ବିଶ୍ଵର ବଡ଼ରଥରେ ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିଲେ ଶ୍ରୀଜିଉ

କେନ୍ଦୁଝର ସହରର ପୁରୁଣାବଜାର ଠାରେ ଆଜି ଶ୍ରୀଶ୍ରୀ ବଳଦେବ ଜିଉଙ୍କର ବାହୁଡ଼ା ଯାତ୍ରା ବେଶ ଆନନ୍ଦ ଉଲ୍ଲାସର ସହ ପାଳିତ ହଉଛି। ଶ୍ରୀଜିଉମାନେ ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିଛନ୍ତି।

Keonjhar

କେନ୍ଦୁଝର: କେନ୍ଦୁଝର ସହରର ପୁରୁଣାବଜାର ଠାରେ ଆଜି ଶ୍ରୀଶ୍ରୀ ବଳଦେବ ଜିଉଙ୍କର ବାହୁଡ଼ା ଯାତ୍ରା ବେଶ ଆନନ୍ଦ ଉଲ୍ଲାସର ସହ ପାଳିତ ହଉଛି। ଶ୍ରୀଜିଉମାନେ ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିଛନ୍ତି। ବର୍ଷା ସତ୍ତ୍ବେ  ମାଉସୀ ମା’ ମନ୍ଦିରରୁ ଶ୍ରୀଶ୍ରୀ ବଳଦେବ, ଭଉଣୀ ସୁଭଦ୍ରା ଓ ଜଗତର ନାଥ ଜଗନ୍ନାଥ ଧାଡି ପହଣ୍ଡିରେ ଆସି ରଥ ଚାରିପେଟ ପରିକ୍ରମା କରିବା ପେରେ ଅପରାହ୍ନ ୪ଟା ୩୦ରେ ରଥାରୁଢ଼ ହୋଇଥିଲେ।

ରାଜା ଧନୁର୍ଜୟ ନାରାୟଣ ଭଞ୍ଜଦେଓ ଛେରା ପହଁରା କରିବା ପରେ ସନ୍ଧ୍ୟା ସାଢ଼େ ୫ଟାରେ  ବିଶ୍ଵର ସର୍ବବୃହତ ରଥ ଟଣା ଆରମ୍ଭ ହୋଇଥିଲା। ଆଜି ପାଗ ମେଘୁଆ ସହ ପ୍ରବଳ ବର୍ଷା ହେଉଥିଲେ ସୁଦ୍ଧା ହଜାର ହଜାର ସଂଖ୍ୟକ ଭକ୍ତ ଏହାକୁ ଖାତିର ନକରି ରଥ ଟାଣିବାକୁ ବେଶ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଥିଲା।

କେନ୍ଦୁଝର ରଥର ବିଶେଷତ୍ଵ ହେଲା ଏଠାରେ ବାହୁଡ଼ା ଯାତ୍ରା ପୂର୍ବରୁ ରଥ ଦକ୍ଷିଣ ମୋଡ଼ ହୁଏ ନାହିଁ। ଏଠାରେ କେବଳ ରଥ ଉପରେ ଥିବା ଠାକୁରଙ୍କର ଆସ୍ଥାନଟି ଉତ୍ତର ମୋଡ଼ ହୁଏ ଏବଂ ବହୁଡ଼ା ଯାତ୍ରାରେ ଠାକୁର ରଥାରୁଢ଼ ହୋଇ ଉତ୍ତର ଦିଗରେ ଥିବା ଶ୍ରୀଶ୍ରୀ ବଳଦେବଜୀଉ ମନ୍ଦିରକୁ ଉତ୍ତର ମୁଖା ହୋଇ ଯାତ୍ରା କରିଥାନ୍ତି। ଏହି ସମୟରେ ସେବାୟତ ତଥା ଭକ୍ତ ସମସ୍ତେ ଠାକୁରଙ୍କ ସେବା ଓ ଦର୍ଶନ ପାଇ ଧନ୍ୟ ହୋଇଥାନ୍ତି। 

rath yatra | Keonjhar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe