ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ: ୨ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

Advertisment

ମୟୂରଭଂଜ ଜିଲ୍ଲା ସ୍ଥାନୀୟ ଅଁଳା ଛକ ନିକଟରେ ଜନୈକ ଯୁବକଙ୍କୁ କାର ଜଗରଡ଼ ସାହାଯ୍ୟରେ ସଙ୍ଘବଦ୍ଧ ହୋଇ ପ୍ରଣାନ୍ତକ ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ହେଲେ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛି ବୋଲି ପୁଲିସ ସୂଚନା ଦେଇଛିl

ମୟୂରଭଂଜ ଜିଲ୍ଲା ସ୍ଥାନୀୟ ଅଁଳା ଛକ ନିକଟରେ ଜନୈକ ଯୁବକଙ୍କୁ କାର ଜଗରଡ଼ ସାହାଯ୍ୟରେ ସଙ୍ଘବଦ୍ଧ ହୋଇ ପ୍ରଣାନ୍ତକ ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ହେଲେ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛି ବୋଲି ପୁଲିସ ସୂଚନା ଦେଇଛିl

baisingia

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ସ୍ଥାନୀୟ ଅଁଳା ଛକ ନିକଟରେ ଜନୈକ ଯୁବକଙ୍କୁ କାର ଜଗରଡ଼ ସାହାଯ୍ୟରେ ସଙ୍ଘବଦ୍ଧ ହୋଇ ପ୍ରଣାନ୍ତକ ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ହେଲେ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛି ବୋଲି ପୁଲିସ ସୂଚନା ଦେଇଛିl 

ସୂଚନା ଅନୁଯାଇ ବୈଶିଙ୍ଗା ଥାନା ଅଧୀନ ତେନ୍ତୁଳିଗାଁ ଗ୍ରାମର ରତିକାନ୍ତ ପଣ୍ଡାଙ୍କ ୩୦ ବର୍ଷିୟ ପୁଅ ବାବୁ ଓରଫ ଗିରିଜାଶଙ୍କର ପଣ୍ଡା ନିଜର କିଛି ସାଙ୍ଗସାଥି ସନ୍ଧ୍ୟା ସମୟରେ ଅଁଳାସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ପାର୍ଶ୍ଵରେ ଛିଡା ହୋଇଥିଲେl ଏହି ସମୟରେ ଦୁଇଟି କାର ଯୋଗେ ଏକାଧିକ ଯୁବକ ସଂଘବଦ୍ଧ ହୋଇ ଉକ୍ତ ସ୍ଥାନରେ ପହଞ୍ଚି ଥିଲେ ଓ ଗିରିଜାଶଙ୍କରଙ୍କ ସହ କୌଣସି କଥାକୁ ନେଇ ବଚସା ହୋଇଥିଲାl ଇତି ମଧ୍ୟରେ ନିଶା ଶକ୍ତ ଅବସ୍ଥାରେ ଥିବା କିଛି ଯୁବକ କାରରେ ଥିବା ଜଗରଡ଼ କାଢି ଅକଥନୀୟ ଭାବେ ଗିରିଜାଶଙ୍କରଙ୍କ ମୁଣ୍ଡରେ ଅତର୍କିତ ପ୍ରହାର କରି ରକ୍ତାକ୍ତ କରିଦେଇଥିଲେ ଓ ସଙ୍ଗେ ସଙ୍ଗେ କାର ଯୋଗେ ଫେରାର ହୋଇଯାଇଥିଲେ। ଗୁରୁତର ଗିରିଜା ଶଙ୍କରଙ୍କୁ ସ୍ଥାନୀୟ ଲୋକ ଏବଂ ପରିବାର ବର୍ଗ ବୈଶିଙ୍ଗା ଡାକ୍ତରଖାନାକୁ ନେଇଆସିଥିଲେl

ବୈଶିଙ୍ଗା ଥାନା ଅଧୀନ ତେନ୍ତୁଳିଗାଁ ଗ୍ରାମର ରତିକାନ୍ତ ପଣ୍ଡାଙ୍କ ୩୦ ବର୍ଷିୟ ପୁଅ ବାବୁ ଓରଫ ଗିରିଜାଶଙ୍କର ପଣ୍ଡା ନିଜର କିଛି ସାଙ୍ଗସାଥି ସନ୍ଧ୍ୟା ସମୟରେ ଅଁଳାସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ପାର୍ଶ୍ଵରେ ଛିଡା ହୋଇଥିଲେl ଏହି ସମୟରେ ଦୁଇଟି କାର ଯୋଗେ ଏକାଧିକ ଯୁବକ ସଂଘବଦ୍ଧ ହୋଇ ଉକ୍ତ ସ୍ଥାନରେ ପହଞ୍ଚି ଥିଲେ ଓ ଗିରିଜାଶଙ୍କରଙ୍କ ସହ କୌଣସି କଥାକୁ ନେଇ ବଚସା ହୋଇଥିଲାl

ଏବେ ବାବୁ ବାଲେଶ୍ୱର ଡାକ୍ତରଖାନାରେ ମରଣ ସହ ସଂଗ୍ରାମ କରୁଥିବାବେଳେ ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲା କି ଉକ୍ତ ଦୁର୍ବୁତ୍ତଙ୍କ ମଧ୍ୟରୁ କିଛି ସ୍ଥାନୀୟ ଅଞ୍ଚଳର ହୋଇଥିବାବେଳେ ଆଉ କିଛି ବାଲେଶ୍ୱର ଜିଲ୍ଲାରl ପରେ ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନ ଗତକାଲି ବିଳମ୍ବିତ ରାତିରେ ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲେl ପରେ ମଧ୍ୟ ରାତ୍ରିରେ ଉକ୍ତ ଥାନା ଅଧୀନ ବାଘୁଆ ଗ୍ରାମର ଜଗନ ଔରଫ ମାଧବ ପାତ୍ର ଓ ତେନ୍ତୁଳିଗାଁ ଗ୍ରାମର ଛୋଟା ଔରଫ ଅଭିନାଶ ଦେହୁରୀକୁ ଗିରଫ କରାଯାଇଥିଲାl ଆଜି ଉଭୟଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟରେ ହାଜର କରାଯାଇଥିଲାl ହେଲେ ଜାମିନ ନାମଞ୍ଜୁର କାରଣରୁ ଉଭୟଙ୍କୁ ବିଚାରଧୀନ କାରାଗାରକୁ ପଠାଇ ଦିଆଯାଇଥିଲାl ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବା ନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ଶ୍ରୀପ୍ରଧାନl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe