ପୁରୀ: ଆଜି ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଶ୍ରୀବଳଭଦ୍ର ଏବଂ ମା' ସୁଭଦ୍ରାଙ୍କ ବଡ଼ ମହାସ୍ନାନ କରାଯାଇଛି। ଜଣେ ଭକ୍ତ ବାନ୍ତି କରିବାରୁ ଏହି ବଡ଼ ମହାସ୍ନାନ କରାଯାଇଛି। ସୂଚନା ମୁତାବକ ସକାଳ ପ୍ରାୟ ସାଢେ ୮ଟା ସମୟରେ ଭିତର ଦର୍ଶନ ଚାଲିଥିବାବେଳେ ଭକ୍ତ ଜଣ ବାନ୍ତି କରିଦେଇଥିଲେ। ଏ ଅଘଟଣ ପରେ ପ୍ରାୟ ୧ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା।
ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମନ୍ଦିର ପରିସର ମଧ୍ୟରେ ଯଦି ରକ୍ତ ଛିଟା ପଡ଼େ, କିଏ ବାନ୍ତି କରିଦେଲେ କିମ୍ବା ମଳତ୍ୟାଗ କଲେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ କରାଯାଇଥାଏ । ପରେ ଚୂନ ପାଣି ପକାଯାଇ ଶୁଦ୍ଧିକରଣ କରାଯାଏ । ଏହାପରେ ପୂଜାପଣ୍ଡା ସେବକମାନେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି କରିଥାନ୍ତି।

puri jagannath temple
Follow Us