୨୦ ଲକ୍ଷ ଲାଞ୍ଚ ମାମଲା: ସିବିଆଇ କୋର୍ଟରେ ଚିନ୍ତନଙ୍କ ଜାମିନ ଆବେଦନ ଖାରଜ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଭୁବନେଶ୍ବର ଶାଖାର ଅତିରିକ୍ତ ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। ସ୍ୱତନ୍ତ୍ର ସିବିଆଇ କୋର୍ଟ ଚିନ୍ତନ ରଘୁବଂଶୀଙ୍କର ଜାମିନ ଆବେଦନକୁ ଖାରଜ କରିଛନ୍ତିI

Chintan Raghuvanshi

Chintan Raghuvanshi Photograph: (sambad.in)

ଭୁବନେଶ୍ବର: ଗତ ମେ’ ମାସ ୩୦ ତାରିଖ ଦିନ ଖଣି ବ୍ୟବସାୟଜନିତ ଏକ ମାମଲାର ରଫାଦଫା କରିବା ପାଇଁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହାତରେ ଧରାପଡ଼ି ଜେଲ୍‌ ଯାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଭୁବନେଶ୍ବର ଶାଖାର ଅତିରିକ୍ତ ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। ସ୍ୱତନ୍ତ୍ର ସିବିଆଇ କୋର୍ଟ ଚିନ୍ତନ ରଘୁବଂଶୀଙ୍କର ଜାମିନ ଆବେଦନକୁ ଖାରଜ କରିଛନ୍ତିI

ଭାରତୀୟ ରାଜସ୍ବ ସେବା ଅଧିକାରୀ ଚିନ୍ତନ ରଘୁବଂଶୀ ଗତ ମାସ ୩୦ ତାରିଖ ସନ୍ଧ୍ୟା ସମୟରେ ପଟିଆସ୍ଥିତ ଆପାର୍ଟମେଣ୍ଟରୁ ଗିରଫ ହୋଇଥିଲେ। ସେହି ସମୟରେ ସେ ମିଡିଲମ୍ୟାନ ଭକ୍ତି ବେହେରାଙ୍କ ମାଧ୍ୟମରେ ଢେଙ୍କାନାଳର ଖଣି ବ୍ୟବସାୟୀ ରୋହିତ ରଞ୍ଜନ ରାଉତଙ୍କ କେସ ରଫାଦଫା କରିବା ପାଇଁ ଲାଞ୍ଚ ନେଉଥିଲେ। ଏହି ଖଣିଜନିତ ମାମଲା ପାଇଁ ଚିନ୍ତନ ରଘୁବଂଶୀ ପ୍ରଥମେ ୫ କୋଟି ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ଏତେ ପରିମାଣର ଟଙ୍କା ସେ ଦେଇପାରିବେ ନାହିଁ ବୋଲି କହିବା ପରେ ୨ କୋଟି ଟଙ୍କାରେ ଡିଲ୍‌ ଫାଇନାଲ ହୋଇଥିଲା। 

ଲାଞ୍ଚୁଆ ଅଧିକାରୀ ଚିନ୍ତନ ରଘୁବଂଶୀଙ୍କୁ ପାନେ ଦେବା ପାଇଁ ରୋହିତ ସିବିଆଇର ଦ୍ବାରସ୍ଥ ହୋଇଥିଲେ। ଏ ନେଇ ସେ ଏକ ଏତଲା ଦେଇଥିଲେ। ଏହି ଏତଲା କ୍ରମେ ସିବିଆଇ ପକ୍ଷରୁ ଚଢ଼ଉ ପାଇଁ ଯୋଜନା ହୋଇଥିଲା। ଏହା ପରେ ମେ’ ୩୦ ତାରିଖରେ ଚିନ୍ତନ ରଘୁବଂଶୀ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇର ଅଧିକାରୀମାନେ ଅତର୍କିତ ଚଢ଼ାଉ କରି ଗିରଫ କରିଥିଲା। ଘଟଣାସ୍ଥଳରୁ ନଗଦ ୨୦ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ସିବିଆଇ ଘଟଣାର ତଦନ୍ତ ଜାରି ରଖିଛି। କୋର୍ଟରେ ମାମଲା ବିଚାରାଧୀନ ରହିଛି।  

ଗିରଫ ପରେ ଚିନ୍ତନ ରଘୁବଂଶୀଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। କିନ୍ତୁ ଏହା ପୂର୍ବରୁ ମେ’ ୩୦ ତାରିଖ ରାତିସାରା ଚିନ୍ତନଙ୍କୁ ସିବିଆଇ ଅଧିକାରୀମାନେ ଜେରା କରିଥିଲେ। କିନ୍ତୁ ଜେରା ବେଳେ ଲାଞ୍ଚ ଟଙ୍କା ସମ୍ପର୍କରେ ସେ ସ୍ପଷ୍ଟ ସୂଚନା ଦେଇ ପାରି ନଥିଲେ। 

ସୂଚନାଯୋଗ୍ୟ, ଗତ ଜାନୁଆରି ୮ ତାରିଖରେ ଖଣି ଦୁର୍ନୀତିକୁ କେନ୍ଦ୍ର କରି ରାଜ୍ୟରେ ଏକାଧିକ ସ୍ଥାନରେ ଚଢ଼ାଉ ହୋଇଥିଲା। ସେହି ମାମଲାକୁ ଚାପିବା ପାଇଁ ୫ କୋଟି ଟଙ୍କାର ଡିଲ ହୋଇଥିଲା। ତା ଠାରୁ ମିଳିଥିବା ଆଉଟପୁଟ ଆଧାରରେ ଇଡି ଡେପୁଟି ଡାଇରେକ୍ଟରଙ୍କୁ କାବୁ କରିଥିଲା। ପ୍ରିଭେନ୍ସନ ଅଫ କରପସନ ଆକ୍ଟ ୧୯୮୮ରେ ଇଡିର ଏହି ଡେପୁଟି ଡ଼ାଇରେକ୍ଟରଙ୍କୁ କୋର୍ଟଚାଲାଣ କରାଯାଇଛି। 

cbi raid

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe