା ଚାଲିବ। ପୂଜାରୀମାନେ ନିମନ୍ତ୍ରଣ ନେଇ ଚାଲି ଚାଲି ମାନ୍ୟମକୋଣ୍ଡା ଗ୍ରାମ ପର୍ଯ୍ୟନ୍ତ ପହଞ୍ଚିବେ। ସେଠାରେ ତିନି ଦେବତାଙ୍କ ପ୍ରତିମୂର୍ତ୍ତି ପ୍ରସ୍ତୁତ କରାଯିବ। ୩ ତାରିଖରେ ସ୍ନାନ ଯାତ୍ରା ହେବ ଏବଂ ଆନ୍ଧ୍ରପ୍ରଦେଶର ପୋଲୁର ଅଭିମୁଖେ ଯାତ୍ରା କରିବେ। 

ବୁଧବାର ବିଳମ୍ବିତ ରାତିରେ ପୂଜାର୍ଚ୍ଚନା କରାଯାଇ କନ୍ୟାମାଝି ବନ୍ଧ ନିକଟରେ ଆଜ୍ଞାମାଳ ନେଇ ପୂଜାରୀମାନେ ବାହାରିଥିଲେ। ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ଏହି ଯାତ୍ରାର ଶୁଭାରମ୍ଭ ହୋଇଥିଲା। ଆସନ୍ତା ମାର୍ଚ୍ଚ ୮ ତାରିଖ ଦିନ ମାଲକାନଗିରି ସହର କନ୍ୟାମାଝି ବନ୍ଧରେ ପ୍ରଥମ ଦିନ,୯ ତାରିଖରେ ମାଣ୍ଡିଆ ଭଟ୍ଟା ଠାରେ ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ୧୦ ତାରିଖ ଦିନ ମାଉଲି ମା‘ଙ୍କ ମନ୍ଦିର ନିକଟରେ ଶେଷ ଯାତ୍ରା ହେବ।  

ବୁଧବାର ବିଳମ୍ବିତ ରାତିରେ ପୂଜାର୍ଚ୍ଚନା କରାଯାଇ କନ୍ୟାମାଝି ବନ୍ଧ ନିକଟରେ ଆଜ୍ଞାମାଳ ନେଇ ପୂଜାରୀମାନେ ବାହାରିଥିଲେ। ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ଏହି ଯାତ୍ରାର ଶୁଭାରମ୍ଭ ହୋଇଥିଲା। ଆସନ୍ତା ମାର୍ଚ୍ଚ ୮ ତାରିଖ ଦିନ ମାଲକାନଗିରି ସହର କନ୍ୟାମାଝି ବନ୍ଧରେ ପ୍ରଥମ ଦିନ,୯ ତାରିଖରେ ମାଣ୍ଡିଆ ଭଟ୍ଟା ଠାରେ ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ୧୦ ତାରିଖ ଦିନ ମାଉଲି ମା‘ଙ୍କ ମନ୍ଦିର ନିକଟରେ ଶେଷ ଯାତ୍ରା ହେବ। ୧୧ ତାରିଖରେ ଶେଷ ରାତ୍ର ୧୨ ତାରିଖ ଦିନ ଭୋଗ ଖାଇ ଭୋର ସକାଳୁ ବିଦାୟ ନେବେ।

ତେବେ ବଡଯାତ୍ରାକୁ ନେଇ ପ୍ରଶାସନ ତରଫରୁ ତତ୍ପରତା ଦେଖିବାକୁ ମିଳିଛି। ଏହି ଯାତ୍ରାରେ ସାରା ଓଡିଶା ସମେତ ପଡୋଶୀ ଛତିଶଗଡ,ଆନ୍ଧ୍ର,ତେଲେଙ୍ଗାନାରୁ ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ସୁରକ୍ଷାକୁ କଡାକଡି କରିବା ପାଇଁ ପୁଲିସ ପ୍ରଶାସନ ତରଫରୁ ମଧ୍ୟ ବୈଠକ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe