ନାରାୟଣନଗରରେ ଶ୍ରୀଜଗନ୍ନାଥଙ୍କ ଦୁଇ ଦିନିଆ ବାହୁଡ଼ା ଯାତ୍ରା ଆରମ୍ଭ

ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତର ଲୋକକଳା ଗ୍ରାମ ନାରାୟଣନଗର ଗ୍ରାମରେ ଶ୍ରୀଜଗନ୍ନାଥ, ଭଳଭଦ୍ର ଓ ମା ସୁଭଦ୍ରାଙ୍କ ଦୁଇ ଦିନିଆ ବାହୁଡା଼ ଶୁଭାରମ୍ଭ ହୋଇ ଯାଇଛିl ମାଉସୀ ମନ୍ଦିରରୁ ତିନି ଠାକୁରଙ୍କୁ ପୂଜକ ଅଜିତ ପାଣିଗ୍ରାହୀ ନୀତିକାନ୍ତି ଭାବେ ପୂଜାର୍ଚ୍ଚନା କରିଥିଲେ।

2c6c1440-b448-43bd-8e69-28229ef34c96

ଜହ୍ନlପଙ୍କ: ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତର ଲୋକକଳା ଗ୍ରାମ ନାରାୟଣନଗର ଗ୍ରାମରେ ଶ୍ରୀଜଗନ୍ନାଥ, ଭଳଭଦ୍ର ଓ ମା ସୁଭଦ୍ରାଙ୍କ ଦୁଇ ଦିନିଆ ବାହୁଡା଼ ଶୁଭାରମ୍ଭ ହୋଇ ଯାଇଛିl ମାଉସୀ ମନ୍ଦିରରୁ ତିନି ଠାକୁରଙ୍କୁ ପୂଜକ ଅଜିତ ପାଣିଗ୍ରାହୀ ନୀତିକାନ୍ତି ଭାବେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ବ୍ରାମ୍ହଣ ଓ ସେବାୟତ ମାନେ ଅପରାହ୍ନ ୫ ଟାରେ ଧାଡ଼ି ପହଣ୍ଡିରେ ନେଇ ରଥlରୁଢ଼ କରାଇଥିଲେ। ଟିକ ମେହେର ଛେରା ପହଁରା କରିଥିଲେ ଉକ୍ତ ଅବସରରେ ଗ୍ରାମର ବିଭିନ୍ନ ସଂକୀର୍ତ୍ତନ ଦଳ ଶ୍ରୀ ଜଗନ୍ନାଥଙ୍କ ଭଜନ କୀର୍ତ୍ତନ କରି ପହଣ୍ଡିରେ ସାମିଲ ହୋଇଥିଲେ।

ପରମ୍ପରା ଅନୁଯାୟୀ ଆଜି ଠାକୁରମାନଙ୍କୁ ପହଣ୍ଡି କରି ସନ୍ଧ୍ୟା ପ୍ରାୟ ୬ ଟାରେ ରଥରେ ବିଜେ କରାଯାଇଥିଲା। ଏଥିରେ ସୁରେଶ ପଣ୍ଡା, ଜିତେନ୍ଦ୍ର ହୋତା, ଶିବାନନ୍ଦ ମିଶ୍ର, ସନ୍ତୋଷ ହୋତା, ରିକୁ ପାଣିଗ୍ରାହୀ, ସାର୍ଥକ ପାଣିଗ୍ରାହୀ, ପଞ୍ଚାନନ ମିଶ୍ର, ରିଷି ପଣ୍ଡା, ବବୁନ ପାଣିଗ୍ରାହୀ, ପପୁନ ପାଣିଗ୍ରାହୀ, ବିଧୁଭୂଷଣ ପଣ୍ଡା,ଟୁକୁନା ପଣ୍ଡା ପ୍ରମୁଖ ପହଣ୍ଡିରେ ସହଯୋଗ କରିଥିଲେ।ଏହା ପରେ ଅଞ୍ଚଳର ପରମ୍ପରା ଅନୁଯାଇ ଛୋଟ ଛୁଆମାନଙ୍କୁ ରଥ ଛୁଆଁ ପର୍ବ ଆରମ୍ଭ ହୋଇଥିଲା।

d5055e10-39dd-4539-8eda-1be61bdca797

ଆଜି ରଥ ଟଣା ହୋଇ ସାହୁ ଗଳି ଛକରେ ଅଟକିଥିଲା।ରବିବାର ଅପରାହ୍ନ ରେ ରଥ ଟଣା ହୋଇ ଗଙ୍ଗାଧର ମେହେର ଛକ, ହରିବଂଶ ଛକ ଦେଇ ବଡଦାଣ୍ଡ ସେ ମୁଣ୍ଡରେ  ରହିବ।  ଆଜି ଠାକୁରମାନଙ୍କ ପହଣ୍ଡି ଓ ବାହୁଡା଼ ଯାତ୍ରା ଦେଖିବା ପାଇଁ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।

ସେହିପରି ପଦ୍ମନପୁର, କମିରା, ଧୁଡୁରୁବାହାଲ, ଆନନ୍ଦପୁର,ଜଗତି, ବଢ଼ିଗାଁ ଆଦି ଗ୍ରାମ ରେ ବଡ଼ ଠାକୁରଙ୍କ ବାହୁଡା଼ ଯାତ୍ରା ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଛି।ନାରାୟଣ ନଗର ରେ ଶାନ୍ତି ଶୃଙ୍ଖଳା ପାଇଁ ଜହ୍ନ।ପଙ୍କ ଫାଣ୍ଡି ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe