‘ବଡିଦିଦି’ର ସଦସ୍ୟା ଜୟନ୍ତୀ ପାଇଲେ ଓଡ଼ିଶା ଦେବୀ ପୁରସ୍କାର

ସ୍ବେଚ୍ଛାସେବୀ ସଂଗଠନ ‘ବଡିଦିଦି’ ଗଠନ କରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଦୁର୍ଗମ ଅଂଚଳରେ ମହିଳା ଏବଂ ଯୁବତୀଙ୍କୁ ମାସିକା ପିରିୟଡ ଉପରେ ସଚେତନତା କରାଇବା ସହ ପେଡ ବ୍ୟାଙ୍କ ଖୋଲି ବେଶ ପ୍ରଶଂସା ସାଉଁଟିଛନ୍ତି।

Jayanti

ମାଲକାନଗିରି: ମାଲାକନଗିରି ଜିଲ୍ଲାରେ ସ୍ବେଚ୍ଛାସେବୀ ସଂଗଠନ ‘ବଡିଦିଦି’ ଗଠନ କରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଦୁର୍ଗମ ଅଂଚଳରେ ମହିଳା ଏବଂ ଯୁବତୀଙ୍କୁ ମାସିକା ପିରିୟଡ ଉପରେ ସଚେତନତା କରାଇବା ସହ ପେଡ ବ୍ୟାଙ୍କ ଖୋଲି ବେଶ ପ୍ରଶଂସା ସାଉଁଟିଛନ୍ତି। ଆଜି ଭୁବନେଶ୍ବର ଠାରେ ଏକ ଇଂରାଜି ଖବରକାଗଜ ତରଫରୁ ଆୟୋଜିତ ଓଡ଼ୀଶା ଦେବୀ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ବାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଜୟନ୍ତୀ ବୁରୁଦାଙ୍କୁ ସମ୍ମାନିତ କରିଥିଲେ।

ଦୁର୍ଗମ ଗାଁଗୁଡିକରେ ଅଶିକ୍ଷିତ ମହିଳା ଓ ଯୁବତୀମାନେ ମାସିକଧର୍ମ ବେଳେ ଅପରିଷ୍କାର କପଡ଼ା ବ୍ୟବହାର କରୁଥିବାରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିଲେ। ତେବେ ଜୟନ୍ତୀ ଏବଂ ତାଂକ ଟିମ ବିଭିନ୍ନ ଗ୍ରାମ ବୁଲିବା ସହ ସେମାନଙ୍କୁ ସଚେତନ କରାଇବା ସହ ଗାଁଗୁଡିକରେ ପ୍ୟାଡ ବେଙ୍କ ପ୍ରତିଷ୍ଠା କରିଥିଲେ।

ଜିଲ୍ଲାର ଦୁର୍ଗମ ଗାଁଗୁଡିକରେ ଅଶିକ୍ଷିତ ମହିଳା ଓ ଯୁବତୀମାନେ ମାସିକଧର୍ମ ବେଳେ ଅପରିଷ୍କାର କପଡ଼ା ବ୍ୟବହାର କରୁଥିବାରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିଲେ। ତେବେ ଜୟନ୍ତୀ ଏବଂ ତାଂକ ଟିମ ବିଭିନ୍ନ ଗ୍ରାମ ବୁଲିବା ସହ ସେମାନଙ୍କୁ ସଚେତନ କରାଇବା ସହ ଗାଁଗୁଡିକରେ ପ୍ୟାଡ ବେଙ୍କ ପ୍ରତିଷ୍ଠା କରିଥିଲେ। ମହିଳା ଏବଂ ଯୁବତୀମାନେ ପ୍ୟାଡ ବ୍ୟାଙ୍କକୁ ଆସି ମାଗଣାରେ ପ୍ୟାଡ ନେଇ ପିନ୍ଧିବା ଶିଖିଥିଲେ। ତାଂକର ଏହି ସଫଳତାରେ ଜିଲ୍ଲାବାସୀ ତରଫରୁ ପ୍ରଶଂସାର ସୁଅ ଛୁଟୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe