ବ୍ରହ୍ମପୁର: ବ୍ରହ୍ମପୁରରେ ଜାତୀୟ ରାଜପଥ ନିକଟ ନିର୍ମାଣାଧୀନ କୋଠାରୁ ୭ଟି ବୋମା ଭର୍ତ୍ତି ହୋଇଥିବା ବ୍ୟାଗ ମିଳିଥିବା ଜଣାଯାଇଛି। ପୁଲିସ ପାଟ୍ରୋଲିଂ କରୁଥିବା ଦେଖି ବୋମା ଭର୍ତ୍ତି ବ୍ୟାଗ ଛାଡ଼ି ଫେରାର ହୋଇଯାଇଥିଲେ ୫ ଦୁର୍ବୃତ୍ତ । ଏନେଇ ଖବର ପାଇ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ ପହଞ୍ଚି ସବୁ ବୋମାକୁ ନିଷ୍କ୍ରିୟ କରିଛନ୍ତି ସ୍ୱତନ୍ତ୍ର ଟିମ। ତେବେ କେଉଁ କାରଣରୁ ଦୁର୍ବୃତ୍ତମାନେ ବୋମା ଧରି ଆସିଥିଲେ ସେନେଇ ପୁଲିସ ତଦନ୍ତ ଜାରି ରଖିଛି।
ସେପଟେ କଟକ ସଦର ଥାନା ସୁଭଦ୍ରାପୁରରେ ବି ବୋମାମାଡ଼ ହୋଇଛି। ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି। ଦୁର୍ବୃତ୍ତମାନେ ବୋମାମାଡ଼ କରି ଫେରାର ହୋଇଯାଇଥିବା ସୂଚନା ରହିଛି। ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ବୋମା ମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବାବେଳେ ଏଥିରେ କାହାର କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।
Follow Us