ଭାରତ ଛାଡ଼ିବାକୁ କହିଲା ପୁଲିସ, ପାକିସ୍ତାନୀ ମହିଳା କହିଲେ- ପରିବାର ଛାଡ଼ି ଯିବିନି

ଦୀର୍ଘକାଳନୀ ଭିସା ବଳରେ ଭାରତ ସମେତ ଓଡ଼ିଶାରେ ରହୁଥିବା ପାକିସ୍ତାନୀ ନାଗରିକମାନଙ୍କୁ ଫେରିଯିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ସାରଦା କୁକ୍ରେଜାଙ୍କୁ ମଧ୍ୟ ନୋଟିସ୍‌ ମିଳିଛି।

Pakistani Woman Sarada Kukreja

Pakistani Woman Sarada Kukreja Photograph: (sambad.in)

ବଲାଙ୍ଗୀର: ଦୀର୍ଘକାଳନୀ ଭିସା ବଳରେ ଭାରତ ସମେତ ଓଡ଼ିଶାରେ ରହୁଥିବା ପାକିସ୍ତାନୀ ନାଗରିକମାନଙ୍କୁ ଫେରିଯିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ସାରଦା କୁକ୍ରେଜାଙ୍କୁ ମଧ୍ୟ ନୋଟିସ୍‌ ମିଳିଛି। ବଲାଙ୍ଗୀର ଟାଉନ୍‌ ଥାନା ଅଧୀନ ଠିକାଦାରପଡ଼ାରେ ନିଜ ପରିବାର ସହିତ ରହୁଥିବା ସାରଦାଙ୍କୁ ଭାରତ ଛାଡ଼ିବା ପାଇଁ ନିର୍ଦ୍ଦେଶ ହୋଇଛି। ବଲାଙ୍ଗୀର ଜିଲ୍ଲା ପୁଲିସ ମୁଖ୍ୟାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ପୁଲିସ ପକ୍ଷରୁ ଏଥିରେ କୁହାଯାଇଛି ଯେ, ଭିସା ରଦ୍ଦ ହୋଇଛି, ତୁରନ୍ତ ପାକିସ୍ତାନ ପଳାଇଯାଆନ୍ତୁ। ନିର୍ଦ୍ଦେଶକୁ ଅଣଦେଖା କଲେ କାର୍ଯ୍ୟାନୁଷ୍ଠାନର ଶିକାର ହେବେ।

ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଗତ ୨୨ ତାରିଖ ଦିନ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ସରକାର ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏହି କ୍ରମେରେ ସରକାର ଦେଶରେ ଦୀର୍ଘକାଳୀନ ଭିସା ମାଧ୍ୟମରେ ରହୁଥିବା ପାକିସ୍ତାନୀ ନାଗରିକମାନଙ୍କୁ ଫେରିଯିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ନାଗରିକ ଅଛନ୍ତି, ଯେଉଁଥିରେ ସାରଦା କୁକ୍ରେଜା ମଧ୍ୟ ସାମିଲ।  

ଅନ୍ୟପଟରେ ସାରଦା କହିଛନ୍ତି, ମୁଁ ପାକିସ୍ତାନ ଯାଇପାରିବି ନାହିଁ। ପାକିସ୍ତାନରେ ମୋର ନିଜର ଲୋକ ବୋଲି କେହି ନାହାନ୍ତି। ପାକିସ୍ତାନ ଛାଡ଼ିବା ପରଠାରୁ ସେଠାକୁ ଆଉ ଯାଇ ନାହିଁ। ନା ମୁଁ କାହା ସହିତ ଫୋନ୍‌ରେ କଥା ହେଉଛି...ନା ପାକିସ୍ତାନ କେବେ ଯାଉଛି। ଏଠାରେ ବିବାହ କରିବା ପରେ ମୁଁ ଝିଅ-ପୁଅଙ୍କୁ ବାହା ଦେଇ ସାରିଛି। ପରିବାର, ପୁଅ-ଝିଅ, ନାତି-ନାତୁଣୀ ଛାଡ଼ି ଆଉ କୁଆଡ଼େ ଯାଇ ପାରିବି ନାହିଁ। 

ଗଣମାଧ୍ୟମକୁ ସାରଦା କହିଛନ୍ତି, ଭାରତରେ ଦୀର୍ଘ ୫ରୁ ଅଧିକ ଦଶନ୍ଧି ଧରି ରହିଆସୁଛି। ଓଡ଼ିଶାରେ ବିବାହ କରି ୩୫ ବର୍ଷ ହେଲା ଏଠାରେ ରହୁଛି। ନିର୍ବାଚନ ପରିଚୟପତ୍ର ଓ ଆଧାରକାର୍ଡ ଅଛି। ନିର୍ବାଚନରେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛି। ସ୍ବାମୀ ଭାରତୀୟ, ପିଲା ମାନେ ବି ଭାରତୀୟ। ଏବେ ବି ପାକିସ୍ତାନୀ ଭିସାରେ ରହୁଛି। ସରକାରଙ୍କୁ ନିବେଦନ କରୁଛି ମୋର ପରିବାର ଠାରୁ ମୋତେ ଅଲଗା କରନ୍ତୁ ନାହିଁ।

Balangir | Attack

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe