ନଭି ମୁମ୍ବାଇର ଖାରଘର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା

ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ ଦ୍ୱାରା ଆୟୋଜିତ ଏହି ଭବ୍ୟ ବାହୁଡ଼ା ଯାତ୍ରା ଉପଲକ୍ଷେ ବଢିଭୋରରୁ ହରିହର ପୀଠ ଠାରେ ଥିବା ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା।

fc51e127-59f1-4ad4-91cc-5739e61fcd04

ନଭି ମୁମ୍ବାଇ: ନଭି ମୁମ୍ବାଇର ଖାରଘରଠାରେ ଅବସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ପବିତ୍ର ବାହୁଡ଼ା ଯାତ୍ରା ପାଳନ କରାଯାଇଥିବା ଜଣାଯାଇଛି। ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ (ମୋୱା)ଦ୍ୱାରା ଆୟୋଜିତ ଏହି ଭବ୍ୟ ଉତ୍ସବ ଉପଲକ୍ଷେ ବଢିଭୋରରୁ ହରିହର ପୀଠ ଠାରେ ଥିବା ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା। ଅପରାହ୍ନରେ ହରିବୋଲ ହୁଳହୁଳି ଜୟ ଜଗନ୍ନାଥ ଏବଂ ଶଙ୍ଖଧ୍ୱନୀ ତଥା ବାଦ୍ୟ କୀର୍ତ୍ତନର ତାଳେତାଳେ ଚାରିଠାକୁରଙ୍କୁ ପୂଜକ ଓ ଭକ୍ତ ମାନେ ଧାଡି ପହଣ୍ଡି କରି ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଣ୍ଡାୟମାନ ଥିବା ସୁନ୍ଦର ଓ ସୁଶୋଭିତ ରଥ ଉପରକୁ ଆଣିଥିଲେ।             

ଅପରାହ୍ନ ଦୁଇଟା ସମୟରେ ମୌୱାର ଟ୍ରଷ୍ଟି ଓ ସଭାପତି ଡ଼ଃ ଭଗବାନ ପଣ୍ଡା ପାରମ୍ପରିକ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ଦିନ ଚାରିଟା ସମୟରେ ରଥ ଟଣା କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା। ହରିହର ପୀଠ ଠାରେ ଉପସ୍ଥିତ ସହସ୍ରାଧିକ ଭକ୍ତମାନେ ରଥଟିକୁ ଟାଣି ଟାଣି ମୁଖ୍ୟ ମନ୍ଦିରର ବେଢ଼ାକୁ ସନ୍ଧ୍ୟା ସୁଦ୍ଧା ଫେରାଇ ଆଣିଥିଲେ। ଖାରଘରର ରାଜରାସ୍ତାରେ ରାଜକୀୟ ରଥ ଉପରେ ମହାପ୍ରଭୁଙ୍କର ବାହୁଡା ଯାତ୍ରା ବେଶ ହୃଦୟସ୍ପର୍ଶୀ ଥିଲା।ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ଅନନ୍ୟ ଓ ଅନୁପମ ଥିଲା।

57455c0c-e1b0-4ea5-a39c-b43a472ae065

ମନ୍ଦିର ଅଗଣାକୁ ଫେରିବା ପରେ ରଥ ଉପରେ ଜଗତର ନାଥ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର , ଭଉଣୀ ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ ଭକ୍ତମାନଙ୍କୁ ଦିବ୍ୟ ଓ ଭବ୍ୟ ଦର୍ଶନ ପ୍ରଦାନ କରିଥିଲେ। ରଥ ଉପରେ ଠାକୁର ମାନେ ଆସନ୍ତା ଦୁଇଦିନ ଧରି ରହିବେ ବୋଲି ପରିଚାଳନା କମିଟି ସୂତ୍ରରୁ ପ୍ରକାଶ I ଆସନ୍ତା ଛଅ ତାରିଖରେ ରଥରେ ହିଁ ସୁନା ବେଶ ଏବଂ ଏକାଦଶୀ ଆଦି ବିଧି ସମ୍ପନ୍ନ କରାଯିବା ପରେ ସାତ ତାରିଖ ଦିନ ବିଳମ୍ବିତ ରାତିରେ ସାହି ରୋଷଣୀ କରାଯାଇ ଚାରିଦିଅଁଙ୍କୁ ରଥ ଉପରୁ ମୁଖ୍ୟ ମନ୍ଦିର ଭିତରକୁ ନିଆଯାଇ ରତ୍ନ ସିଂହାସନ ରେ ଆସୀନ କରାଯିବ ବୋଲି ଜଣାଯାଇଛି I     

ସମଗ୍ର ବାହୁଡା ଯାତ୍ରା ଉତ୍ସବକୁ ସୂଚାରୁ ରୂପେ ଆୟୋଜନ କରିବାରେ ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘର ଟ୍ରଷ୍ଟିବୃନ୍ଦ ଯଥା:- ଡଃ ଭଗବାନ ପଣ୍ଡା, ବଳରାମ ପାତ୍ର, ଡଃ ମନୋଜ କୁମାର ନାୟକ, ଡଃ କେତନ ଗୋଖଲେ,ବି.ସି. ଖଟୁଆ, କ୍ୟାପଟେନ ଏସ୍. ପି. ରାଓ, ବିଘ୍ନରାଜ ପରିଡ଼ା, ମାଗୁଣି ରାଉତ ଏବଂ ଉପ-ସଭାପତି ପି.ଏମ୍. ମହାପାତ୍ର ତଥା ଡଃ ରବି ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ଉପଦେଷ୍ଟା ମଣ୍ଡଳୀ ଏବଂ ପରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉଲ୍ଲେଖଯୋଗ୍ୟ ଭୂମିକା ନିର୍ବାହ କରିଥିଲେ।

rath yatra

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe