IAS Dhimal Chakma Photograph: (sambad.in)
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇ ଭବାନୀପାଟଣା ଜେଲରେ ଅଛନ୍ତି। ଆଜି ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ତାଙ୍କର ଜାମିନ ନାମଞ୍ଜୁର ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ। ଏହା ସହିତ ତଦନ୍ତ ବେଳେ ତାଙ୍କ ଘରୁ ୪୭ଲକ୍ଷ ଟଙ୍କା ଜବତ କରିଥିଲେ। ଏହି ଘଟଣା ରେ ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଭବାନୀପାଟଣା ଜେଲ୍କୁ ପଠାଯାଇଥିଲା।
ଆଜି ତାଙ୍କ ଓକିଲ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ରେ ଜାମିନ ଆବେଦନ କରିଥିଲେ। ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ ବଦ୍ରୀ ନାରାୟଣ ନନ୍ଦ ଜାମିନ ଆବେଦନ ଶୁଣାଣି କରି ନାମଞ୍ଜୁର କରିଥିଲେ। ଆସନ୍ତାକାଲି ହାଇକୋର୍ଟରେ ତାଙ୍କର ଜାମିନ ଆବେଦନ କରାଯିବ ବୋଲି ତାଙ୍କ ଓକିଲ ସୂତ୍ରରୁ ସୂଚନା ମିଳିଛି।
Kalahandi
Follow Us