ବୈତରଣୀର ଉପର ମୁଣ୍ଡରୁ ମାଡ଼ି ଆସୁଛି ବନ୍ୟାଜଳ, ତଳିଆ ଅଞ୍ଚଳରେ ବଢ଼ିଲା ଚିନ୍ତା

Advertisment

ଜିଲ୍ଲାରେ ସାଳନ୍ଦୀ ନଦୀର ଜଳସ୍ତର ଫୁଲି ଉଠିଥିବାବେଳେ ବନ୍ୟାଜଳ ଅନେକ ତଳିଆ ବସ୍ତି ଓ ଗାଁରେ ପ୍ରବେଶ କରି ଲୋକଙ୍କୁ ଜଳବନ୍ଦୀ ଭିତରେ ରଖିଛି। ଦୁଇ ଦିୁନର ଲଘୁଚାପଜନିତ ବର୍ଷାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ଜିଲ୍ଲାରେ ସାଳନ୍ଦୀ ନଦୀର ଜଳସ୍ତର ଫୁଲି ଉଠିଥିବାବେଳେ ବନ୍ୟାଜଳ ଅନେକ ତଳିଆ ବସ୍ତି ଓ ଗାଁରେ ପ୍ରବେଶ କରି ଲୋକଙ୍କୁ ଜଳବନ୍ଦୀ ଭିତରେ ରଖିଛି। ଦୁଇ ଦିୁନର ଲଘୁଚାପଜନିତ ବର୍ଷାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

Akhuapada

ଭଦ୍ରକ: ଜିଲ୍ଲାରେ ସାଳନ୍ଦୀ ନଦୀର ଜଳସ୍ତର ଫୁଲି ଉଠିଥିବାବେଳେ ବନ୍ୟାଜଳ ଅନେକ ତଳିଆ ବସ୍ତି ଓ ଗାଁରେ ପ୍ରବେଶ କରି ଲୋକଙ୍କୁ ଜଳବନ୍ଦୀ ଭିତରେ ରଖିଛି। ଲୋକେ ଏହି କାରଣରୁ ଭୟଭୀତ ଅବସ୍ଥାରେ ଅଛନ୍ତି। ଦୁଇ ଦିୁନର ଲଘୁଚାପଜନିତ ବର୍ଷାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବୈତରଣୀରେ ବନ୍ୟାଜଳ ପ୍ରବାହିତ ହେବା ପରେ ଭଦ୍ରକ ଜିଲ୍ଲାର ୪ଟି ପଞ୍ଚାୟତର ଲୋକେ ଆତଙ୍କିତ ହୋଇପଡିଛନ୍ତି। ବୈତରଣୀର ଆଖୁଆପଦା ଆନିକଟ ନିକଟରେ ବନ୍ୟାଜଳ  ସତର୍କ ସଙ୍କେତର ଜଳସ୍ତର ୧୭.୮୩ ମିଟର ରହିଥିବା ‌ବ‌େଳେ ବିପଦ ସଂକେତ ୧୮.୩୩ ମିଟର ରହିଛି।

ଆଜି ସଂଧ୍ୟା ୬ଟା ସୁଦ୍ଧା ଏଠାରେ ନଦୀର ଜଳସ୍ତର ବି‌ପଦ ସଂକେତର  ୧୮.୭୫  ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଆଜି ରାତି ଓ ଆସନ୍ତାକାଲି ସକାଳ ସୁଦ୍ଧା  ବୈତରଣୀ ନଦୀର ଜଳସ୍ତର ଆହୁରି ବୃଦ୍ଧି ପାଇ ୧୯.୦୦ ମିଟର ଆଡକୁ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

bdk

ବୈତରଣୀର ବନ୍ୟାଜଳ ଏବେ କୂଳ ଲଂଘି ଥିବା ବେଳେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକର ୮ ପଞ୍ଚାୟତ, ତିହିଡ଼ି ବ୍ଲକର ୭ ପଞ୍ଚାୟତ, ଧାମନଗର ବ୍ଲକ ୨୦ ପଞ୍ଚାୟତ ଓ ଚାନ୍ଦବାଲି ବ୍ଲକର ୪ ପଞ୍ଚାୟତର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ନଦୀ କୂଳିଆ ଲୋକ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସାମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର, ଚାନ୍ଦବାଲିର ବିଡିଓ ଓ ତହସିଲଦାରଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ନଦୀକୂଳିଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯାଇ ସ୍କୁଲ ଘର ଓ ଉଚ୍ଚ ସ୍ଥାନକୁ ଅଣାଯିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସଂଧ୍ୟାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ  ଓ ଜିଲ୍ଲାପାଳ ଦିଲୀପ ରାଉତରାୟ ଧାମନଗରର ବନ୍ୟା  ଅଞ୍ଚଳ ବୁଲିବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି।

 Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe